ଆଜିର ନୀତିବାଣୀ
➡️”ଜୀବନରେ ସବୁ ଲଢେଇ ଏକା ହିଁ ଲଢିବାକୁ ପଡିବ କାରଣ ଅନ୍ୟମାନେ କେବଳ ସାନ୍ତ୍ଵନା ଦେବେ କିନ୍ତୁ ପାଖରେ କେହି ଛିଡା ହେବେ ନାହିଁ !!
➡️”ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି…ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ
➡️”କଲରା ପାଟିକୁ ପିତା ଲାଗିଲେ କିନ୍ତୁ ଶରୀର ପାଇଁ ଵହୁତ ହିତକର , ସେହିପରି ଗୁରୁଜନଙ୍କ ଗାଳି କାନକୁ ଖରାପ ଲାଗେ ହେଲେ ଜୀବନରେ ଆମପାଇଁ ବହୁତ ହିତକର !!
➡️”କେହି ପଛକୁ ଯାଇ ଏକ ନୂତନ ଆରମ୍ଭ କରିପାରିବେ ନାହିଁ, କିନ୍ତୁ ଆଜିଠାରୁ ଆରମ୍ଭ କରି ଏକ ନୂତନ ସମାପ୍ତି କରିପାରିବେ !!
➡️”କ’ଣ ଘଟିଛି ସେ ବିଷୟରେ ଚିନ୍ତା କରିବା ଅପେକ୍ଷା,ପରବର୍ତ୍ତୀ ସମୟରେ କଣ କରିବା ଉଚିତ ତାହା ଉପରେ ଧ୍ୟାନ ଦିଅନ୍ତୁ !!
ଆଜିର ଅନୁଚିନ୍ତା
➡️”କହିବା ପୂର୍ବରୁ ଥରୁଟିଏ ଚିନ୍ତା କରିବା ଉଚିତ୍ କାହିଁକିନା କୁହାଯାଇ ଥିବା ଶବ୍ଦ କେବଳ କ୍ଷମା କରା ଯାଇପାରେ , କିନ୍ତୁ କେବେ ଭୁଲା ଯାଇପାରେ ନାହିଁ !!”
➡️”ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧ୍ବକ ପସନ୍ଦ କରିଥାଏ , କିନ୍ତୁ କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ କାହିଁକିନା ଭାବପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡାକି ଆଣିଥାଏ !!
➡️”ସମସ୍ୟା ଯେତେ ବି ବଡ଼ ହେଇଥାଉ ନା କାହିଁକି , ସର୍ବଦା ନିଜ ମନକୁ ସ୍ଥିର ରଖନ୍ତୁ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ଦେଖିବେ ସମସ୍ୟା ଆପେ ଆପେ ଦୁରେଇଯିବ !!
➡️”ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ , କାହିଁକିନା ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ବରଂ ସମସ୍ତଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଶେଷ ହୋଇଥାଏ !!
➡️”ପ୍ରକୃତରେ ବିଧିର ବିଧାନରେ ସବୁକିଛି ଅଜବ ଲାଗୁଛି , କାହିଁକିନା ଏଠି ସମୟର ଅନୁରାଳରେ ଆବଶ୍ୟକତା ଟା ଅଭାବରେ ପରିଣତ ହୋଇଯାଉଛି !!
ଆଜିର ସୁବିଚାର
➡️”ଧନ ଅଧିକ ହେଲେ ଅହଂକାର ବଢିଯାଏ ଏବଂ ସମ୍ପର୍କ ପୁରୁଣା ହେଲେ ଭଲପାଇବା ସରିଯାଏ !!
➡️”ଦୁଆରେ ସତରେ କେହି କାହାର ନୁହନ୍ତି ସ୍ବାର୍ଥ ପାଇଁ କେହି କେହି କିଛିଦିନ ଆପଣାର ହୁଅନ୍ତି ସ୍ବାର୍ଥ ସରିଗଲେ କେହି କାହାର ନହନ୍ତି !!
➡️”ଜୀବନରେ ଯଦି କାହାକୁ କିଛି ଦବାକୁ ଚାହୁଁଛ ତ ଭଲପାଇବା ଦିଅ ,, ସେ ତୁମକୁ କେବେ ଭୁଲିପାରିବନି … !!”
➡️”ଉପରେ ଉଡ଼ିବା କଥାକୁ ଶୁଣି ବିଶ୍ବାସ କରନ୍ତୁ ନାହିଁ , କାନର କଞ୍ଚା ଲୋକ ପ୍ରାୟତଃ ଭଲ ମିତ୍ରବନ୍ଧୁ ଠାରୁ ବିଚ୍ଛିନ୍ନ ହୋଇଯାନ୍ତି …. !!
➡️”କିଛି ହେବାକୁ ଯଦି ଚାହୁଁଚ ତାହେଲେ ପାଣି ପରି ହୁଅ , ପଥର ପରି ନୁହଁ । କାହିଁକିନା ପାଣି ନିଜ ବାଟ ନିଜେ ତିଆରି କରେ କିନ୍ତୁ ପଥର ଅନ୍ୟର ବାଟକୁ ଅବରୋଧ କରିଥାଏ 🙏ଓଁ ନମଃ ଶିବାୟ🙏 ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.