ବାରଙ୍ଗ,୨।୩(ଏସଏସନିୟୂଜ) କିଟ୍ ଓ କିସ୍ ର ପ୍ରତିଷ୍ଟାତା ଡ଼. ଅଚୁତ ସାମନ୍ତଙ୍କ ବିରୋଧରେ ହେଉଥିବା ଅପପ୍ରଚାରକୁ ଆମେ ପଥରଗାଡ଼ିଆ ଗ୍ରାମବାସୀ ଦୃଢ଼ ବିରୋଧ କରୁଛୁ। ଡ଼. ଅଚୁତ ସାମନ୍ତଙ୍କ ପାଇଁ ପଥରଗଡ଼ିଆର ଭାଗ୍ୟ ଉଦୟ ହୋଇଛି।ତାଙ୍କ ଯୋଗୁ ପଥରଗାଡିଆର ଉର୍ନ୍ନତି ଚରମ ସୀମାରେ ପହଂଚି ପାରିଛି ବୋଲି ରବିବାର ମଧ୍ୟାହ୍ନ ୧୨ଟାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପଥରଗାଡ଼ିଆ ଗ୍ରାମବାସୀମାନେ କହିଛନ୍ତି l
ଏହି ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତିଯେ, କିଛିଦିନ ତଳେ ଘଟି ଯାଇଥିବା ଅଘଟଣ ପରେ କିଟ୍ ଓ କିସ୍ ସହ ଡ଼. ଅଚୁତ ସାମାନ୍ତଙ୍କ ବିରୋଧରେ କିଛି ନ୍ୟସ୍ତ ସ୍ୱାଥ ବ୍ୟକ୍ତି କୃଶ୍ଚରଚନା କରିଛନ୍ତି ଓ ସେମାନଙ୍କ ବିରୋଧରେ ନିଦିଷ୍ଟ ଗଣ ମାଧ୍ୟମ ବରାବର ନିନ୍ଦିତ କରିଛନ୍ତି l
ତେବେ ପଥରଗାଡ଼ିଆରେ ଅଚୁତ ସାମାନ୍ତଙ୍କ କିଟ୍ ଓ କିସ୍ ପ୍ରତିଷ୍ଠା ହେବା ପରେ ଗ୍ରାମର ବେଶ କିଛି ବ୍ୟକ୍ତି ରୋଜଗାରକ୍ଷମ ହୋଇପାରିଛନ୍ତି।ରାସ୍ତା ନଥିବା ଗାଁ କୁ ରାସ୍ତାଟିଏ କରି ଉର୍ନତିର ବାଟ ଖୋଲି ଦେଇଛନ୍ତି।ଅଞ୍ଚଳର ପିଲାମାନଙ୍କୁ ନିଯୁକ୍ତି,ଶିକ୍ଷା କ୍ଷେତ୍ରରେ ଆଡ଼ମିଶନ ରାଶିରେ ରିହାତି,ଚିକିତ୍ସା କ୍ଷେତ୍ରରେ ଖର୍ଚ୍ଚ ଅର୍ଥରେ ରିହାତିଭଳି ସବୁ ସାହାଯ୍ୟ କରି ଚାଲିଛନ୍ତି।ଏହି ଶିକ୍ଷାନୁଷ୍ଠାନ ହେବା ପରେ
ଜମିର ମୂଲ୍ୟ ଆଶାନୁରୂପକ ଭାବେ ବଢ଼ିଯାଇଛି। ଗାଁର ମନ୍ଦିର ଓ ବିଭିର୍ଣ୍ଣ ଅନୁଷ୍ଠାନକୁ ମୁକ୍ତହସ୍ତରେ ଦାନ କରିଛନ୍ତି ଏହାସହିତ ଅଂଚଳର ବହୁ ପିଲା ଶିକ୍ଷିତ ହେବା ସହ ରୋଜଗାର କ୍ଷମ ହୋଇପାରିଛନ୍ତି l ଡ଼. ଅଚୁତ ସାମନ୍ତଙ୍କ ଅବଦାନକୁ ଗ୍ରାମବାସୀ କେବେବି ଭୁଲି ପାରିବେନାହିଁ ।ଗୋଟିଏ ଦୁର୍ଘଟଣା ପରେ ତାଙ୍କୁ ଯେଉଁଭଳି ନିନ୍ଦିତ କରାଯାଉଛି ସେମାନେ ଏହାକୁ ବିରୋଧ କରିବା ସହ ତାଙ୍କ ସପକ୍ଷରେ ରାଜରାସ୍ତାକୁ ଯିବାକୁ ପଛାଇବେ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏହି ସାମ୍ବାଦିକସମିଳନୀରେ ଗ୍ରାମ ମୁରବି କୃଷ୍ଣଚନ୍ଦ୍ର ବେହେରା. ବ୍ରଜମୋହନ ଜେନା. ସୁଦର୍ଶନ ଜେନା,ପୂର୍ଣ୍ଣଚନ୍ଦ୍ରବେହେରା,ଦିଲ୍ଲୀପ କୁମାର ବେହେରା. ଜଗବନ୍ଧୁ ବେହେରା ୱାର୍ଡସଭ୍ୟା ସୀମା ବେହେରା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିର୍ଣ୍ଣ ପ୍ରଶ୍ନର ଉତ୍ତର ରଖିଥିଲେ। ଡ଼. ସାମନ୍ତ ଆମ ଗ୍ରାମର କୌଣସି ଲୋକର ଜମି ହଡପ କରିନାହାନ୍ତି କି ଜବରଦଖଲ କରି ନାହାନ୍ତି ବୋଲି କହିଥିଲେ।