ଆଜିର ରାଶିଫଳ

ଘରେ ତିଆରି କରନ୍ତୁ ରାଶି ଆରିସା

0 44

ନଭେମ୍ବରମାସ ୨୧ତାରିଖ ୨୦୨୪ମସିହା(ଗୁରୁବାର)ମାର୍ଗଶୀରମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ସନ୍ଧ୍ୟାଘ୦୫/୦୪ଗତେ ସପ୍ତମୀ ,ନକ୍ଷତ୍ର- ପୂଷ୍ୟା ଦିବାଘ୦୪/୧୯ଗତେ ଅଶ୍ଳେଷା ,ସୁର୍ୟୋଦୟ-ପ୍ରାତଃ ଘ୦୬/୩/୩୮ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୦୩/୫୦ ,ଯୋଗିନୀ ପଶ୍ଚିମେ ସନ୍ଧ୍ୟା ଘ୦୫/୦୪ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା -ଦିବା ଘ୦୨/୧୬ଗତେ ଘ୦୫/୦୩ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୪୧ ମଧ୍ୟେ ଓ ଘ୦୨/୦୩ ଗତେ ଘ୦୨/୧୫ ମଧ୍ୟେ ଓ ରାତ୍ରି ଘ୦୫/୫୦ ଗତେ ଘ୦୯/୦୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନା ,ଅଦ୍ୟ ନିମ୍ବ ସନ୍ଧ୍ୟା ଘ୦୫/୦୪ ଗତେ ତାଳ ଭକ୍ଷଣ ନିଷେଧ
ମେଷ-ଆଜି କିଛି ପୁରୁଣା ବକେୟାଅର୍ଥ ପାଇବେ ।ଧର୍ମକାର୍ଯ୍ୟରେ ରୁଚିବଢ଼ିବ ।ଶାରୀରିକ ଓ ମାନସିକଭାବେ ସୁସ୍ଥ ରହିବେ ।କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀକାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁପଡିପାରେ ।ବ୍ୟାପାରରେ ନୂତନଯୋଜନା ଲାଭଦାୟୀରହିବ ।ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ-ଆଜି ଆପଣଙ୍କମନ ପ୍ରଫୁଲ୍ଲିତରହିବାରୁ ନୂଆକାର୍ଯ୍ୟ କରିବେ ।ନିଜ ବାଣୀଦ୍ୱାରା ମନ୍ତ୍ରମୁଗ୍ଧକରି ନୂତନସମ୍ପର୍କ ଗଢିବାରେ ସହାୟହେବ ।କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସାକରିବେ ।ବ୍ୟାପାର ଲାଭଦାୟକ ରହିବ ।ପରିବାରରେ ଅତିଥିଚର୍ଚ୍ଚାରେ ବ୍ୟସ୍ତ ରହିବେ ।
ମିଥୁନ-ଆଜି ଅଯଥାଚିନ୍ତା ବୃଦ୍ଧିଯୋଗୁଁ ମାନସିକଅବସାଦ ଦେଇ ଗତିକରିବେ ।ସାହିତ୍ୟ,କଳାକ୍ଷେତ୍ରରେ ସୁନାମ ଅର୍ଜନକରିବେ ।କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବାଯୋଗୁଁ ପରିସ୍ଥିତି ବିଗଡିଯାଇପାରେ ।ବ୍ୟାପାର ମଧ୍ୟମ ରହିବ ।ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
କର୍କଟ-ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ ।ଆର୍ଥିକଲାଭ ହେବାସହ ସାମାଜିକ ମାନସମ୍ମାନ ମିଳିପାରେ ।ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କସହ ଭେଟ ହୋଇପାରେ ।କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତାଦ୍ୱାରା ଏଡ଼ାଇଯିବେ ।ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
ସିଂହ-ଆଜି ବ୍ୟୟବୃଦ୍ଧି ହେବ ।ଚକ୍ଷୁପୀଡା ଦେଖାଦେବ ।ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ ।କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ ।ବ୍ୟାପାରରେ କ୍ଷତି ସହିପାରନ୍ତି ।ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ ।
କନ୍ୟା-ଆଜି ସ୍ୱାସ୍ଥ୍ୟରେ ଉନ୍ନତିହେବା ସହ ସୁଖ ଓ ଆନନ୍ଦ ମିଳିପାରେ । ଶୁଭ ସମାଚାର ମିଳିପାରେ । କାର‌୍ୟ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ ।ବ୍ୟାପାର ଲାଭଦାୟୀ ରହିବ ।ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ ।
ତୁଳା-ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ ।ନିଜ ବାକ-ଅସଂଯତାଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟିହୋଇପାରେ ।ମାଲିମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ ।କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି ।ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ ।ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ ।
ବିଛା-ଆଜି ଉପହାର ମିଳିପାରେ । କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ । କୌଣସି ଆନୁଷ୍ଠାନିକ କାର‌୍ୟ୍ୟରେ ଯୋଗ ଦେଇ ସମ୍ମାନିତ ହେବେ । କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ । ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ । ପରିବାରରେ ସୁଖରେ ସମୟ କାଟିବେ ।
ଧନୁ-ଆଜି ସବୁକ୍ଷେତ୍ରର ସଫଳତା ପାଇପାରନ୍ତି ।ଶାରୀରିକ ଓ ମାନସିକ ସୁସ୍ଥତାସହ ମାନସମ୍ମାନ ମିଳିପାରେ ।କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି ।କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ।ବ୍ୟାପାରରେ ଗ୍ରାହକକୁ ମିଠାକଥା କହି ଆକୃଷ୍ଟକରେଇ ଲାଭବାନ ହୋଇପାରନ୍ତି ।ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ ।
ମକର-ଆଜି ଶାରୀରିକ ଓ ମାନସିକ ଅସୁସ୍ଥତାଦେଇ ଗତି କରିବେ ।ବିରୋଧୀଙ୍କ ସମାଲୋଚନାଯୋଗୁଁ ତର୍କବିତର୍କ ହୋଇ ବିବାଦୀୟପରିସ୍ଥିତି ସୃଷ୍ଟି ହୋଇପାରେ ।ଅଯଥାଖର୍ଚ୍ଚ ବଢ଼ିଯିବ ।କର୍ମସ୍ଥଳୀରେ ହଠାତ ଜରୁରୀକାର୍ଯ୍ୟକୁ ନେଇ ବିଦେଶଯାତ୍ରାର ମଉକା ମିଳିପାରେ ।ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧାବିଘ୍ନକୁ ଏଡାଇଯିବେ ।
କୁମ୍ଭ-ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ ।କ୍ରୋଧଉପରେ ନିୟନ୍ତ୍ରଣ ରଖନ୍ତୁ ଜ୍ଝ ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ ।ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ ।କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାରଯୋଗୁଁ ଥକ୍କା ଅନୁଭୂତ ହେବ ।ବ୍ୟାପାରରେ ଦିନଟି ଅଶୁଭ ରହିପାରେ ।ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ ।
ମୀନ-ଆଜି କୌଣସି ମନୋରଞ୍ଜନପାଇଁ ବାହାରକୁ ଯାଇପାରନ୍ତି ।ଆର୍ଥିକଲାଭ ସହ ସାହିତ୍ୟ,କଳାକ୍ଷେତ୍ରରେ ସୁଫଳମିଳିପାରେ ।ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ ।କାର୍ଯ୍ୟସ୍ଥଳୀରେ ଧିମାକାର୍ଯ୍ୟ କରିବାଯୋଗୁଁ ସମାଲୋଚିତ ହେବେ ।ବ୍ୟାପାରରେ ପାର୍ଟନର ସହ ନୂତନନିବେଶ କରି ଲାଭବାନ ହୋଇପାରନ୍ତି ।

ଘରେ ତିଆରି କରନ୍ତୁ ରାଶି ଆରିସା
ଆବଶ୍ୟକ ସାମଗ୍ରୀ:-ଅରୁଆଚାଉଳ, ରାଶି,କାଜୁବାଦାମ,ଚିନାବାଦାମ,ଗୁଡ଼,ନଡ଼ିଆକୋରା ଓ ରିଫାଇନ୍ ତେଲ।
ପ୍ରସ୍ତୁତିପ୍ରଣାଳୀ:-ପ୍ରଥମେ ଅରୁଆଚାଉଳକୁ କିଛିସମୟ ପାଣିରେଭିଜାଇ ରଖନ୍ତ।ପରେ ତାକୁଛାଣି ଚୂନା ପ୍ରସ୍ତୁତକରନ୍ତୁ।ଚାଉଳକୁ ପାଣିରେ ଭିଜାଇବାବେଳେ ରାଶିକୁ ମଧ୍ୟ ପାଣିରେ ବତୁରାଇଦିଅନ୍ତୁ।କିଛିସମୟପରେ ଏହାକୁଛାଣି ଭଲଭାବେ ଦଳିଦିଅନ୍ତୁ, ଯେମିତି ଏଥିରୁ ଚୋପା ଛାଡ଼ିଯିବ।ଏହାପରେ କାଜୁବାଦାମ ଓ ଚିନାବାଦାମକୁ ଭାଜି ଏକପାତ୍ରରେ ରଖନ୍ତୁ।
ଏସବୁ ପ୍ରସ୍ତୁତି ଶେଷହେବା ପରେ ଏକକଡ଼େଇରେ କିଛିପାଣି ଦେଇ ଗରମକରନ୍ତୁ଼।ପାଣି ଗରମ ହେବାପରେ ସେଥିରେ ଗୁଡ଼ପକାଇ ଫୁଟାନ୍ତୁ। ଗୁଡ଼ ପାଣିରେ ମିଶି ଫୁଟିଯିବାପରେ ସେଥିରେ ନଡ଼ିଆକୋରା,ଭଜାଚିନାବାଦାମ ଓ ଭଜା କାଜୁବାଦାମ ପକାଇ ଭଲଭାବେ ଗୋଳାଇଦିଅନ୍ତୁ । ଗୁଡ଼ ଅଠା ଧରିବାପରେ ସେଥିରେ ପ୍ରସ୍ତୁତ ଚାଉଳଚୂନାକୁ ପକାଇ ଜନ୍ତଣି ପ୍ରସ୍ତୁତକରନ୍ତୁ। ଏବେ ଏହି ଜନ୍ତଣିକୁ ଛୋଟଛୋଟ ଗୁଳାକରି ଚାପି ଆରିସାପିଠାର ଆକୃତିଦିଅନ୍ତୁ ଓ ଏଗୁଡ଼ିକର ଦୁଇପଟେ ରାଶିଲଗାଇ ରିଫାଇନତେଲରେ ଛାଣନ୍ତୁ। ଦୁଇପଟ ଲାଲ୍‌ ହୋଇଗଲେ ଏଗୁଡ଼ିକୁ ପ୍ଲେଟକୁ କାଢ଼ିଦିଅନ୍ତୁ।ଏବେ ପ୍ରସ୍ତୁତହୋଇଗଲା ସୁଆଦିଆ ରାଶିଆରିସା।ଏହି ରାଶିଆରିସାପିଠାକୁ ବହୁଦିନ ଘରେରଖି ଖାଇପାରିବେ। ଏହାଛଡ଼ା ଘରକୁ କୁଣିଆ ଆସିଲେ ଏହାକୁ ପରଷି ପାରିବେ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.