ଆଜିର ଅନୁଚିନ୍ତା

ତାରିଖ : ୦୫.୧୧.୨୦୨୧,ଶୁକ୍ରବାର

0 410

ଆଜିର ନୀତିବାଣୀ
➡️”ସଫଳତା ନାମକ ଗାଡି କଠିନ ପରିଶ୍ରମ ନାମକ ଚକଦ୍ବାରା ଚାଲିଥାଏ କିନ୍ତୁ ଯାତ୍ରା ସେତେବେଳେ ଅସମ୍ଭବ ଯେବେ ଗାଡିରେ ଆତ୍ମବିଶ୍ବାସ ନାମକ ଇନ୍ଧନ ନ ପଡିଛି !!
➡️”ଖୁସିରେ ରହିବାକୁ ହେଲେ ଯେଉଁଟା ଆତ୍ମା କହୁଛି ସେଇଟା କର ,ଦୁନିଆର କଥାକୁ ଭୟ କର ନାହିଁ, କାହିଁକି ନା ଦୁନିଆ କେବଳ କହିଥାଏ କେବେ କିଛି ଦେଇ ନ ଥାଏ !!”
➡️”ସ୍ୱପ୍ନ ଦେଖିବା ପାପ ନୁହେଁ, କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ !!
➡️”ବେଳେବେଳେ ଆପଣଙ୍କୁ ନିର୍ଦ୍ଦିଷ୍ଟ ଲୋକମାନଙ୍କ ବିନା ଆଗକୁ ବଢିବାକୁ ପଡିବ, ଯଦି ସେମାନେ ଆପଣଙ୍କ ଜୀବନରେ ରହିବାକୁ ଚାହୁଁଛନ୍ତି, ତେବେ ସେମାନେ ଆସି ମିସିବେ !!
➡️”କାନ୍ଦ, କ୍ଷମା କର, ଶିଖ, ଆଗକୁ ବଢୋ, ତୁମର ଲୁହରେ ତୁମର ଭବିଷ୍ୟତର ସୁଖର ମଞ୍ଜିକୁ ପାଣି ଦିଅ !!
ଆଜିର ଅନୁଚିନ୍ତା
➡️”ଆପଣଙ୍କୁ କିଏ କଣ କହୁଛି ତାକୁ ଭାବି କେବେ ବିଚଳିତ ହୁଅନ୍ତୁ ନାହିଁ , କାରଣ ହୀରାକୁ କାଚ କହିଦେଲେ ହୀରା କେବେ କାଚ ହୋଇଯାଏ ନାହିଁ , ତେଣୁ ବାହାର ଲୋକଙ୍କ କଥାକୁ ଧ୍ୟାନ ନ ଦେଇ ନିଜର କର୍ମ ଉପରେ ଧ୍ୟାନ ଦିଅନ୍ତୁ !!
➡️”ପ୍ରଶଂସା ମିଳୁ କି ନମିଳୁ ଦୁଃଖ କରନାହିଁ ଲୋକେ ତ ଅନେକ କଥା କହିବେ ସେଥିରେ କ’ଣ ବା ଅଛି , ଯେମିତି କି ସଳିତା ଜଳୁଛି ତେଲ ବି ସରୁଛି କିନ୍ତୁ ଲୋକେ କହୁଛନ୍ତି ଦୀପ ଜଳୁଛି !!
➡️”ପ୍ରାୟ ସମସ୍ତଙ୍କର ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ , ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଗୋଟିଏ ଇଚ୍ଛା ନେଇ ଆଗକୁ ବଢନ୍ତୁ !!
➡️’ ଜୀବନ ‘ ହେଉଛି ଗୋଟିଏ ଏମିତି ଗଣିତ ଯାହାର ସମାଧାନ ପାଇଁ ପ୍ରତିଦିନ କିଛି କିଛି ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼ିଥାଏ !!
➡️”ଉପଦେଶ ଦେବା ବହୁତ ସହଜ କିନ୍ତୁ ତାକୁ କାର୍ଯ୍ୟରେ ଲଗାଇବା ଭାରି କଷ୍ଟ . ସମାଜ ଆଜି ଏଭଳି ସ୍ଥିତିରେ ଅଛି ଯେ ଲୋକେ ଭଲ ଅପେକ୍ଷା ଖରାପ କୁ ସଙ୍ଗେ ସଙ୍ଗେ ଗ୍ରହଣ କରିନେଉଛନ୍ତି . ସେଥିପାଇଁ ତ ଭଲ କାମର ପ୍ରଚାର କମ ଆଉ ଗୁଜବର ପ୍ରଚାର ଅଧିକ ହେଉଛି !!
ଆଜିର ସୁବିଚାର
➡️”ବହୁତ ଅଜବ ଏ ଦୁନିଆ ଯିଏ ପ୍ରକୃତ ଭଲ ପାଉ ଥାଏ ତାକୁ ଲୋକେ ଅଣଦେଖା କରିଥାନ୍ତି । ଆଉ ଯିଏ ଭଲ ପାଇବାର ନାଟକ କରୁଥାଏ ତାକୁ ସମ୍ମାନ ଦିଅନ୍ତି !!
➡️”ରକ୍ତଠୁ ବହୁତ ଦାମୀ ଅଟେ ଲୁହ , କାହିଁକି ନା ସମୟ ପଡିଲେ ରକ୍ତ କିଣି ହୁଏ କିନ୍ତୁ ଲୁହ ନୁହେଁ !!
➡️”ପୃଥିବୀରେ ସବୁଠାରୁ ଶ୍ରମଜୀବୀ ହେଉଛନ୍ତି ମା କର୍ମବିରକ୍ତି ନାହିଁ, ମଜୁରୀ ନାହିଁ,ଦାବି ନାହିଁ, ସର୍ତ୍ତ ନାହିଁ, ସ୍ବାର୍ଥ ନାହିଁ ସେ କେବଳ ନିଃସ୍ବାର୍ଥ ଶ୍ରମ ଦେବା ଜାଣନ୍ତି !!
➡️”ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ ତା ଠାରୁ ଗଭୀର ସମ୍ପର୍କ ଆଉ ଦୁନିଆରେ ନାହିଁ । ଆଉ ଯେଉଁ ସମ୍ପର୍କ ଆମେ କାନ୍ଦୁଥିବା ବେଳେ ଛାଡି ଯାଏ ତା ଠାରୁ ଦୁର୍ବଳ ସମ୍ପର୍କ ଦୁନିଆରେ ନାହିଁ !!
➡️”ସମ୍ପର୍କର ମୂଲ୍ୟ ସେହିମାନେ ହିଁ ଅଧିକ ବୁଝନ୍ତି … ଯେଉଁମାନେ ଭିତରେ କାନ୍ଦୁଥିଲେବି ଉପରେ ଖୁସି ରହି ଅନ୍ୟକୁ ଖୁସି ରଖିବାକୁ ସର୍ବଦା ଚେଷ୍ଟା କରନ୍ତି …. !!
🙏ଜୟ ମା ସନ୍ତୋଷୀ🙏ଶୁଭ ସକାଳ,ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ।

Leave A Reply

Your email address will not be published.