ମାର୍ଚ୍ଚମାସ ୨୨ତାରିଖ ୨୦୨୫ମସିହା (ଶନିବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ,ନକ୍ଷତ୍ର- ମୂଳା ରାତ୍ରି ଘ୦୪/୩୧ ଗତେ ପୂର୍ବାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୨୭,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୨୫, ଯୋଗିନୀ ଐଶାନ୍ୟେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୨୦ ମଧ୍ୟେ ଓ ଘ୦୪/୨୬ ଗତେ ଘ୦୫/୫୬ ମଧ୍ୟେ,ବାରବେଳା -ଦିବା ଘ୦୧/୨୬ ଗତେ ଘ୦୨/୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୫୦ ଗତେ ଘ୦୧/୦୨ମଧ୍ୟେ ଓ ରାତ୍ରି ଘ୦୮/୨୦ ଗତେ ଘ୧୦/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ।
ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସିଂହଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟାଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳାଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛାଆଜି ମନ ଖୁସି ରହିଲେ ମଧ୍ୟ କାର୍ୟ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକରଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
ଦୂରହେବ ବ୍ଲଡସୁଗାର…
ବର୍ତ୍ତମାନ ସମୟରେ ସମସ୍ତଲୋକେ ଚାହିଁଥାନ୍ତିଯେ, ସେମାନେ କିପରି ସୁସ୍ଥରହିବେ ।ହେଲେ ଆଜିକାଲିର ବିଭିନ୍ନ ପ୍ରକାରର ଅସୁବିଧାପାଇଁ ଲୋକେ ବହୁତ କିଛିସମସ୍ୟାରେ ସମ୍ମୁଖୀନହେଉଛନ୍ତି ।କାହିଁକିନା ବର୍ତ୍ତମାନ୍ ବହୁତକିଛି ରୋଗ ହେଉଛି ।ଯାହା ଅତିଶୀଘ୍ର ଛାଡୁନାହିଁ ଏବଂ ରୋଗୀକୁ ଧୀରେଧୀରେ ମାରିବିଦଉଛି ।ଆପଣ ଯଦି ଲାଇଫ୍ ଷ୍ଟାଇଲକୁ ପରିବର୍ତ୍ତନ କରିବାପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତଭାବରେ କିଛି ନା କିଛି କାମକରନ୍ତୁ, ଯାହାଦ୍ବାରା ଆପଣଙ୍କସ୍ୱାସ୍ଥ୍ୟ ଭଲରହିବ ।
ସବୁଦିନ ଆପଣଙ୍କୁ ମର୍ଣ୍ଣିଂୱାକ୍ ଯିବାକୁପଡିବ ଏବଂ ଘରର ସମସ୍ତକାର୍ୟ୍ୟ ମଧ୍ୟକରିବେ । ଯାହା ଦ୍ବାରା ଆପଣଙ୍କ ଶରୀର ଫିଟ୍ ରହିବ ।ଏଥିସହ ଆପଣ ପୁଷ୍ଟିକର ଜାତୀୟଖାଦ୍ୟ ଖାଇବା ମଧ୍ୟ ଅଭ୍ୟାସ୍ କରନ୍ତୁ ।
ଆପଣମାନେ ଜାଣିଥିବେଯେ ବର୍ତ୍ତମାନ ବହୁତକିଛି ରୋଗହେଉଛି ।ଏହି ରୋଗକୁ ଦୂର କିପରିକରିବେ ଆଜି ଆପଣଙ୍କୁ କହିବୁ । ତେବେ ଆସନ୍ତୁଜାଣିବା କଣ ଖାଇବାଦ୍ବାରା ବହୁତକିଛି ସମସ୍ୟା ଦୂରହେବାକୁ ଲାଗିବ ।
ପ୍ରଥମେ ଆପଣଙ୍କୁ କହିବୁ ଯେ ତୁଳସୀପତ୍ର ଖାଇବାଦ୍ବାରା ବହୁତକିଛି ସମସ୍ୟା ଦୂରହୋଇଥାଏ ।ଏଥିସହ ତୁଳସୀ ପତ୍ରରେ ଭିଟାମିନ୍ ସି’ଜିଙ୍କ୍ ଏବଂ ଆଇରନ୍ ଭଳି ପ୍ରଚୁରପରିମାଣର ପୋଷକତତ୍ତ୍ବ ମିଳିଥାଏ ।ଏହାସହିତ ଆପଣଙ୍କୁ ମନେରଖିବା ଉଚିତଯେ ତୁଳସୀପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ମଧ୍ୟ ରହିଛି ।ଆୟୁର୍ବେଦଅନୁସାରେ ତୁଳସୀପତ୍ରକୁ ଔଷଧଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।ତୁଳସୀପତ୍ରକୁ ଖାଇବାରେ ଆମକୁ କେଉଁପ୍ରକାରର ଲାଭମିଳିବ ତାହା ଆସନ୍ତୁ ଜାଣିବା ।
ରୋଗ ପ୍ରତିରୋଧକଶକ୍ତି ବଢ଼ାନ୍ତୁ :-ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତରେ ତୁଳସୀପତ୍ର ଚୋବାଇ ଆପଣଆପଣଙ୍କର ରୋଗ ପ୍ରତିରୋଧକଶକ୍ତିକୁ ବହୁତପରିମାଣରେ ସୁଦୃଢକରିପାରିବେ ।ଯଦି ଆପଣ ବାରମ୍ବାର ଅସୁସ୍ଥ ରହୁଛନ୍ତି, ତେବେ ଆପଣ ଦୈନନ୍ଦିନ ଖାଦ୍ୟଯୋଜନାରେ ତୁଳସୀପତ୍ରକୁ ସାମିଲକରିବା ଉଚିତ୍ ।କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବାପାଇଁ ହେଲେ ମଧ୍ୟ ତୁଳସୀପତ୍ର ଖାଆନ୍ତୁ ।
ଅନ୍ତନଳୀ ସ୍ୱାସ୍ଥ୍ୟପାଇଁ ଲାଭଦାୟକ :-ଯଦି ଆପଣ ନିୟମିତ ତୁଳସୀପତ୍ର ଚୋବାଇଖାଆନ୍ତି ତେବେ ଆପଣ ଆପଣଙ୍କର ଅନ୍ତନଳୀସ୍ୱାସ୍ଥ୍ୟରେ ଉନ୍ନତିଆଣିପାରିବେ ।ଫାଇବର ଭରପୂର ତୁଳସୀପତ୍ର କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ଭଳି ପେଟସମସ୍ୟାରୁ ମଧ୍ୟ ମୁକ୍ତିମିଳିପାରିବ ।ସଠିକ୍ ଫଳାଫଳ ପାଇବାପାଇଁ ଆପଣଙ୍କୁ ଖାଲିପେଟରେ ତୁଳସୀପତ୍ର ଖାଇବାକୁ ହେବ ।
ବ୍ଲଡ୍ ଶୁଗାର ନିୟନ୍ତ୍ରଣକରନ୍ତୁ :-ତୁଳସୀପତ୍ରକୁ ଖାଇବାଦ୍ବାରା ବ୍ଳଡ୍ ଶୁଗାରସ୍ତର ବହୁପରିମାଣରେ ନିୟନ୍ତ୍ରଣ ରହିପାରିବ ।ତୁଳସୀପତ୍ର ସାହାଯ୍ୟରେ ପାଟିଦୁର୍ଗନ୍ଧ ସମସ୍ୟାରୁ ମଧ୍ୟ ମୁକ୍ତିମିଳିପାରିବ ।ତୁଳସୀପତ୍ର ଆପଣଙ୍କ ଶାରୀରିକସ୍ୱାସ୍ଥ୍ୟ ସହିତ ମାନସିକସ୍ୱାସ୍ଥ୍ୟପାଇଁ ମଧ୍ୟ ବହୁତଲାଭଦାୟକହେବ ।ତୁଳସୀପତ୍ରରେ ମିଳୁଥିବା ସମସ୍ତ ଉପାଦାନଗୁଡିକ ଚାପକମାଇବାରେ ମଧ୍ୟ ପ୍ରଭାବଶାଳୀହୋଇଥାଏ ।ତୁଳସୀପତ୍ର ଆପଣଙ୍କ ସାମଗ୍ରିକସ୍ୱାସ୍ଥ୍ୟର ଉନ୍ନତିପାଇଁ ସହାୟକହୋଇପାରେ ।ଯଦି ଆପଣ ସବୁସମୟରେ ଫିଟ୍ ରହିବାପାଇଁ ଚାହୁଁଛନ୍ତି ତେବେ ସବୁଦିନ ତୁଳସୀପତ୍ର ଖାଇବା ଅଭ୍ୟାସ୍ କରନ୍ତୁ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!