୦୧.ପରିବାର ଦାୟିତ୍ବ ଭାର ଆଗରେ ସ୍ବପ୍ନ ସବୁବେଳେ ହାରି ଯାଇଥାଏ ।
୦୨.ସମସ୍ତଙ୍କୁ ସାହାର୍ଯ୍ୟ କର କିନ୍ତୁ କାହା ଠାରୁ କିଛି ପାଇବା ଆଶା ରଖ ନାହିଁ ।
୦୩.ଖରାପ ସମୟ କେବେ ରହେ ନାହିଁ, ତାହା ଖୁବ୍ ଶୀଘ୍ର ପରିବର୍ତ୍ତନ ହୋଇଯାଏ
୦୪. ଅଢେଇ ଦିନିଆ ଜୀବନକୁ ନେଇ ବଢେଇ ହେଉଛୁ କାହିଁକି ବେଶି,ଆସିଥିଲୁ ଖାଲି ଯିବୁରେ ତୁ ଖାଲି,ମାଟି ଦେହ ଯିବ ମାଟିରେ ମିଶି ।
୦୫. ହାତ କାଟି ଭଲପାଇବା ପ୍ରମାଣ ଦେବା ବଡ ବୋକାମି, ଯିଏ ତୁମ ଲୁହର ମୂଲ୍ୟ ବୁଝେନାହିଁ ସେ ତୁମ ରକ୍ତର ମୂଲ୍ୟ ବୁଝିବ କେମିତି ।
୦୬. ଯାହା ‘ପ୍ରାପ୍ତ’ ହୋଇଛି ତାହା ‘ପର୍ଯ୍ୟାପ୍ତ’ ।ଏହି ଦୁଇଟି ଶବ୍ଦରେ ଲୁଚି ରହିଥିବା ସୁଖ ହେଉଛି ଅତୁଳନୀୟ ।
୦୭. ଯଦି ତୁମେ ଖୁସି ପାଇଁ କାମ କର, ତୁମେ ଖୁସି ପାଇବ ନାହିଁ । ଯଦି ତୁମେ ଖୁସିରେ କାମ କର, ତୁମେ ନିଶ୍ଚିତ ଭାବରେ ଖୁସି ପାଇବ ।
୦୮. ଅଯଥା ସମୟ ନଷ୍ଟ କର ନାହିଁ, ଏହାକୁ କିଛି ମହତ୍ବପୂର୍ଣ୍ଣ ପୂର୍ଣ୍ଣ କାର୍ଯ୍ୟରେ ଲଗାଅ ଏବଂ ଅଦରକାରୀ କାର୍ଯ୍ୟରୁ ଦୂରେଇ ରୁହ ।
୦୯. ଯେକୌଣସି ମହାନ ବ୍ୟକ୍ତି ସୁଯୋଗର ଅଭାବ ବିଷୟରେ କେବେବି ଅଭିଯୋଗ କରନ୍ତି ନାହିଁ ।ପ୍ରତ୍ୟେକଟି କାର୍ଯ୍ୟକୁ ସମୟର ଦାନ ଭାବି କରିଚାଲନ୍ତି।
୧୦. ମହାନତା କଦାପି ତଳେ ପଡ଼ିବାରେ ନୁହେଁ, କିନ୍ତୁ ପ୍ରତ୍ୟେକ ଥର ତଳେ ପଡ଼ି ପୁଣି ଉଠି ଯିବାରେ ହୋଇଥାଏ।
ବିଦ୍ୟାଦାନ କଲେ ଜ୍ଞାନ ବଢଇ ଜ୍ଞାନୀ ଲୋକ ସର୍ବତ୍ର ପ୍ରଶଂସା ପାଇ
ବିଦ୍ୟା ଜ୍ଞାନ ବିନା ନର ପଶୁରେ ଗଣା ସୁଲଭ ପ୍ରାଣୀ ମୂର୍ଖରେ ହୁଅଇ ବଣା ।
ଖୋଲା ଖୋଲି ଭାବେ ଯେ ଶତ୍ରୁତା କରେ ,ସେ ଠିକ କୋଷମୁକ୍ତ କୃପଣ ପରି | ତାକୁ ବିଶେଷ ଡରିବା ଆବଶ୍ୟକ ନାହିଁ |କିନ୍ତୁ ଯିଏ ଉପରେ ସ୍ନେହମମତା ଦେଖାଇ ଭିତରେ ଭିତରେ କ୍ଷତି କରେ ,ତାକୁ ହିଁ ଡରିବାକୁ ହେବ ।
ପାପୀ ହୁଅନ୍ତୁ ବା ପୁଣ୍ୟବାନ୍- କିମ୍ବା ଵଧ ନିମନ୍ତେ ସ୍ଥିରୀକୃତ ଅପରାଧୀ ହୁଅନ୍ତୁ ଯିଏ ଶ୍ରେଷ୍ଠ ପୁରୁଷ ସର୍ବଦା ଦୟା ପ୍ରଦର୍ଶନ କରିଥାଏ ।କାରଣ ଏ ସଂସାରରେ ଏପରି କୌଣସି ପୁରୁଷ ନାହିଁ । ଯିଏ କି ଜୀବନରେ କିଛି ଅପରାଧ ନ କରିଛି।
LOVE-ପିଲା ବେଳେ ମାଗଣାରେ ମିଳେ-ଯୌବନରେ ଖୋଜିବାକୁ ପଡେ-ବୃଦ୍ଧ ବେଳେ ମାଗିବାକୁ ପଡେ
ଶୁଭ ସକାଳଓଁ ନମଃ ଗଣନାୟକ
ଜୟ ମାଲକ୍ଷ୍ମୀ
ଶୁଭ ସକାଳ,ଆଜି ବୁଧବାର କୁମାର ପୂର୍ଣ୍ଣିମା ଓ କୁମାରୋତ୍ସବ ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ
ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ