ଭୁବନେଶ୍ବର:୩୦/୧୧- ବନ୍ଦ କୋଠରୀ ଭିତରେ ଜଣେ ଯୁବକର ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣା ଘଟିଛି ନୟାଗଡ ବୈାଦ୍ଧ ସୁଧାସାହିରେ । କୋଠରିରୁ ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଲେ ଲୋକ । କବାଟ ଭାଙ୍ଗି ଉଦ୍ଧାର ହେଲା ମୃତଦେହ । ଯୁବକ ଜଣଙ୍କ ବୌଦ୍ଧ ସୁଧାସାହିର ଉମାକାନ୍ତ ମେହର । ମୃତ୍ୟୁର କାରଣ ଅସ୍ପଷ୍ଟ, ଥିବା ବେଳେ ପୋଲିସ ତଦନ୍ତ ଜାରିରଖିଥିବା ଜଣାପଡିଛି ।