ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ୬ଷ୍ଟଦିବସ

ସେମି ଫାଇନାଲରେ ମା ମଙ୍ଗଳାକ୍ଲବ

ବାରଙ୍ଗ,୧୩/୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଗୁରୁବାର ଥିଲା ୬ଷ୍ଟଦିବସ। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ୬ଷ୍ଟ ଦିବସ ଟର୍ଣ୍ଣ। ମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗ୍ରାମ୍ୟକମିଟି ସଭାପତି ଭାସ୍କର ପଢ଼ିହାରି ,ସମ୍ପାଦକ ଜିତେନ୍ଦ୍ର ସେନାପତି ,ପ୍ରଶାନ୍ତ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଗ୍ରାମାଞ୍ଚଳ ଏ ଡିଭିଜନର ପ୍ରଥମମ୍ୟାଚ ବନମହାବୀର କ୍ଲବ ଜୟପୁର ୨-୦ ଗୋଲରେ ମଧୁବନକ୍ଲବକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।ଦଳପକ୍ଷରୁ ନିପୁନ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।ଏ ଡିଭିଜନର ଦ୍ୱିତୀୟ ମ୍ୟାଚ ମା ମଙ୍ଗଳାକ୍ଲବ ଗୋଠପୁର ୧-୦ ଗୋଲରେ ଖୋର୍ଦ୍ଧାର ଶରଧାପୁରକୁ ହରାଇ ଦ୍ୱିତୀୟଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି।ଦଳପକ୍ଷରୁ ଭାବଗ୍ରାହୀ ପଢ଼ିହାରୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଛି।
ତୃତୀୟ ମ୍ୟାଚ୍ ସହରାଞ୍ଚଳର କେମେରୁନ-୧୧ କ୍ଲବ ୫-୪ ଟ୍ରାଇବ୍ରେକରରେ ସମଲେଶ୍ଵରୀ କ୍ଲବ ସମ୍ବଲପୁରକୁ ପରାସ୍ତ କରି ସେମି ସେମିଫାଇନାଲରେ ପ୍ରବେଶ କରିଛି।ଖେଳ ୨/୨ରେ ବରାବର ହୋଇଥିବା ବେଳେ ଟ୍ରାଇବ୍ରେକର ରେ ନିଷ୍ପତି କରାଯାଇଥିଲା।କେମେରୁନ ର ୧୦ନମ୍ୱର ଖେଳାଳୀ ୱିଲୟାନନ୍ସ କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲାା (ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.