ଆଜିର ରାଶିଫଳ

ଖାଲିପେଟରେ ରସୁଣ ଖାଉଛନ୍ତିକି?

0 40

ନଭେମ୍ବରମାସ ୦୨ତାରିଖ୨୦୨୪ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ପ୍ରତିପଦ ରାତ୍ରି ଘ ୦୮/୦୪ ଗତେ ଦ୍ଵିତୀୟାନକ୍ଷତ୍ର- ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୧୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୫/୦୯/୨୬ ,ଯୋଗିନୀ ପୂର୍ବେ ରାତ୍ରି ଘ୦୮/୦୪ ଗତେ ଉତ୍ତରେ ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୭/୧୭ ମଧ୍ୟେ ଓ ଦିବା ଘ୦୩/୪୨ଗତେ ଘ୦୫/୦୭ ମଧ୍ୟେ ,ବାରବେଳା – ଦିବା ଘ୧୨/୫୪ଗତେ ଘ୦୨/୧୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୩୦ ଗତେ ଘ ୦୯/୫୨ ମଧ୍ୟେ ଓ ଘ୦୨/୨୦ ଗତେ ଘ୦୩/୨୮ ମଧ୍ୟେ ଓ ଘ୦୩/୨୮ ଗତେ ଘ୦୪/୧୬ ମଧ୍ୟେବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୧/୫୫ ଗତେ ଘ୦୨/୪୩ ମଧ୍ୟେ ,ଅଦ୍ୟ ପାଣିକଖାରୁ ରାତ୍ରି ଘ୦୮/୦୪ଗତେ ବୋଇତୀ କଖାରୁ ଭକ୍ଷଣ ନିଷେଧ ।
ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ୟ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମିଥୁନ-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ୟ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସିଂହ-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ୟ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନକରି ପରୀକ୍ଷାକରି କାମରେଲଗାଇଲେ ଉପକୃତ ହୋଇପାରିବେ।ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ।ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ-ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

ଖାଲିପେଟରେ ରସୁଣ ଖାଉଛନ୍ତିକି?
ରସୁଣ କେବଳ ଏକ ମସଲାନୁହେଁ ଯାହା ଖାଦ୍ୟରସ୍ୱାଦ ବଢାଇଥାଏ , ଏହାର ବ୍ୟବହାରଦ୍ୱାରା ଅନେକରୋଗ ଭଲ ହୋଇଯାଏ ।ଯଦି ଆପଣ ଖାଲିପେଟରେ ରସୁଣଖାଆନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ବେଶ୍ ଉପକାରୀ ହେବ ।କୋଲେଷ୍ଟ୍ରଲ, ରକ୍ତଚାପ ହ୍ରାସଠାରୁ ଆରମ୍ଭ କରି ହଜମପ୍ରକ୍ରିୟାରେ ଉନ୍ନତି ଆଣିବାପର୍ୟ୍ୟନ୍ତ କଞ୍ଚାରସୁଣ ଅତ୍ୟନ୍ତ ଲାଭଦାୟକ ଅଟେ ।କଞ୍ଚାରସୁଣରେ ଆଲିସିନ୍ ନାମକ ଏକ ଏନଜାଇମ୍ ଥାଏ ଯାହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟଗୁଣ ରହିଛିାରସୁଣର ଗୋଟିଏ ଲବଙ୍ଗରେ ଭଲକ୍ୟାଲୋରୀ ଥାଏ ଏବଂ ରସୁଣରେ ପ୍ରଚୁରପରିମାଣର ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଚର୍ବିଥାଏ ।ଏଥିରେ ଭିଟାମିନ୍ ସି, ଏ ଏବଂ ବି, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଜିଙ୍କ୍, ସେଲେନିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ତେବେ ଆଜି ଜାଣିବା ସକାଳେ ଖଲିପେଟରେ କଞ୍ଚାରସୁଣ ଖାଇବାର କଣ କଣ ଲାଭ ରହିଛି ଏବଂ ଏହାକୁ କିପରି ଖାଇବା ଉଚିତ୍?
ରସୁଣ ଖାଇବାଦ୍ୱାରା ରୋଗ ପ୍ରତିରୋଧକଶକ୍ତି ବଢିଥାଏ ।ଏଥିରେଥିବା ପ୍ରଚୁରପରିମାଣର ଆଲିସିନ୍ ଧଳାରକ୍ତ କୋଷିକାକୁ ବଢାଇଥାଏ । ରସୁଣର ନିୟମିତ ଖାଇବା ହୃଦୟ ସ୍ୱାସ୍ଥ୍ୟପାଇଁ ଲାଭଦାୟକ ଅଟେ ।ରସୁଣ ରକ୍ତଚାପ ଏବଂ ଖରାପକୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରେ ।ରସୁଣରେଥିବା ସଲଫର ଯୌଗିକ ରକ୍ତସଞ୍ଚାଳନରେ ଉନ୍ନତି ଆଣେ ଏବଂ ହୃଦରୋଗର ଆଶଙ୍କା ହ୍ରାସକରେ ।
ସକାଳେ ଖାଲିପେଟରେ କଞ୍ଚାରସୁଣ ଖାଇବା ହଜମପ୍ରକ୍ରିୟାକୁ ମଜବୁତକରିଥାଏ ।ରସୁଣର ଶକ୍ତିଶାଳୀଗୁଣ ସବୁପ୍ରକାରର ହଜମପ୍ରକ୍ରିୟାରେ ସାହାଯ୍ୟକରିଥାଏ ।ରସୁଣରେ ପ୍ରିବିୟୋଟିକ୍ ଗୁଣ ଅଛି ଯାହା ଅନ୍ତଃନଳୀ ଜୀବାଣୁ ଉତ୍ପାଦନକରିଥାଏ ଯାହା ହଜମପ୍ରକ୍ରିୟାରେ ଉନ୍ନତିଆଣେ । ରସୁଣହେଉଛି ଏକ ପ୍ରାକୃତିକ ଡିଟକ୍ସାଇଫାୟର୍, ଯାହା ଶରୀରରୁ ବିଷାକ୍ତପଦାର୍ଥ ବାହାରକରିବାରେ ସାହାଯ୍ୟକରିଥାଏ ।ରସୁଣରେ ଥିବା ଆଲିସିନ୍ ଯକୃତରକାର୍ୟ୍ୟକୁ ବଢାଇଥାଏ ଯେଉଁକାରଣରୁ ଏହା କ୍ଷତିକାରକପଦାର୍ଥକୁ ବାହାରକରିଥାଏ ।ରସୁଣ ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟକରେ ।ପ୍ରିଡିଆବେଟିସ୍ କିମ୍ବା ଟାଇପ୍-୨ ମଧୁମେହରୋଗୀଙ୍କ ପାଇଁ ଏହା ବିଶେଷ ଲାଭଦାୟକଅଟୋ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.