ଆଜିର ନୀତିବାଣୀ
”ଯନ୍ତ୍ରଣାର ଦୁଇଟି ଦିଗ ଥାଏ । ଗୋଟିଏ ହୃଦୟକୁ କଷ୍ଟ ଦିଏ ତ ଅନ୍ୟଟି ଜୀବନକୁ ପରିବର୍ତ୍ତନ କରିଥାଏ !!
”ତୁମେ କାହାକୁ କେତେ ପସନ୍ଦ କରିବା ପରିବର୍ତ୍ତେ,ଗୁରୁତ୍ୱପୂର୍ଣ୍ଣ ହେଉଛି ତୁମେ ସେମାନଙ୍କୁ କେତେ ସମ୍ମାନ କରୁଛ … !!
”ଚିନ୍ତାଧାରା ଦ୍ୱାରା ଆଗକୁ ବଢିବା ସହ ସଫଳତାର ନିକଟତର ଜଣେ ହୋଇ ପାରିବ !!
”ଯଦି ଆପଣ ଆଜି କୌଣସି ଅନାବଶ୍ୟକ କିଣନ୍ତି, ତେବେ ଆସନ୍ତାକାଲି ଯାହା ଦରକାର ତାହା ବିକ୍ରୟ କରିବାକୁ ପଡିବ !!”
”ଆସନ୍ତାକାଲି ଖରାପ ନିଶା ତ୍ୟାଗ କରିବା ଅପେକ୍ଷା ଆଜି ତ୍ୟାଗ କରିବା ଭଲ !!
ଆଜିର ଅନୁଚିନ୍ତା
” ଧୌର୍ଯ୍ୟବାନ ” ହୁଅ , କାହିଁକିନା ସବୁକିଛି ସହଜ ହେବା ପୂର୍ବରୁ ପ୍ରଥମେ କଷ୍ଟକର ହିଁ ହୋଇଥାଏ !!
”ନିଜର ମନକୁ ସବୁବେଳେ ନିଜ ନିୟନ୍ତ୍ରଣ ରେ ରଖନ୍ତୁ , କାହିଁକିନା ଆପଣଙ୍କର ମନ ହିଁ ଏକ ବିଶାଳ ଶତୃ !!
”ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ନିଜର ଖୁସି ନିଜ ହାତରେ ହିଁ ରହିଥାଏ , ଯଦି ନିଜ ଖୁସି ପାଇଁ ଅନ୍ୟ ଉପରେ ନିର୍ଭର କରିବ ତେବେ ନିଶ୍ଚିତ ଦୁଃଖ ହିଁ ପାଇବ !!
”ଆଜି ସମୟ ଏପରି ପରିବର୍ତ୍ତନ ହେଇଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟ କଷ୍ଟକର !!
”ଅନ୍ୟ ଉପରକୁ ଆଙ୍ଗୁଠି ଉଠେଇବା ପୂର୍ବରୁ ପ୍ରଥମେ ନିଜ ଉପରକୁ ଉଠାଇବା କାହିଁକିନା ଅନେକ ଭୁଲ୍ ମଧ୍ଯ ନିଜ ପାଖରେ ରହିଯାଇ ଥାଏ !!
ଆଜିର ସୁବିଚାର
”ଅତିରିକ୍ତ ଖାତିର ଆଉ ଭଲପାଇବା ସବୁ ଦିନେ Black List ରେ ସୀମାବଦ୍ଧ ହୋଇ ରହି ଯାଏ !!
”ସଂସାର ର ଆଶ୍ରୟ ନେଲେ ପରାଧୀନତା ଓ ଭଗବାନ ଙ୍କର ଆଶ୍ରୟ ନେଲେ ସ୍ବାଧୀନତା ମିଳିଥାଏ !!
”ଯେଉଁ ପୁଅର ଅଧିକ ରୋଜଗାର ତା ସ୍ତ୍ରୀ ପୁରା ପରିବାର ଭିତରେ ସବୁଠୁ ଅଳ୍ପ କାମ କରେ ଆଉ ଅଧ୍ବକ ଆଇନ୍ ବାହାର କରେ ! କଟୁ ବାକ୍ୟ କିନ୍ତୁ ସତ୍ୟ !!
”ଯଦି ଥରେ ଗୋଟିଏ ମଣିଷ ଉପରେ ବିଶ୍ବାସ ଚାଲିଯାଏ , ପରେ ସିଏ ରାଣ ଖାଉ କି ବିଷ ଖାଉ କିଛି ଫରକ ପଡ଼େନି !!
”କୁଅଁ ଭିତର କୁ ଓହ୍ଲାଇ ଗଲା ପରେ ବାଲ୍ମି ଟି ନଇଁ ପଡେ ନିଶ୍ଚିତ , ନଇଁ ପଡ଼ିଲା ପରେ , ନିଜେ ପାଣି ଭରି କରି ବାହାରକୁ ଆସିଯାଏ , ଜୀବନ ମଧ୍ୟ ଏହିପରି ହୋଇଥାଏ , ଯିଏ ନଇଁ ଯାଏ ଟିକେ , ସେ କିଛିନା କିଛି ନେଇ କରି ଉଠିଥାଏ .. !!
ଓଁ ମା ଲକ୍ଷ୍ମୀ ନାରାୟଣ ନମଃ
ଶୁଭ ସକାଳ ଆଜି ଗୁରୁବାର ମା ଲକ୍ଷ୍ମୀ ନାରାୟଣ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ
ମା ଲକ୍ଷ୍ମୀ ନାରାୟଣ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ
ଆଜିର ଅନୁଚିନ୍ତା
Prev Post
Next Post