ଆଜିର ଅନୁଚିନ୍ତା

ତାରିଖ : ୦୪.୧୧.୨୦୨୧,ଗୁରୁବାର

0 220

ଆଜିର ନୀତିବାଣୀ
➡️”ଗୋଟିଏ ଭୂଲ ଅନେକ ଭୂଲ କରିବା ପାଇଁ ବାଧ୍ୟ କରାଏ କିନ୍ତୁ ଗୋଟିଏ ଭଲ କାମ ଅନେକ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଏ । ନିଷ୍ପତ୍ତି ଆମ ହାତରେ
➡️”ସବୁ ଖୁସିକୁ ଖୁସି ଭାବନ୍ତୁ ନାହିଁ ଆଉ ସବୁ ଦୁଃଖକୁ ଦୁଃଖ ମଧ୍ୟ ଭାବନ୍ତୁ ନାହିଁ , ଯଦି ଏ ଦୁନିଆରେ ବଞ୍ଚିବାର ଅଛି ତେବେ ନିଜକୁ କେବେହେଲେ କାହାଠାରୁ କମ୍ ଭାବନ୍ତୁ ନାହିଁ !!
➡️”କେବେବି ନିଜକୁ ଛୋଟ ମନେ କରନ୍ତୁ ନାହିଁ। ମନେରଖନ୍ତୁ ପାଦ ତଳର ଦୁବଘାସ ପୂଜାରେ ଲାଗେ, ମୁଣ୍ଡ ଉପରେ ଥିବା ବିଶାଳ ତାଳଗଛ ନୁହେଁ !!”
➡️”କେହି ଜାଣନ୍ତିନି ଯେ କାଲି କଣ ହେବ। ତେଣୁ କାଲିର କାମ ଆଜି କରିବା ବୁଦ୍ଧିମାନ ର ପରିଚୟ !!
➡️”ସଫଳତା ନାମକ ଗାଡି କଠିନ ପରିଶ୍ରମ ନାମକ ଚକଦ୍ବାରା ଚାଲିଥାଏ କିନ୍ତୁ ଯାତ୍ରା ସେତେବେଳେ ଅସମ୍ଭବ ଯେବେ ଗାଡିରେ ଆତ୍ମବିଶ୍ବାସ ନାମକ ଇନ୍ଧନ ନ ପଡିଛି !!
ଆଜିର ଅନୁଚିନ୍ତା
➡️”ଯଦି ଜୀବନରେ ନୂତନ କିଛି କରିବାକୁ ଚାହୁଁଛନ୍ତି ତାହେଲେ ଦୁଇଟି ମୁଖ୍ୟ ଅସ୍ତ୍ର ସବୁବେଳେ ନିଜ ସହ ରଖନ୍ତୁ , ଗୋଟିଏ ହେଲା ‘ ଧୌର୍ଯ୍ୟ ‘ ଅନ୍ୟଟି ହେଲା ‘ ସାହସ ➡️”ସବୁବେଳେ ହସିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ସ୍ଥିତିରେ ଅଛି ଏଠି ଆପଣଙ୍କ ହସ ଛଡ଼େଇ ନେଇ କନ୍ଦାଇବା ଲୋକ ଅନେକ ଅଛନ୍ତି !!
➡️”ଯେଉଁ ବ୍ୟକ୍ତି ବିଫଳ ହେବାକୁ ଡରୁଥାଏ , ସେହି ମୁହୂର୍ତ୍ତରେ ସେଇ ବ୍ୟକ୍ତି ସଫଳ ହେବାର ଯୋଗ୍ୟତାକୁ ବି ହରାଇ ବସିଥାଏ !!
➡️”ନିଜ ସ୍ବପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ , କାହିଁକିନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ବପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ !!
➡️”ଏହା ନିରାଟ ସତ୍ୟ ଯେ ମିଛ ଲୋକ ମାନେ ମିଛ ସମ୍ପର୍କକୁ ହିଁ ପସନ୍ଦ କରିଥାନ୍ତି . କାହିଁକିନା ସେମାନେ ଜାଣନ୍ତି ଯେ ସେମାନେ ନିଜେ ହିଁ ଅସ୍ଥାୟୀ !!
ଆଜିର ସୁବିଚାର
➡️”କାଚ ଏବଂ ସପ୍ନ ଦୁହେଁ ଠିକ୍ ଏକାଭଳି … କାଚ ଥରେ ଭାଙ୍ଗିଗଲେ … ଆଉ ଯୋଡି ହୁଏ ନାହିଁ … ଠିକ ସେମିଢି ସପ୍ନ ଥରେ ଭାଙ୍ଗିଗଲେ … ଆଉ ‘ ‘ ସେହି ସପ୍ନ କେବେ ଦେଖି ହୁଏ ନାହିଁ … !!
➡️”ଦୁଃଖ କିଏ ବି ଦେଉନା କାହିଁକି ସାହାରା ତ ସବୁବେଳେ ବାପା – ମା ଙ୍କ ଠାରୁ ମିଳିଥାଏ !!
➡️”କାହାକୁ କରିବ ନିଜର ଏଠି କାହାକୁ କରିବ ପର ସଭିଏଁ ପିନ୍ଧନ୍ତି ଭଦ୍ରମୁଖା ଏଠି ଅନ୍ତରେ ଲୁଚେଇ ଚୋର ! ଉପରେ କୁହନ୍ତି କେତେ ମିଠା କଥା ପଛରେ କାଟନ୍ତି ଚେର !!
➡️”ହେ ଭଗବାନ ମୋତେ କିଛି ମିଳୁ କି ନ ମିଳୁ … କିନ୍ତୁ ଦୁନିଆର ସବୁ ଖୁସି ମୋ ସାଙ୍ଗ ମାନଙ୍କୁ ମିଳୁ … !!
➡️”ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ ତା ଠାରୁ ଗଭୀର ସମ୍ପର୍କ ଆଉ ଦୁନିଆରେ ନାହିଁ । 🙏ଜୟ ମା ଦୁର୍ଗା🙏ଶୁଭ ସକାଳ,ଆଜି ଗୁରୁବାର ଶ୍ୟାମାକାଳୀ ପୂଜା ମା ଦୁର୍ଗାଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ଦୁର୍ଗା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମାଙ୍କ ନିକଟରେ ଏତିକି ମିନତୀ…

Leave A Reply

Your email address will not be published.