ଆଜିର ରାଶିଫଳ

ସ୍କିନ୍ ଡ୍ରାଏ ଟେନସନରୁ ମୁକ୍ତି...

ଡିସେମ୍ବରମାସ ୦୧ତାରିଖ ୨୦୨୪ ମସିହା(ରବିବାର) ମାର୍ଗଶୀର ମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ଦିବା ଘ ୧୧/୪୦ ଗତେ ପ୍ରତିପଦ,ନକ୍ଷତ୍ର- ଅନୁରାଧା ଦିବା ଘ ୦୦୬ ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୬/୯/ ୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୦ ,ଯୋଗିନୀ ଐଶାନ୍ୟେ ଦିବା ଘ ୧୧/୪୧ ଗତେ ପୂର୍ବେ,ପ୍ରତିପଦର ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୧୦/୧୬ ଗତେ ଘ୦୧/୦୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୫୮ ମଧ୍ୟେ ଓ ଘ୦୯/୨୦ଗତେ ଘ୧୦/୧୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୩୪ ଗତେ ଘ୦୫/୦୩ ମଧ୍ୟେ,ଅଦ୍ୟ ଆମିଷ ଦିବା ଘ ୧୧/୪୧ ଗତେ ପାଣିକଖାରୁଭକ୍ଷଣ ନିଷେଧ,
ମେଷ-ଆଜି ଯାତ୍ରା,ବ୍ୟବସାୟ,ନୂତନବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକହେବ।ପାରିବାରିକ ସମସ୍ୟା ସମାଧାନହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି।ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ।କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।
ବୃଷ-ଆଜି କୌଣସି କର୍ମାରମ୍ଭପାଇଁ ମନ୍ଦ ନହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବନାହିଁ। ଏପରି କି ପ୍ରତ୍ୟେକକ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମିଥୁନ-ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ।ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
କର୍କଟ-ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତହେବ।ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ।ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳ ରେ କ୍ଷତିରେ ହିଁ ପଡିପାରନ୍ତି।
ସିଂହ-ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ।ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା,ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନରରାସ୍ତା ଖୋଜିବାହାର କରିବାରେ ସମର୍ଥ ହେବେ।
କନ୍ୟା-ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସିବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନପାରେ।ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା-ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ।ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବାଦିଗରେ ଚେଷ୍ଟା କରି ସଫଳ ହେବେ।ଶିଳ୍ପ,ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ।ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।
ବିଛା-ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି।ଆର୍ଥିକଦିଗକୁ ପରିପୁଷ୍ଟ କରିବେ ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେକିଛି ଅସୁବିଧାହେବନି। ସାମ୍ବାଦିକତା,ପ୍ରଶାସନ,ରାଜନୀତି,ସାହିତ୍ୟ ଓ ସଂଗୀତ ରେ ସୁନାମ ଅର୍ଜନ କରିବେ।
ଧନୁ-ଆଜିଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ।କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକାଭାବେ ଗ୍ରହଣ କଲେ କ୍ଷତିରେପଡିବେ।ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର-ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ।ଆଜି ଆପଣ ଯେତେ ପ୍ରକାରର ଚେଷ୍ଟାକଲେ ମଧ୍ୟ କାମଗୁଡିକ ଯଥାସମୟରେ ସମ୍ପନ୍ନ କରିପାରିବେ ନାହିଁ।ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେନାହିଁ।
କୁମ୍ଭ-ସମ୍ପର୍କୀୟଙ୍କସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାରସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ।
ମୀନ-ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲକରିବେ ।ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନପାରି ବିବ୍ରତ ବୋଧ କରି ପାରନ୍ତି।ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।

ସ୍କିନ୍ ଡ୍ରାଏ ଟେନସନରୁ ମୁକ୍ତି…
ଶୀତଋତୁରେ ଅନେକପ୍ରକାରର ସମସ୍ୟା ଦେଖାଦେଇଥାଏ ।ଖାସ୍‌ କରି ଶୀତଋତୁରେ ଲୋକେମାନେ ସୁନ୍ଦର ଦେଖାଯାଆନ୍ତିନାହିଁ ।କାରଣ ଏହି ଋତୁରେ ଫେସ୍‌ ଏବଂ ଗୋଡ,ହାତ ସବୁ ଡ୍ରାଏପଡିଯାଏ ।ଶୀତଋତୁରେ ଶୁଖିଲାପବନ ହେତୁ ସ୍କିନ୍‌ ଅଧିକ ଡ୍ରାଏପଡିଯାଏ ।ଏହିସମୟରେ ଲୋକେମାନେ ବହୁତପ୍ରକାର ଲୋସନ ବ୍ୟବହାରକରିଥାନ୍ତି । ହେଲେ ଏହିଲୋସନ୍‌ ବହୁତ ଶୀଘ୍ରଶୁଖିଯାଏ ଏବଂ ସ୍କିନକୁ ସଙ୍ଗେସଙ୍ଗେ ଡ୍ରାଏ ପକାଇଦିଏ ।ଖାସ୍‌ କରି ଝିଅମାନେ ଅଧିକ ଟେନସନରେ ପଡିଯାଆନ୍ତି, କାରଣ ଏହି ଋତୁରେ ପିକନିକ , ବୁଲାବୁଲି କରିବାସମୟରେ ଯଦି ଏଭଳି ସମସ୍ୟାଦେଖାଦିଏ ତେବେ କଥାସରିଲା ।ସମସ୍ତେ ଚାହିଁଥାନ୍ତିଯେ ସେମାନେକିପରି ସୁନ୍ଦରଦେଖାଯିବେ ହେଲେ ଏହିଋତୁରେ ସ୍କିନ୍‌ ଡଲ ପଡିଯିବା କାରଣରୁ  ଅନେକପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ ।ଏପରିସ୍ଥିତିରେ କିପରି ସୁନ୍ଦର ଦେଖାଯିବେ ଏବଂ ସ୍କିନ୍‌ କିପରି ଗ୍ଲୋ କରିବ ଜାଣନ୍ତିୁ ।
ସର୍ବପ୍ରଥମେ ସ୍କିନରେ ଲହୁଣୀଲଗାନ୍ତୁ ଏବଂ ଏହାକୁ ଅନେକଉପାୟରେ ମଧ୍ୟ ବ୍ୟବହାର କରିପାରିବେ ।ଯଦି ମହୁ ଏବଂ ଲହୁଣୀରମିଶ୍ରଣକୁ ଫେସ କିମ୍ବା ହାତ,ଗୋଡରେ ଲଗାନ୍ତି ଏହା ବହୁତ ଚମକସୃଷ୍ଟି କରିଥାଏ ।ଏହିମିଶ୍ରଣଟି ଚର୍ମକୁ ପୁଷ୍ଟିକର ଏବଂ ଆଦ୍ରତା ଯୋଗାଇଥାଏ ।ଏହି ପ୍ୟାକଟି ବହୁତ ଲାଭଦାୟକ ହୋଇଥାଏ । ଏହି ପ୍ୟକ୍‌ ଖାଲି ସ୍କିନକୁ ସୁନ୍ଦର କରି ନଥାଏ ବରଂ ଫେସ କଲରରେ ମଧ୍ୟ ଉନ୍ନତି ଆଣିଥାଏ ।ଶୀତ ଋତୁରେ ଯଦି ଏହିପ୍ୟାକକୁ ସବୁଦିନଲଗାଇବା ତେବେ ଆପଣଙ୍କସସମ୍ୟା ବହୁତଶୀଘ୍ର ଦୂରହେବ ।
କିପରି ଫେସରେ ଲଗାଇବେ ଜାଣନ୍ତୁ- ୧ଚାମଚ ଲହୁଣୀ ଆଣି ସେଥିରେ ୧ଚାମଚ ମହୁ ମଶାନ୍ତୁ ।ଏହାପରେ କିଛିସମୟ ଭଲଭାବରେ ମିକ୍ସ କରନ୍ତୁ ଏବଂ ପରେ ଏହାକୁ ଫେସରେ ଲଗାଇ କିଛିସମୟ ପାଇଁ ଛାଡିଦିଅନ୍ତୁ ।୨୦ମିନିଟପରେ ଫେସକୁ ଭଲପାଣିରେ ଧୋଇଦିଅନ୍ତୁ, ଦେଖିବେ ଆପଣଙ୍କସ୍କିନ କିପରି ନରମରହିବା ସହ ଗ୍ଲୋ ମଧ୍ୟ କରିବ ।ଏହାସହ ରାତିରେ ଶୋଇବାସମୟରେ ମଧ୍ୟ ଖାଲି ଲହୁଣୀକୁ ଫେସରେଲଗାଇ ଶୋଇପାରିବେ ।ଯାହା ସକାଳୁ ଉଠିବାପରେ ଫେସ ବହୁତ ସୁନ୍ଦର ଦେଖାଯାଇଥାଏ ।ତେଣୁ ଯଦି ଚାହୁଁଛନ୍ତି ଯେ ଶୀତଋତୁରେ ଆପଣଙ୍କ ସ୍କିନ୍‌ ଗ୍ଲୋ କରୁ ତେବେ ଏହିଟିପ୍ସକୁ ନିୟମିତଭାବରେ ବ୍ୟବହାରକରନ୍ତୁ ।ଦେଖିବେ ବହୁଶୀଘ୍ର ମିଳିଯିବ ଆପଣଙ୍କର ରେଜଲ୍ଟ ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

- Advertisement -

Leave A Reply

Your email address will not be published.