ଆଜିର ନୀତିବାଣୀ
”ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି !
”ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ !!
”ଯେଉଁ ଖାତାର ସବୁ ବିଷୟକୁ ସମ୍ଭାଳିବାର କର୍ତ୍ତବ୍ୟ ଥାଏ ସିଏ କେବଳ ରଫ୍ ଖାତା ବନିଯାଏ, ସେହିପରି ପରିବାରର କର୍ତ୍ତବ୍ୟବାନ ମଣିଷର ଅବସ୍ଥା ମଧ୍ୟ ଗୋଟିଏ ରଫ୍ ଖାତା ପରି !!
”ଆପଣଙ୍କର ଦକ୍ଷତା ଆପଣଙ୍କୁ ଶିଖରରେ ପହଞ୍ଚିବାରେ ସାହାଯ୍ୟ କରିପାରିବ, କିନ୍ତୁ ଶୀର୍ଷରେ ରହିବାକୁ ହେଲେ ଚରିତ୍ର ଭଲ ରହିବା ଜରୁରୀ !!
”ସେହି ସମୟରେ ଲୋକମାନେ ଭରସା ଭାଙ୍ଗି ଦିଅନ୍ତି, ଯେତେବେଳେ ଆମେ ସେମାନଙ୍କର ଭରସାର ଉଦାହରଣ ଦେଇ ଥାଉ !!
ଆଜିର ଅନୁଚିନ୍ତା
”ପ୍ରତିଦ୍ବନ୍ଦିତା ଓ ତୁଳନାତ୍ମକ ମନୋଭାବ ନେଇ କୌଣସି ଜିନିଷର ଅସଲ ସ୍ବରୂପ ଦେଖୁ ହୁଏ ନାହିଁ , ଏ ଦୁନିଆକୁ ଦେଖିବାକୁ ହେଲେ ସ୍ବତନ୍ତ୍ର ଦୃଷ୍ଟିଭଙ୍ଗୀ ସହ ମନରେ ଅଲଗା ପ୍ରକାରର ଭାବଟିଏ ଦରକାର !!
”ସମୟ କଥା କହିପାରି ନଥାଏ ସତ , କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହି ଦେଇଥାଏ !!
”ଯେଉଁଠି ଆତ୍ମସମ୍ମାନ ମିଳୁ ନାହିଁ ସେଭଳି ଜନଗହଳି ପରିବେଶ ଅପେକ୍ଷା ଏକା ରହିବା ଭଲ , ଲୋକେ ଏହାକୁ ତୁମର ଆତ୍ମଗର୍ବ କହିପାରନ୍ତି କିନ୍ତୁ ବାସ୍ତବରେ ଏହା ତ ନିଜର ଆତ୍ମସ୍ବାଭିମାନ !!
”ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଇଚ୍ଛା ନେଇ ଆଗକୁ ବଢନ୍ତୁ !!
’ ଅନୁମାନ ‘ ଆମର ଭୁଲ ହୋଇପାରେ କିନ୍ତୁ ଅନୁଭୂତି ” ନୁହେଁ , କାହିଁକିନା ଅନୁମାନ କେବଳ ମନର ଗୋଟିଏ କଳ୍ପନା ହୋଇଥିଲା ବେଳେ ଅନୁଭୂତି ଏକ ଶିକ୍ଷା ହୋଇଥାଏ !!
ଆଜିର ସୁବିଚାର
”ଜିବନରେ ଦୁଇଟି ଜିନିଷ ନିଶ୍ଚୟ କର ମୌନ ରୁହ ଓ କ୍ଷମା କର . ମୌନଠୁ ଭଲ ଉତ୍ତର ନାହିଁ କି କ୍ଷମାଠାରୁ ବଡ ଦଣ୍ଡ ନାହିଁ !!
”ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ . କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ !!
”ଦୁଃଖ ତ ତାକୁ କୁହାଯାଏ ଯାହା ଦୁଇ ଟୋପା ଲୁହ ହୋଇ ଆଖୁରୁ ଝରିଯାଏ !!
”ବେଳେବେଳେ ମଣିଷ ବହୁତ କିଛି ଅକୁହା କଥା କହିବାକୁ ଚାହିଁଥାଏ ହେଲେ ଦୁଃଖର କଥା ଶୁଣିବାକୁ କାହା ପାଖରେ ସମୟ ନଥାଏ !!
”ଖୁସି ମାଗିଲେ ମିଳେନି ସମୟ ଆସିଲେ ଖୁସି ଆପେ ଆପେ ତୁମ ପାଖକୁ ଆସିବ କିନ୍ତୁ ଏ କଥା ମଣିଷ ବୁଝିକି ବି ଅବୁଝା ହୁଏ ମିଛ ମରୀଚିକା ପଛରେ ଧାଇଁ କଷ୍ଟକୁ ନିଜ ଆଡକୁ ଟାଣିଆଣେ !!
ଜୟ ଶ୍ରୀ ରାମ
ଶୁଭ ସକାଳ,ଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ
ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ