ଜାନୁଆରୀମାସ ୧୬ତାରିଖ ୨୦୨୫ମସିହା (ଗୁରୁବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ତୃତୀୟା ରାତ୍ରି ଘ୦୪/୦୮ଗତେ ଚତୁର୍ଥୀ ,ନକ୍ଷତ୍ର- ଅଶ୍ଳେଷା ଦିବା ଘ୧୧/୫୯ଗତେ ମଘା ,ଚନ୍ଦ୍ର – କର୍କଟ ଦିବା ଘ୧୧/୫୯ଗତେ ସିଂହ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୨୭ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୦୮ ଗତେ ନୈରୁତେ ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୪୪ଗତେ ଘ୦୫/୨୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧୨/୪୦ଗତେ ଘ୦୩/୩୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୮/୦୪ମଧ୍ୟେ ଓ ଘ୦୧/୧୭ଗତେ ଘ୦୧/୪୨ମଧ୍ୟେ ,ଅଦ୍ୟ ପୋଟଳଭକ୍ଷଣ ନିଷେଧ
ମେଷ-ଆଜି ଶୁଭଗ୍ରହର ଦୃଷ୍ଟିରହିଥିବାରୁ ଯାହାଚାହୁଁଛନ୍ତି ତାହା ଅବଶ୍ୟପାଇବେ।ବେୟଅଧିକ ହେଲେମଧ୍ୟ କାମରେସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ।ନିର୍ମାଣାଧୀନକାର୍ଯ୍ୟ ସ୍ଥଗିତରହିପାରେ।ଯାନବାହନରେ ସତର୍କତାଅବଲମ୍ବନ କରନ୍ତୁ।ଯାତ୍ରା,ପ୍ରଶାସନ,ବାଣିଜ୍ୟ,ବ୍ୟବସାୟକ୍ଷେତ୍ର ମନ୍ଦ ହେବନି।
ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ରପ୍ରଭାବରୁ ମନ ପ୍ରଫୁଲ୍ଲରହିବ।ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସାପାଇବେ।ଏକ ନୂତନ ପରିବେଶମଧ୍ୟରେ ମିତ୍ରତାବନ୍ଧନରେ ଆବଦ୍ଧହେବେ।କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବନାହିଁ।ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।
ମିଥୁନ-ଆଜି ଅଧିକ ବ୍ୟୟହେବ ।ଯାହା ଖୋଜୁଥିବେ ତାହା ପାଇବେନାହିଁ, ବରଂ ଖର୍ଚ୍ଚାନ୍ତହେବେ।ଆନୁଷ୍ଠାନିକ କାମରେ,ବ୍ୟବସାୟିକସ୍ଥିତିରେ,ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭକରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ-ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତଦିନରୁ ରହି ଆସିଥିବା ବକେୟା ଅର୍ଥଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।
ସି˚ହ-ଆଜି କୌଣସିସ୍ଥାନକୁ ଯିବାସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରିକ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବରପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା-ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ।ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।
ତୁଳା-ଆଜି ଖରାପ୍ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା-ଆଜି ଅଯଥାଗୁଡ଼ାଏ ଚିନ୍ତା ମନକୁ ନଆଣି ନିଜକାମରେ ମନଦେବା ଭଲହେବ।ଜ୍ୟେଷ୍ଠାନକ୍ଷତ୍ର ଅନ୍ୟମାନଙ୍କବିଷୟ ଚିନ୍ତାକରି ନିଜପ୍ରତି ଅବହେଳା କରିପାରନ୍ତି।ପୂର୍ବରୁ ଆଲୋଚନାକରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
ଧନୁ-ଆଜି ପାପଯୁକ୍ତ ଗୁରୁଜନିତ ସ୍ବାସ୍ଥ୍ୟସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ।ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
ମକର-ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।
କୁମ୍ଭ-ଆଜି ପୂର୍ବପରି ସବୁ କିଛି ଠିକ୍ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
ମୀନ-ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନ ଦେବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।
ଓଜନ କମାଇବାର ରାମବାଣ କଞ୍ଚାକଦଳୀ…
କିଛି ପରିବା ଋତୁ ଜନିତ ହୋଇଥାନ୍ତି । ଯାହା ଏକ ନିର୍ଦ୍ଧିଷ୍ଟ ଋତୁରେ ହିଁ ଖାଇବାକୁ ବି ଭଲ ଲାଗିଥାଏ ଆଉ ଦେହ ପାଇଁ ଭଲ ହୋଇଥାଏ । କିନ୍ତୁ ବର୍ଷସାରା ମିଳୁଥିବା ପରିବା ବି ଦେହ ପାଇଁ ବହୁ ହିତକର ହୋଇଥାନ୍ତି । ଯେଉଁଥିରେ କଞ୍ଚା କଦଳୀ ହେଉଛି ଅନ୍ୟତମ । ବର୍ଷସାରା ମିଳୁଥିବା କଦଳୀ ଅନେକ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଓଜନ କମାଇବାରୁ ଆରମ୍ଭ କରି ଡାଏବେଟିସ୍ ଏବଂ ଡାଇରିଆ ସମସ୍ୟାକୁ ମଧ୍ୟ କମ୍ କରିବାରେ ରାମବାଣ ଭଳି କାମ କରେ କଞ୍ଚା କଦଳୀ ।ତେବେ ଆସନ୍ତୁ କଞ୍ଚାକଦଳୀର ଉପକାରିତା ବିଷୟରେ ଆଜି ଜାଣିବା ।
୧- କଞ୍ଚାକଦଳୀରେ ପ୍ରଚୁରପରିମାଣର ପୋଟାସିୟମଥାଏ ଯାହା ଶରୀରରେ ରୋଗପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟକରେ
୨- ଓଜନ ହ୍ରାସକରିବା ପାଇଁ ଚେଷ୍ଟାକରୁଥିବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏକଦଳୀ ଖାଇବାପାଇଁ ଉପଦେଶ ଦିଆଯାଏ । କଞ୍ଚାକଦଳୀରେ ଭରପୁରମାତ୍ରାରେ ଫାଇବରଥାଏ, ଯାହା ଅନାବଶ୍ୟକ ମେଦକୁ ଦୂରକରିବାରେ ସାହାଯ୍ୟ କରିଥାଏ ।
୩- କଞ୍ଚାକଦଳୀରେ ଫାଇବର ଓ ସ୍ୱାସ୍ଥ୍ୟକରଷ୍ଟାର୍ଚ ଥାଏ ।ଯଦି ଆପଣ କୋଷ୍ଠକାଠିନ୍ୟରୋଗରେ ପୀଡିତଅଛନ୍ତି ତେବେ କଞ୍ଚାକଦଳୀ ଖାଇଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।
୪- ନିୟମିତଭାବେ କଞ୍ଚାକଦଳୀ ସେବନକଲେ ପାଚନକ୍ରିୟା ମଧ୍ୟ ଭଲ ରହେ ।
୫- ଏହାବ୍ୟତୀତ କଞ୍ଚାକଦଳୀ ଅନେକ ପ୍ରକାର କର୍କଟରୋଗରୁ ମଧ୍ୟ ରକ୍ଷାକରିଥାଏ ।କଞ୍ଚାକଦଳୀରେ ମହଜୁଦକ୍ୟାଲସିୟମ ହାଡକୁଶକ୍ତ କରିବାରେ ମଧ୍ୟ ସହାୟକହୋଇଥାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!