ଭଲପାଇବା ଆଗରେ ହାର ମାନିଲା ଭୂତାଣୁ

0 385

ଖବର ଆଜିର,ତାରିଖ ୦୮-୧୨-୨୦ ମଙ୍ଗଳବାର
୧-ଭାରତ ବନ୍ଦ:ଆଜି ସମସ୍ତ ସରକାରୀ ଅଫିସ ବନ୍ଦ, ଛୁଟି ଘୋଷଣା କଲେ ରାଜ୍ୟ ସରକାର ।
୨-ଆଜି ଶେଷ ଟି-୨୦ : ସିରିଜ୍ ପୋଛିବା ଲକ୍ଷ୍ୟରେ ଭାରତ ।
୩-ଭାରତ ବନ୍ଦ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ । ମୋଦୀ କହିଲେ, ପୁରୁଣା ଆଇନକୁ ନେଇ ଗଠନ ହୋଇ ପାରିବନି ନୂଆ ଶତାବ୍ଦୀର ଭାରତ, ବିକାଶ ପାଇଁ ସଂସ୍କାର ଜରୁରୀ । 
୪-ଚାଷୀ ଆନ୍ଦୋଳନ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି । ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା, ଆଲୋଚନା ମାଧ୍ୟମରେ ହେଉ ସମସ୍ୟାର ସମାଧାନ ।
୫-ଭାରତ ବନ୍ଦ’ ସମୟରେ ଶାନ୍ତିରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ ।
୬-ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଲୋକାୟୁକ୍ତ ।
୭-ପରୀକୁ ନ୍ୟାୟ, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ ଦାବୀରେ ରାଜଭବନ ସମ୍ମୁଖରେ ଗଣଧାରଣା: ଘଟଣାରେ ହସ୍ତକ୍ଷେପ କରିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ ।
୮-ଭାରତ ବନ୍ଦର ପ୍ରଭାବ: ଜାନୁଆରୀ ୨କୁ ଘୁଞ୍ଚିଲା ଓସିଏସ ପରୀକ୍ଷା ।
୯-ଲୋକାୟୁକ୍ତକୁ ଗଲା ପ୍ରଦୀପ ମାମଲା; ନବୀନ ସୁପାରିସ୍ କଲେ, ପ୍ରଥମ ଘଟଣା ।
୧୦-କରୋନା ଟିକା ପାଇଁ ଦେଶବାସୀଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନ‌ାହିଁ: ପ୍ରଧାନମନ୍ତ୍ରୀ ମୋଦୀ ।
୧୧-ଏବେ ହେବନି ୟୁଜି, ପିଜି ପରୀକ୍ଷା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଚିଠି ।
୧୨-ରାଜ୍ୟର ଖାଉଟିଙ୍କୁ ସଚେତନ ଓ ସଶକ୍ତ କରିବା ସହିତ ଖାଉଟି ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
୧୩-ଆଜି ଗଡିବନି ମୋ-ବସ୍
୧୪-ଫାଇଜର’ ପରେ ଭାରତରେ ‘କୋଭିସିଲ୍ଡ ଟୀକା’ ବ୍ୟବହାର ପାଇଁ ଅନୁମତି ମାଗିଲା ସିରମ ଇନଷ୍ଟିଚ୍ୟୁଟ । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟୀକା ଭାରତରେ ପ୍ରସ୍ତୁତ କରୁଛି ସିରମ୍ ।
୧୫-ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ କୁମାର ମୋଦୀ ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ।
୧୬-ନାଗାର୍ଜୁନ ବେଶ ସାମଗ୍ରୀ ଚୋରୀ ଅଭିଯୋଗ ପ୍ରସଙ୍ଗ । ସ୍ପଷ୍ଟୀକରଣ ରଖିଲା ଶ୍ରୀ ମନ୍ଦିର ପ୍ରଶାସନ । କହିଲା, ଚୋରୀ ହୋଇନି ନାଗାର୍ଜୁନ ବେଶ ସାମଗ୍ରୀ 
୧୭-ମହାନତା ଦେଖାଇଲା ଭାରତୀୟ ସେନା, ଉପହାର ସହ ଦୁଇ ନାବାଳିକାଙ୍କୁ ପିଓକେ ଫେରାଇ ଦେଲେ ।
୧୮-୧୨ ଦିନ ପରେ ଗୋଆ ଉପକୂଳରୁ ମିଳିଲା ନିଖୋଜ Mig-29K
ପାଇଲଟ୍‌ଙ୍କ ମୃତଦେହ ।
୧୯-ଅପପୁଷ୍ଟି ରୋକିବାକୁ ସରକାରଙ୍କ ନିଆରା ପ୍ରୟାସ । ଏଣିକି ପିଡିଏସରେ ମିଳିବ ପୁଷ୍ଟିକର ଚାଉଳ, ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାକୁ ବାଛିଛନ୍ତି ସରକାର ।
୨୦-ଜଗନ୍ନାଥ ଧାମ ସୁପର ଷ୍ଟ୍ରକଚରର ୧୮ କୋଟି ଠକେଇ ମାମଲା: ଜେଲ୍ ଗଲେ ୨ ଜଣ ଠକ, ଫେରାର୍ ଲୋକଙ୍କୁ ବାନ୍ଧିବା ପାଇଁ ଚଢଉ ଜାରି
୨୧-ବସ୍ ଭଡା ବଢିଲା : ସାଧାରଣ ବସ୍‌ରେ କିଲୋମିଟରକୁ ୧ ପଇସା, ଏସି ଡିଲକ୍ସରେ ୨ ପଇସା ବୃଦ୍ଧି ।
୨୨-ସତ ଓଗାଳୁଛନ୍ତି ପିଟର: ଆକାଶ ପାଠକଙ୍କ ଏତେ କଳା କାରନାମା ଜାଣିନଥିଲି, ଜୁମ୍‌ରେ ହେଉଥିଲା ଇଣ୍ଟରଭ୍ୟୁ, କେବେ ବି ମୋତେ ଟାଟା ମୋଟର୍ସ ନେଇନଥିଲେ ।
୨୩-ସ୍କୁଲ ଫି’ ଛାଡ଼ ମାମଲା : ହାଇକୋର୍ଟରେ ଆବେଦନକାରୀଙ୍କ ସତ୍ୟପାଠ ଦାଖଲ, ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ସରକାରଙ୍କ କ୍ଷମତା ଅଛି ।
୨୪-ରାଜସ୍ଥାନ ବାରା ସାହାବାଦ କୋଭିଡ ସେଣ୍ଟରେ ।ଭଲପାଇବା ଆଗରେ ହାର ମାନିଲା ଭୂତାଣୁ । ବାହାଘର ଦିନ କନ୍ୟା ପଜିଟିଭ୍ ପରେ ବି ହାତ ଛାଡ଼ିଲାନି ବର । ପିପିଇ କିଟ ଭିତରେ ହେଲା ବାହାଘର, ସାକ୍ଷୀ ରହିଲା କୋଭିଡ୍ ସେଣ୍ଟର ।

Leave A Reply

Your email address will not be published.