ମିଛ କନିଆଁକୁ ଖୋଜୁଛି ପୋଲିସ

0 47

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଜଣେ ଯୁବକଙ୍କୁ ବାହାକରାଇ ଦେବାପାଇଁ ଠକଜଣଙ୍କ ପ୍ରସ୍ତାବ ଦେଇଥିଲେ।ଉପଯୁକ୍ତ ପାତ୍ରି ସହ ଭିଡିଓ କଲଯୋଗେ କଥାବାର୍ତ୍ତା ବି କରାଇଦେଲେ।ବାହାଘରଦିନ ଧାର୍ଯ୍ୟ ହେଲା, ଲୁଗାପଟାରୁ ଆରମ୍ଭ କରି ଗହଣା ବି କିଣାହେଲା । ଭିଡିଓ କଲରେ ମିଛ କନିଆଁ ସହ କଥା ମଧ୍ୟ କରାଇଦେଲେ।ସୋସିଆଲ ମିଡିଆରେ ଦେଖାଚାଁହା,ଫସନ୍ଦ୍,କନ୍ୟା ଦେଖା ସବୁ ଆରମ୍ଭ ହୋଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଗଲା।ଶେଷରେ ମିଛ କନିଆ ବୋଲି ଜଣାପଡିବା ପରେ ବରକୁ ଶିଶୁପାଳ ହେବାକୁ ପଡ଼ିଥିଲା।ଏହିଭଳି ଘଟଣା ଭୁବନେଶ୍ୱର ଭରତପୁର ଥାନା ଅଧୀନରେ ଘଟିଛି।ଅଭିଯୋଗ ପାଇ ପୋଲିସ ମିଛ କନିଆ ସହ ଠକ୍ କୁ ଖୋଜିବା ଆରମ୍ଭ କରିଛି।
ରାଜଧାନୀରେ ବୁଲୁଥିବା ମିଛ କନିଆଁକୁ ଧରିବାପାଇଁ ପ୍ରୟାସ ଆରମ୍ଭ କରିଛି ପୋଲିସ । ବାହାଘର ପାଇଁ ପ୍ରସ୍ତାବ ଦେଇ, ତଳିତଳାନ୍ତ କରି ଦେଉଥିବା ଠକକୁ ଧରିବାକୁ ଯାଉଛି ପୋଲିସ ।

Leave A Reply

Your email address will not be published.