ଆଜିର ଅନୁଚିନ୍ତା

ତାରିଖ : ୦୧.୧୧.୨୦୨୧,ସୋମବାର

ଆଜିର ନୀତିବାଣୀ
➡️”କାହାକୁ ଭଲପାଇବା ଓ ସମୟ ମାଗି ଲଜ୍ଜିତ ହୁଅ ନାହିଁ କାହିଁକି ନା ଯିଏ ଆପଣଙ୍କୁ ନିଜର ବୋଲି ଭାବୁଥାଏ ଯିଏ ଆପଣଙ୍କୁ ନିଶ୍ଚୟ ସମୟ ଓ ଭଲପାଇବା ଦେଇଥାଏ !!
➡️”ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ, ନିରବତା ହିଁ ଯଥେଷ୍ଟ ହୋଇଥାଏ !!
➡️”ଅନ୍ୟର ଦୋଷ ଦେଖିଲା ମାତ୍ରେ ତାକୁ ସମାଲୋଚନା କରିବା ପୂର୍ବରୁ ନିଜର ସେହି ଦୋଷ କେତେ ଦୂର ଅଛି ପ୍ରଥମରୁ ବିଚାରୀ ନିଅ !!
➡️”ଯେଉଁମାନେ ଉପରେ ଉପରେ ସହାନୁଭୂତି ଦେଖାନ୍ତି ଭିତରେ ଚେର କାଟନ୍ତି ସେମାନଙ୍କ ଠାରୁ ଦୂରେଇ ରହିବା ଭଲ !!
➡️”ଭଲ ଲୋକଙ୍କୁ ଭୁଲ୍ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ !!
➡️”କେହି କେବେ ନିଜ ଇଛାରେ ବଦଳି ନଥାଏ , ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳିଯିବାକୁ ବାଧ୍ଯ କରିଥାଏ !!
ଆଜିର ଅନୁଚିନ୍ତା
➡️”ଆଜିର ଏ ଦୁନିଆରେ ମିଛକୁ ଯେତେ ଧିରେ କୁହନା କାହିଁକି ସମସ୍ତେ ଶୁଣି ପାରିବେ , କିନ୍ତୁ ସତକୁ ଯେତେ ଚିଲେଇକି କହିଲେ ବି କେହି ଶୁଣି ପାରିବେ ନାହିଁ !!
➡️”ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ , ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ଚାହିଁଥାଏ , ବୋଧେ ଏହା ହିଁ ଜୀବନ !!
➡️”ଏ ଦୁନିଆରେ ସମୟ ହିଁ ବଳବାନ , କାହିଁକିନା ସମୟ ସବୁକିଛି ପରିବର୍ତ୍ତନ କରିଦେଇଥାଏ , ଧୌର୍ଯ୍ୟର ସହ ପରିସ୍ଥିତି କୁ ସାମ୍ନା କରନ୍ତୁ ଦେଖିବେ ନିଶ୍ଚିତ କିଛି ନୂତନ ଉପହାର ମିଳିବ !!
➡️”ଶ୍ରଦ୍ଧାରୁ ଜ୍ଞାନ , ନମ୍ରତାରୁ ମାନ ଆଉ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ , ହେଲେ ଯେତେବେଳେ ଏଇ ତିନୋଟି ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ !
➡️”ଯାହା ବି କରୁଛ କର ଖାଅ , ପିଅ , ଭଲ ପୋଷାକ ପିନ୍ଧ , ଦାନ କର , ଜୀବନର ଲକ୍ଷ୍ୟ ବି ରଖ । ହେଲେ ଅପଚୟ ଓ ଅହଙ୍କ…
ଆଜିର ସୁବିଚାର
➡️”କିଛି ଲୋକ ଆମକୁ ଦୁଃଖ ଦିଅନ୍ତି ସତ , କିନ୍ତୁ ସେଇ ଦୁଃଖ ହିଁ ଆମ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣି ଦିଏ !!
➡️”ପିଲାଦିନେ କେବଳ ଆମେ ବଡ ହେବାକୁ ଚାହାଁନ୍ତି ଆଉ ବଡ଼ ହେବା ପରେ ଆମେ ପୁଣି ପିଲାଦିନକୁ ଫେରି ଯିବାକୁ ଚାହାଁନ୍ତି !!
➡️”ସେତେବେଳେ ବୁଝିବେ ଆପଣଙ୍କର ଉନ୍ନତି ହୋଉଛି ଯେତେବେଳେ ଲୋକେ ଆପଣଙ୍କୁ ଦେଖି ହିଂସା କରୁଛନ୍ତି !!
➡️”ଟଙ୍କା … ଜିନିଷଟି ସମ୍ମାନର ମାପକାଠି ଏବେ ଯାହାର ଟଙ୍କା ବେଶି ତାର ସମ୍ମାନ ବେଶି ଆଉ ଯାହାର ଟଙ୍କା କମ୍ ତାର ସମ୍ମାନ ଶୁନ୍ୟ !!
➡️”ପ୍ରକୃତ ସୁଖି ସେହିମାନେ ଯେଉଁମାନେ ନିଜକୁ ସବୁ ପରିସ୍ଥିତିରେ ଖାପ୍ ଖୁଆଇ ଚାଲନ୍ତି !!🙏ଓଁ ନମଃ ଶିବାୟ🙏ଶୁଭ ସକାଳ, ଆଜି ସୋମବାର ରମା ଏକାଦଶୀ ଉପବାସ ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ ।

 

- Advertisement -

Leave A Reply

Your email address will not be published.