ବାରଙ୍ଗ,୪।୨(ଏସଏସନିଉଜ)ଅଧା ରହିଗଲା ଠାକୁର ପୂଜା।ଝିଅ ଆସିଥିଲା ଫୁଲ ଆଣିବା ପାଇଁ।କିନ୍ତୁ ବାଟରେ ଜଗିରହିଥିଲା ଯମ ରୁପି ମୋ ବସ।ସାଇକେଲ ନେଇ ଆସୁଥିବା ବେଳେ ଛୋଟ ଝିଅକୁ ପଛରୁ ଧକା ଦେଇଥିଲା।ଯାହାଫଳରେ ସେହିଠାରେ ଚାଲିଯାଇଥିଲା ଝିଅର ଜୀବନ।ଏହି ଭଳି ଘଟଣା ମଙ୍ଗଳବାର ସକାଳେ ରଘୁନାଥପୁର ଗାଁ ମୁଣ୍ଡରେ ଘଟିଥିଲା। ଦୁର୍ଘଟନା ଘଟାଇଥିବା ଚାଳକକୁ ଗିରଫ କରି ପୋଲିସ କୋର୍ଟଚାଲଣ କରିଛି।
ପ୍ରକାଶଯେ, ସାବିତ୍ରୀ ଜୁଆଡ଼ି ନାମକ ମହିଳା ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀସେ ପରିବାର ସହ ନନ୍ଦନକାନନ ରାସ୍ତା ପାର୍ଶ୍ବରେ ଥିବା ଏକ ଫାର୍ମ ହାଉସରେ କାମ କରନ୍ତି।ମଙ୍ଗଳବାର ସକାଳେ ତାଙ୍କ ୧୨ବର୍ଷ ର ସାନଝିଅ ଫାର୍ମ ହାଉସରୁ ବାହାରି ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବାମୋ-ବସ ପଛ ପାଖରୁ ଖୁବ ଜୋରସେ ଧକା ଦେଇଥିଲେ । ଏହି ଦୁର୍ଘଟଣା ଫଳରେ ଝିଅର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପରିବାର ସଦସ୍ୟ ତଥା ସ୍ଥାନୀୟ ଲୋକ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଘଟଣାସ୍ଥଳରୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ସାବିତ୍ରୀଙ୍କ ଅଭିଯୋଗକୁ ଭିତି କରି କେସ ନମ୍ୱର ୩୭/୨୫ରେ ଏକ ମକଦ୍ଦମା ରୁଜୁ କରି ଦୁର୍ଘଟନା ଘଟାଇଥିବା ମୋ ବସ ଚାଲକ ନିମାପଡ଼ା ହରିପୁରର ନୃସିଂହ ସେଠୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
Prev Post
Next Post