ଉଦ୍‌ଘାଟନ ହେଲା ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ ଟୁର୍ଣାମେଂଟ

ବାରଙ୍ଗ,୮ା୧୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଗଣ୍ଡରପୁରସ୍ଥିତ ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ରବିବାରଦିନ ଉଦଘାଟିତହୋଇଯାଇଛି ।ଗଣ୍ଡରପୁର ୟୁନାଇଟେଡ ୟୁଥ୍‌କ୍ଲବ ସ୍ପୋର୍ଟ୍ସକ୍ଲବ ଅନୁକୁଲ୍ୟରେ ଆରମ୍ଭହୋଇଥିବା ଏହି ଟୁର୍ଣ୍ଣ।ମେଣ୍ଟକୁ ଗଣ୍ଡରପୂର ଗ୍ରାମ୍ୟକମିଟି ସଭାପତି ଭାସ୍କର ଚନ୍ଦ୍ର ପଢ଼ିହାରି , ବୟୋଜ୍ୟେଷ୍ଠ ମୂରବୀ ଅନ୍ତର‌୍ୟ୍ୟାମୀ କୁଅଁର , କୈଳାସ ରାଉତ, ବସନ୍ତ ରଥ,ଲକ୍ଷ୍ମଣ ରାଉତ,ଜିତେନ୍ଦ୍ର ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଗ୍ରାମାଚଂଳ ଓ ସହରାଂଚଳ ବିଭାଗକୁନେଇ ୨ଟି ପର‌୍ୟ୍ୟାୟରେ ପ୍ରତିଯୋଗୀତା ଆରମ୍ଭହୋଇଛି ।ପ୍ରଥମମ୍ୟାଚ ଗ୍ରାମାଂଚଳବିଭାଗରୁ ଦେଉଳିର ବାଲୁଙ୍କେଶ୍ୱରକ୍ଲବ ସହ ୟୁଜିସି ୟୁନିଭରସିଟି ମଧ୍ୟରେ ହୋଇଥିଲା ।ଏଥିରେ ୟୁଜିସି ୟୁନିଭରସିଟି ୨-୦ ଗୋଲରେ ବାଲୁଙ୍କେଶ୍ୱରକୁ ପରାସ୍ତ କରି କ୍ୱାଟର ଫାଇନାଲକୁ ପ୍ରବେଶ କରିଛି।ଗ୍ରାମାଂଚଳର ଦ୍ୱିତୀୟମ୍ୟାଚ ବରାହିପୁର ସୁପ୍ରିମକ୍ଲବ ଓ ଟାଙ୍ଗିବନ୍ତ ବାଞ୍ଛାମଣି କ୍ଲବ ମଧ୍ୟରେ ହୋଇଥିଲା ଏଥିରେ ସୁପ୍ରିମକ୍ଲବ ବରାହିପୁର ୧-୦ ଗୋଲରେ ବାଞ୍ଛାମଣିକ୍ଲବକୁ ପରାସ୍ତ କରି କ୍ୱାଟର ଫାଇନାଲକୁ ପ୍ରବେଶ କରିଛି।
ତୃତୀୟ ମ୍ୟାଚରେ ସହରାଂଚଳର କଟକ ସ୍ପୋର୍ଟସ ହଷ୍ଟେଲ ଓ ଭୁବନେଶ୍ୱର ଜଗା ୟୁନାଇଟେଡ ମଧ୍ୟରେ ହୋଇଥିଲା ।ସ୍ପୋର୍ଟସ ହଷ୍ଟେଲ ୩-୦ ଗୋଲରେ ଜାଗା ୟୁନାଇଟେଡକୁ ପରାସ୍ତ କରି ସେମି ଫାଇନାଲକୁ ପ୍ରବେଶ କରିଥିଲା।ସ୍ପୋର୍ଟସହଷ୍ଟେଲ ପକ୍ଷରୁ ୩୪ତମମିନିଟରେ ୨୦ନମ୍ୱର ଜର୍ସି ଆଲୋକ ଦାସ ଡକ ଗୋଲ ଦେଇଥିବା ବେଳେ ଦିତୀୟାର୍ଦ୍ଧର ୫୮ମିନିଟ ଓ ୬୪ତମମିନିଟରେ ୧୭ନମ୍ୱରଜର୍ସି ଜଗନ୍ନାଥ ଟୁଡୁ ୨ଟିଗୋଲ ଦେଇ ଦଳକୁ ବିଜୟ କରିବାରେ ସହାୟକ ହୋଇଥିଲେ। ଆଲୋକ ଦାସଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଟସକ୍ଲବ ଉପଦେଷ୍ଟା ଜ୍ଞାନରଞ୍ଜନ ରାଉତ (ହିରୋ), ମାନସରଂଜନପଢ଼ିଆରୀ , ସଭାପତି ,ପ୍ରଶାନ୍ତ ପ୍ରଧାନ, କାଶୀନାଥରାଉତ,ଜିତେନ୍ଦ୍ର ସେନାପତୀ,ପ୍ରଶାନ୍ତପଢ଼ିହାରୀ ,ସଚ୍ଚିଦାନନ୍ଦପଢିହାରି ପ୍ରମୁଖ ପରିଚାଳନା କରିଥିଲେ।ଶିବ ଶଙ୍କର ପଣ୍ଡା, ସୁଦୀପ ଦାସ, ବ୍ରହ୍ମାନନ୍ଦ ଭୋଇ, ଜ୍ୟୋତି ହେମ୍ରମ ମ୍ୟାଚ ପରିଚାଳନା କରିଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ ।

- Advertisement -

Leave A Reply

Your email address will not be published.