ଆଜିର ରାଶିଫଳ

ଗୁଡ଼ ଖାଇବା ଦ୍ୱାରା କଣ ଲାଭ ମିଳେ ?

0 40

ନଭେମ୍ବରମାସ ୦୪ତାରିଖ ୨୦୨୪ମସିହା(ସୋମବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ରାତ୍ରି ଘ୧୧/୨୨ଗତେ ଚତୁର୍ଥୀ ,ନକ୍ଷତ୍ର- ଅନୁରାଧା ଦିବା ଘ ୦୮/୩୭ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୨୬ ,ଯୋଗିନୀ ଆଗ୍ନିକୋଣେ ରାତ୍ରି ଘ୧୧/୨୨ଗତେ ନୈରୁତେ. ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୧୮ଗତେ ଘ୦୮/୪୪ ମଧ୍ୟେ ,ବାରବେଳା – ଦିବା ଘ୦୨/୧୨ଗତେ ଘ୦୩/୩୭ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୭ ମଧ୍ୟେ ଓ ଘ୦୯/୦୬ ଗତେ ଘ୧୧/୩୧ ମଧ୍ୟେ ଓରାତ୍ରି ଘ୦୭/୩୭ ଗତେ ଘ୧୦/୫୦ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ପୋଟଳଭକ୍ଷଣ ନିଷେଧ
ମେଷ :-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ:-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ :-କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା:-ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତାହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା :- ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା:-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ:-ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର:-ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆବନ୍ଧୁ କରି ପାରିବେ ।କାହାକୁ ବା ଜଣା ଆପଣଙ୍କପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ ।ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
ମୀନ:- ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

ସିଜିନାଲ୍ ଇନଫେକ୍ସନ୍, କାଶ ଏବଂ ଥଣ୍ଡାସମୟରେ ପ୍ରାୟତଃ ଗୁଡ଼ ଖାଇବାପାଇଁ କୁହାଯାଏ ।ଏକଥା ଆଜିନୁହେଁ ବରଂ କେଉଁ ଅନାଦିସମୟରୁ ରହିଆସିଛି, ଗୁଡ଼କୁ ରୋଗ ଇମ୍ୟୁନିଟିବୁଷ୍ଟର୍ ଖାଦ୍ୟଭାବରେ ଦେଖାଯାଏ ।ଲୋକମାନେ ଏହାକୁ ଜୁଆଣିସହିତ ନେଇଥାନ୍ତି ।ଲୋକମାନେ ଅନେକ ଉପାୟରେ ଗୁଡ଼ର ବ୍ୟବହାର କରିଥାନ୍ତି ଯେପରିକି ଗୁଡ଼ ସରବତ, ଗୁଡ଼ଚା ଏବଂ ଗରମପାଣି ସହିତ ଗୁଡ଼ ପିଇଥାନ୍ତି ।କିନ୍ତୁ କେବେ ଭାବିଛନ୍ତି କି ଗୁଡ଼ କାହିଁକି ଏକ ଇମ୍ୟୁନିଟିବୁଷ୍ଟର୍ ଭାବରେ କାମକରେ । ତେବେ ଜାଣିବା ଗୁଡ଼ର କିଛି ଉପକାରିତା ବିଷୟରେ….
ଗୁଡ଼ ଉତ୍ତାପଉତ୍ପାଦନ କରେ:-ଗୁଡ଼ବିଷୟରେ ବିଶେଷକଥା ହେଉଛି ଏହାକୁ ଖାଇବାଦ୍ୱାରା ଶରୀରରେ ଉତ୍ତାପବଢିଥାଏ ।ଏହା ଆପଣଙ୍କ ଶରୀରର ସମସ୍ତଅଙ୍ଗକୁ ଶକ୍ତିଯୋଗାଇଥାଏ ଏବଂ ଋତୁପରିବର୍ତ୍ତନ ସହିତ ଶରୀରକୁ ରୋଗରୁ ରକ୍ଷାକରିବାରେ ସାହାଯ୍ୟକରିଥାଏ ।ଏହା ବ୍ୟତୀତ ଏହା ଶରୀରର ବାହ୍ୟ ଏବଂ ଆଭ୍ୟନ୍ତରୀଣତାପମାତ୍ରା ମଧ୍ୟରେ ସନ୍ତୁଳନ ସୃଷ୍ଟିକରିବାରେ ସାହାଯ୍ୟକରେ ଯାହାଦ୍ୱାରା ପାଗରେ ହଠାତ୍ ପରିବର୍ତ୍ତନ ହେତୁ ଆପଣ ଅସୁସ୍ଥ ନହୁଅନ୍ତି ।
ଗୁଡ଼ ଆଣ୍ଟି-ଇନ୍‌ଫ୍ଲାମେଟୋରୀ:-ଗୁଡ଼ ଆଣ୍ଟିବ୍ୟାକ୍ଟେରିଆ ଗୁଣରେ ଭରପୂର ଏବଂ ଶରୀରରେ ଫୁଲାକୁ ରୋକିବାରେ ସାହାଯ୍ୟ କରେ । ଏହି କାରଣରୁ, ଥଣ୍ଡା ଏବଂ କାଶ ହେଲେ ଏହାକୁ ଖାଇବା ଲାଭଦାୟକ ହୋଇଥାଏ । ଏହା ଗଳା ଯନ୍ତ୍ରଣା ସହିତ ଅନେକ ସମସ୍ୟାକୁ ହ୍ରାସ କରିଥାଏ । ଏହା ବ୍ୟତୀତ ଏହା ମୁଣ୍ଡବିନ୍ଧା ଏବଂ ଦୁର୍ବଳତା ପାଇଁ ମଧ୍ୟ ସହାୟକ ହୋଇଥାଏ କାରଣ ଗୁଡ଼ରେ ଆଇରନ୍ ଥାଏ ଏବଂ ଏହି ଆଇରନ୍ ଲାଲ ରକ୍ତ କଣିକାକୁ ବଢ଼ିବାରେ ସାହାଯ୍ୟ କରିଥାଏ ।
ଗୁଡ଼ ଏକ ଇମ୍ୟୁନିଟି ବୁଷ୍ଟର:-ଗୁଡ଼ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ୍ । ଏହା ଟି’ ସେଲ୍ସକୁ ପ୍ରୋତ୍ସାହିତ କରେ ଏବଂ ଶରୀରକୁ ସିଜିନାଲ୍ ସଂକ୍ରମଣରୁ ରକ୍ଷା କରିଥାଏ । ଏହାର ଅର୍ଥ ହେଉଛି ଆପଣ ଗୁଡ଼ ଖାଇବା ଦ୍ୱାରା ଅନେକ ସିଜିନାଲ୍ ରୋଗରୁ ରକ୍ଷା ପାଇପାରିବେ । ଯେପରିକି ହଠାତ୍ ସ୍ୱାଇନ୍ ଫ୍ଲୁ ହେବା, ଶୁଖିଲା କାଶ ଏବଂ କଫ ଜନିତ ରୋଗରେ ମଧ୍ୟ ଗୁଡ଼ ଖାଇବା ଅନେକ ଉପାୟରେ ଲାଭଦାୟକ ହୋଇଥାଏ । ଆଗକୁ ଶୀତ ଋତୁ ଆସୁଛି ତେଣୁ ଆପଣ ନିଜ ଖାଦ୍ୟରେ ନିଶ୍ଚୟ ଭାବରେ ଗୁଡ଼ ସାମିଲ କରନ୍ତୁ ।!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!

- Advertisement -

Leave A Reply

Your email address will not be published.