ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଇଣ୍ଡକସନ କାର୍ଯ୍ୟକ୍ରମ

0 13

ବାରଙ୍ଗ,୧।୧୧(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ରେ ୨୦୨୪-୨୫ ବର୍ଷରେ ନୂତନ ଭାବେ ଆଡ଼ମିଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଇଣ୍ଡକସନ କାର୍ଯ୍ୟକ୍ରମକୁ ଶୁକ୍ରବାରଦିନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତେଜ୍ ପ୍ରସାଦ ପ୍ରଦୀପପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥିମାନଙ୍କୁ ତଥା ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ତେପୁଟି ଡିନ୍ ପ୍ରଫେସର ଦୁର୍ଗା ପ୍ରସାଦ ଦାଶ ଆୟୁର୍ବେଦର ଭବିଷ୍ୟତ ସଂପର୍କରେ ସୂଚନା ଦେଇଥିଲେ । ଡାଇରେକ୍ଟର ଅଫ ଅପରେସନ ସ୍ୱାମୀ ସତ୍ୟ ଚୈତନ୍ୟ ଜୀ ଛାତ୍ରଛାତ୍ରୀମାନଙ୍କୁ ସମୟର ଉଚିତ ବ୍ୟବହାର ସଂପର୍କରେ ବୁଝାଇଥିଲେ।ତେପୁଟି ଡାଇରେକ୍ଟର ଅଫ୍ ଆଡ଼୍‌ମିଶନ ମଳୟ ମଲ୍ଲ ବିଶ୍ଵବିଦ୍ୟାଳୟର ବିଷୟରେ ସୂଚନା ପ୍ରଦାନ କରିଥିଲେ,ଶେଷରେ ପ୍ରଫେସର ପ୍ରଦୀପ କୁମାର ଗୋସ୍ଵାମୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ ଏବଂ ଡକ୍ଟର ପ୍ରିୟାଞ୍ଜୁ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.