ଆଜିର ରାଶିଫଳ

ସ୍ବାସ୍ଥ୍ୟ ପାଇଁ ଉପକାରୀ ଭଜାବୁଟ.....

0 31

ନଭେମ୍ବରମାସ ୦୭ତାରିଖ ୨୦୨୪ ମସିହା(ଗୁରୁବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ରାତ୍ରିଘ ୧୨/୩୫ ଗତେ ସପ୍ତମୀ,ନକ୍ଷତ୍ର- ପୂର୍ବାଷାଢ଼ା ଦିବା ଘ ୧୨/୨୪ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/ ୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୨୬,ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୩୫ଗତେ ବାୟବ୍ୟେ,
ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,
କାଳବେଳା ଓ ବାରବେଳା – ଦିବା ଘ୦୧/୧୬ଗତେ ଘ୦୫/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୩୩ ମଧ୍ୟେ ଓ ସନ୍ଧ୍ୟା ଘ୦୫/୫୪ ଗତେ ରାତ୍ରି ଘ୦୯/୦୫ ମଧ୍ୟେ ଓ ରାତ୍ରି ଘ୧୧/୩୦ ଗତେ ଘ୦୨ /୪୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ବେଲଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କର ଆକସ୍ମିକ ଧନଲାଭ ଯୋଗରହିଛି।ସାହାଯ୍ୟର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ।ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣଭୁମିକା ନିର୍ବାହ କରିବେ ।
ବୃଷ :-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟିଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ ।ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନଅଛି ଯାହାକି ଆପଣଙ୍କ ନିଜରନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ :-ଆଜି ଆପଣଙ୍କ ଆତ୍ମିୟ ମାନେ ଆପଣଙ୍କୁ ସାହାଯ୍ୟକରିବେ । ସେମାନଙ୍କ ଛୋଟଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କସାହାଯ୍ୟ ଏବଂ ଭଲ ପାଇବାଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ:- ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟକରିବ ।ଆପଣ ଏହାଦ୍ୱାରା ଜାଣି ଖୁସିହେବେଯେ, ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜରଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ ।ଆପଣ ସେମାନଙ୍କ ସ୍ନେହପାଇଁ ବହୁତଖୁସି ହେବେ ଏବଂ ନିଜକୁ କୃତାର୍ଥମନେ କରିବେ ।
କନ୍ୟା:-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରିପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟାକି ଆପଣ ଙ୍କର ଅଶାନ୍ତିରକାରଣ ହୋଇଥିଲା,ସମସ୍ତଙ୍କର ଅଶାନ୍ତି ର କାରଣ ହୋଇଥିଲା,ଏବେ ଶେଷ ହୋଇଯିବ ।
ତୁଳା:-ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତକରନ୍ତୁ ।ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା :-ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରାକରିପାରନ୍ତି ।କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତଅଛି ।ଯୋଜନାରେ କିଛି ବିଘ୍ନଘଟିପାରେ ଏବଂ ଆପଣ ଯୋ ଜନାର ପରିବର୍ତ୍ତନ କରିପାରନ୍ତି ।
ମକର:-ଏହି ସମୟ ନିଜ ସାଙ୍ଗସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁନାହିଁ ।ବୋଧହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାରକାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି ।ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନର କାର୍ଯ ହେବ।
କୁମ୍ଭ :-ଅନ୍ୟଲୋକ ଆପଣଙ୍କ ଦୟାକୁ ଭୂଲବାଟରେ ନେବା ପାଇଁ ଚ଼େଷ୍ଟା କରିବେ ।ମନେରଖ ଜୀବନରେ ପ୍ରତ୍ୟେକଜିନିଷର ସନ୍ତୁଳିତହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ଦୟାକରିବା ମଧ୍ୟ ଠିକ୍ ନୁହେଁ ।
ମୀନ :-ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି ।ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟଅଟେ ।ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେ ପକାଇ ପରଷ୍ପରକୁ ଗୁରୁତ୍ତ୍ୱଦେବା ଉଚ଼ିତ୍ ହେବ ।

ସ୍ବାସ୍ଥ୍ୟ ପାଇଁ ଉପକାରୀ ଭଜାବୁଟ…..
ଭଜାବୁଟ ଖାଇବାକୁ ଅନେକେ ପସନ୍ଦକରନ୍ତି।ସକାଳ,ସନ୍ଧ୍ୟାରେ ଏହାଏକ ଭଲଜଳଖିଆ ହୋଇଥାଏ।ଭଜାବୁଟ ସ୍ବାଦିଷ୍ଟ ହେବାସହ ସ୍ବାସ୍ଥ୍ୟପାଇଁ ବି ଉପକାରୀ।ଏଥିରେ ପ୍ରଚୁରପ୍ରୋଟିନ୍ ସହ ଫୋଲେଟ୍‌,ଆଇରନ୍‌,କ୍ୟାଲସିୟମ,ପଟାସିୟମ ଏବଂ ତନ୍ତୁ ବା ଫାଇବରମଧ୍ୟ ରହିଥାଏ।ତେବେ ଅନେକଲୋକ ବୁଟ ଖାଇବାବେଳେ ଏହାର ଚୋପା ଫିଙ୍ଗିଦେଇଥାନ୍ତି।ଅସଲରେ,ଭଜାବୁଟଚୋପାର ମଧ୍ୟ ବହୁ ଚମତ୍କାରୀଗୁଣ ରହିଛି।ଭଜାବୁଟ ଚୋପାସହ ଖାଇଲେ ଏହା ପେଟପୂରି ରହିଥିବାର ଅନୁଭବଦିଏ ଏବଂ ଖୁବ୍ ଶୀଘ୍ର ଓଜନହ୍ରାସରେ ସହାୟକ ହୋଇଥାଏ।ଚୋପା ସହିତ ଭଜାବୁଟଖାଇବା ହୃଦ୍‌ଯନ୍ତ୍ରପାଇଁ ମଧ୍ୟ ଉପକାରୀ।
ଏଭଳି ବୁଟଖାଇବା ମଧୁମେହରେ ଆକ୍ରାନ୍ତରୋଗୀଙ୍କ ପାଇଁଭଲ।ଏଥିରେଥିବା ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ।ଏଥିରେ ଲୌହପରିମାଣ ଅଧିକଥିବାରୁ ଶରୀରର ରକ୍ତଅଭାବ ସମସ୍ୟା ମଧ୍ୟ ଦୂର କରିପାରେ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.