ଭୁବନେଶ୍ୱର,୫ା୧୧(ଏସଏସନିଉଜ) ଶେଷରେ ଆମେରିକୀୟ ସହର ହ୍ୟୁଷ୍ଟନ୍ରେ ଆୟୋଜନ ହେବାକୁ ଥିବା ରଥଯାତ୍ରାକୁ ଇସ୍କନ୍ ପକ୍ଷରୁ ବାତିଲ କରାଯାଇଛି ।ସେଠାରେ କେବଳ ନିତାଇ ସଂକୀର୍ତ୍ତନ ଯାତ୍ରାର ଆୟୋଜନ ହେବ। ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିବାସହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଯଦି ବୈଠକରେ ଅଦିନିଆ ରଥଯାତ୍ରାର ଆୟୋଜକ ମାନିଗଲେ ଭଲ କଥା, ନହେଲେ ଆଇନଗତ ବିକଳ୍ପ ରହିଛି ।ମାର୍ଚ୍ଚ ଯାଏ ଇସ୍କନକୁ ସମୟ ଦିଆଯାଇଛି। ଏହାପରେ ଆଉ ବରଦାସ୍ତ କରାଯିବନାହିଁ ବୋଲି କହିଥିଲେ ।