ଫେବୃଆରୀମାସ ୨୮ତାରିଖ ୨୦୨୫ମସିହା (ଶୁକ୍ରବାର)ଫାଲଗୁନମାସ- କୃଷ୍ଣପକ୍ଷତିଥି- ଅମାବାସ୍ୟା ଦିବାଘ୦୬/୩୬ ଗତେ ପ୍ରତିପଦନକ୍ଷତ୍ର-ଶତଭିଶା ଦିବାଘ୦୨/୩୧ଗତେ ପୂର୍ବଭାଦ୍ରସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୦୨ ,ଯୋଗିନୀ ଐଶାନ୍ୟେଦିବା ଘ୦୭/୩୬ଗତେ ପୂର୍ବେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,ଅଦ୍ୟ ଦିବା ଘ୦୨/୩୧ ଗତେ ଏକ ପାଦ ଓ ରାତ୍ରି ଘ୦୩/୩୩ ଗତେ ଦ୍ଵୀ ପୁଷ୍କର ଦୋଷନାସ୍ତି ,କାଳବେଳା ଓ ବାରବେଳା – ଦିବା ଘ୦୯/୦୨ଗତେ ଘ୧୧/୫୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୫ମଧ୍ୟେ ଓ ଘ ୦୮/୩୨ ଗତେ ଘ୦୯/୦୧ ମଧ୍ୟେ ଓ ଘ୦୧/୨୦ଗତେ ଘ୦୨/୫୭ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୩୭ଗତେ ଘ୧୧/୨୫ମଧ୍ୟେ,ଅଦ୍ୟ ପାଣି କଖାରୁଭକ୍ଷଣ ନିଷେଧ।
ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ।ଶିଳ୍ପ,ବାଣିଜ୍ୟ, ବ୍ୟବସାୟ,ପରିବହନପାଇଁ ଦିନଟି ବହୁତ ଶୁଭଙ୍କରୀହେବ ।ବହୁଦିନରୁ ହଜିଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜଖବର ପାଇପାରନ୍ତି।
ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳପ୍ରାପ୍ତି ହେବ।ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରିକ୍ଷେତ୍ରରେ ଉନ୍ନତି କରିପାରିବେ।ଆକସ୍ମିକ ଅର୍ଥଲାଭହେବ।
ମିଥୁନ-ଆଜି ପିଲାମାନଙ୍କସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।ଜମିଜମାରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।
କର୍କଟ-ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।ଘରର ବରାଦ ଅନୁଯାୟୀ ଫେରିବାବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ସିଂହ-ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ ।ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ।ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି।କାରଣ ନଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ,
କନ୍ୟା-ଆଜି ଆର୍ଥିକଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି ।ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗରୂପ ଦେବେ ।ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।
ତୁଳା-ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ବିଛା-କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି ।ଆତ୍ମୀୟମାନେ ସମାଲୋଚନା କରିପାରନ୍ତି।ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କଷ୍ଟକରହେବ ସହ ବିଫଳ ହୋଇପାରନ୍ତି ।
ଧନୁ-ଆଜି ଆପଣଙ୍କୁ କୌଣସି ନୀଚଜାତିର ବ୍ୟକ୍ତିବିଶେଷ ପରୋକ୍ଷଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।
ମକର-ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକପରିସ୍ଥିତି ଠିକ୍ ରହିବ।ବାଣିଜ୍ୟରେ ଆଶାକରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।
କୁମ୍ଭ-ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
ମୀନ-କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
-ଶାଳଗ୍ରାମର ମାହାତ୍ମ୍ୟ-
ଶାଳଗ୍ରାମ ହେଉଛି ଏକ ଜାତିର ପଥର ।ଯାହାକୁ ବୈଜ୍ଞାନିକମାନେ ଆମରୋନାଇଟ ବୋଲି କୁହନ୍ତି । ଯାହାକି ଏକ ଛିଦ୍ରଯୁକ୍ତ କୁଣ୍ଡଳକାର ଜୀବାସ୍ମଅଟେ ।ହିନ୍ଦୁଶାସ୍ତ୍ର ମତରେ ଏହାହେଉଛି ବିଷ୍ଣୁ ଦେବତାଙ୍କର ଜୀବନ୍ତପ୍ରତିମା ।ଶାଳଗ୍ରାମ ବିନା କୌଣସି ଵିଷ୍ଣୁମନ୍ଦିର ପ୍ରତିଷ୍ଠା ସମ୍ଭବନୁହେଁ ।ଶାଳଗ୍ରାମ କେବଳ ନେପାଳ ଅନ୍ତର୍ଗତ ମୁକ୍ତିନାଥନାମକ ସ୍ଥାନରେ ଗଣ୍ଡୁକିନଦୀ ପଠାରେ ଦେଖିବାକୁ ମିଳିଥାଏ ।ଦ୍ଵାରିକା ସମୁଦ୍ରରେ ମଧ୍ୟ ଏକ ପ୍ରକାରର ଧଳାପଥର ଦେଖିବାକୁ ମିଳେ ଯାହାକୁ ଚକ୍ରନିକା କୁହାଯାଏ ।ଏପଥର ମଧ୍ୟ ଶାଳ ଗ୍ରାମ ସହ ସମତୁଲ୍ୟ ଏବଂ ଏହାକୁ ଶାଳଗ୍ରାମ ସହ ରଖି ପୂଜାକରାଯାଏ ।ନେପାଳର ଗଣ୍ଡୁକି ନଦୀରେ ବଜ୍ରକୀଟ ନାମକ ଏକ ପ୍ରକାରର କୃମିପୋକ ବାସକରନ୍ତି ।ଯାହାର ନଖ ଏବଂ ଦାନ୍ତ ଗ୍ରାନାଇଟ ଶିଳା ଠାରୁ ଶକ୍ତବୋଲି ବିଶ୍ୱାସରହିଛି ।ସେହି କୀଟଗୁଡିକ ଏହିଶୀଳାରେ ଚକ୍ରଆକୃତି ଅଙ୍କନକରିଥାନ୍ତି ।ଏହି ଚକ୍ରସବୁ ଶିଳାର ଉପରିଭାଗରେ ନରହି ଭିତର ଭାଗରେ ମଧ୍ୟ ରହିଥାଏ ।କାରଣ ଏହିକୀଟ ସେ ଶିଳା ଭିତରେ ହିଁ ବାସକରିଥାଏ ।ସେହି କୀଟ କରିଥିବା ଛିଦ୍ରକୁ ବଦନ କିମ୍ବା ମୁଖ କୁହାଯାଏ ।ଆମେ ଯଦି ଶାଳଗ୍ରାମ ଉପରକୁ ଗୋଟିଏପାର୍ଶ୍ଵରେ ଆଲୋକପକାଇବା ତେବେ ସେ ଛିଦ୍ରଗୁଡିକ ଖୁବ ପରିଷ୍କାର ଭାବରେ ଦେଖାଯିବ ।ଅସଲି ଶାଳଗ୍ରାମ ଜାଣିବାପାଇଁ ଏହି ଚକ୍ରଚିହ୍ନ ହିଁ ମହତ୍ତ୍ୱପୂର୍ଣ୍ଣ ।
ବିଶ୍ୱାସ କରାଯାଏ କି ଭଗବାନବିଷ୍ଣୁ ନିଜେ ସେ କିଟରୂପେ ଆସି ସେ ଶିଳାକୁ ପ୍ରସ୍ତୁତ କରିଥାନ୍ତି । ଅଧିକାଂଶ ଶାଳଗ୍ରାମ କଳାରଙ୍ଗର ଏବଂ ଏହାଛଡା ବିରଳ ଲାଲରଙ୍ଗର ଶାଳଗ୍ରାମ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଏହାକୁ ଘରେରଖି ପୂଜା କରାଯାଏନାହିଁ ।ଶାଳଗ୍ରାମ ତିନିପ୍ରକାରର ହୋଇଥାନ୍ତି । ସାଧାରଣ,କ୍ଷୁଦ୍ର ଏଵଂ ଅତିକ୍ଷୁଦ୍ର ।ଅତିକ୍ଷୁଦ୍ର ଶାଳଗ୍ରାମରେ କୌଣସି ଛିଦ୍ର ଏବଂ ଚକ୍ର ଦେଖିବାକୁ ମିଳେ ନାହିଁ ।କିନ୍ତୁ ଏହାକୁ ଆଲୋକଆଗରେ ରଖିଲେ ଏହାର ଭିତରଟା ଲାଲ ଦେଖାଯିବ ।ଏହି ଶାଳଗ୍ରାମ ରତ୍ନଗର୍ଭା କୁହାଯାଏ ।ଏହିପ୍ରକାର ଶାଳଗ୍ରାମ ଅତି ବିରଳ ।ଯେଉଁ ଶାଳଗ୍ରାମରେ ସାତଟିଛିଦ୍ର ଏବଂ ଚଉଦଟି ଚକ୍ର ଥାଏ । ତାଙ୍କୁ ଅନନ୍ତପଦ୍ମନାଭ ମୂର୍ତ୍ତି କୁହାଯାଏ ।ଯେଉଁଠି ଦୁଇଟିଛିଦ୍ର ଏବଂ ଚାରିଟିଚକ୍ର ଥାଏ ତାକୁ ନାରାୟଣ ମୂର୍ତ୍ତି କୁହାଯାଏ । ଉଭୟ ଶାଳଗ୍ରାମ ସମାନ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ।କିମ୍ବଦନ୍ତୀଅନୁସାରେ ମାତାତୁଳସୀ ଲକ୍ଷ୍ମୀଙ୍କ ଅଂଶ ନେଇ ଜନ୍ମଗ୍ରହଣ କରିଥିଲେ ଏବଂ ସେ ରାକ୍ଷସ ଜଳନ୍ଧରକୁ ବିବାହ କରିଥିଲେ । ତୁଳସୀଙ୍କ ସତିତ୍ୱବଳରେ ଜଳନ୍ଧରକୁ କେହି ମାରିପାରୁନଥିଲେ ।
ସେଥିପାଇଁ ସେ ଦେବ ଏବଂ ମାନବଉପରେ ଅତ୍ୟାଚାର କରୁଥିଲା ।ସମଗ୍ର ପୃଥିବୀ ତ୍ରାହିତ୍ରାହି ଡାକିବାରୁ ।ବିଷ୍ଣୁଭଗବାନ ସଂସାରର ମଙ୍ଗଳପାଇଁ ତୁଳସୀଙ୍କ ସତିତ୍ୱ ହରଣକଲେ ଏବଂ ତାପରେ ଜଳନ୍ଧରର ଜୀବନଗଲା ।କିନ୍ତୁ ତୁଳସୀ ଏହା ଜାଣିପାରି ତାଙ୍କୁ ପାଷାଣହେବାର ଅଭିଶାପଦେଲେ ଏବଂ ବିଷ୍ଣୁ ସେହି ଅଭିଶାପକୁ ଗ୍ରହଣକରି ପାଷାଣ ହେଲେ । ଯାହାକି ହେଉଛି ଏହି ଶାଳଗ୍ରାମ ଏବଂ ତୁଳସୀଙ୍କୁ ଗଣ୍ଡୁକି ନଦୀ ହେବାପାଇଁ ଅନୁରୋଧ କଲେ ଏଵଂ ତୁଳସୀ ରାଜିହେଲେ ଏବଂ ଗଣ୍ଡୁକିନଦୀ ଭାଁବରେ ପ୍ରବାହିତ ହୋଇ ସେହି ଶାଳଗ୍ରାମକୁ ଛୁଇଁ ଶାପମୁକ୍ତ କରିଥିଲେ ଏବଂ ତୁଳସୀଙ୍କୁ ନେଇ ବୈକୁଣ୍ଠକୁ ଗଲେ । ସେବେଠାରୁ ଏହି ଶାଳଗ୍ରାମ ପୃଥିବୀରେ ପୂଜାପାଇ ଆସୁଛି ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!