ଦାନା ପାରାଦୀପ-ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ!

0 66

ଭୁବନେଶ୍ବର,୨୧/୧୦(ଏସଏସନିଉଜ)ସାମ୍ଭବ୍ୟ ବାତ୍ୟା ଦାନା ପାରାଦୀପରୁ ବାଲେଶ୍ବର ମଧ୍ୟରେ ୨୪ ତାରିଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।ଦାନା ଅତି ଭୀଷଣ ବାତ୍ୟାର ରୂପନେଇ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ତାଣ୍ଡବରଚିବ ବୋଲି କୁହାଯାଉଛି। ଦାନା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୫୦କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନାଦେଇଛି।ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କକାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇ ବାତ୍ୟାର ଗତିପଥ ଉପରେ ନଜର ରଖାଯାଇଛି।କେନ୍ଦ୍ରାପଡା, ଜଗତସିଂହପୁର,ବାଲେଶ୍ୱର,ଭଦ୍ରକ,ଯାଜପୁର,ପୁରୀ ଓ ଖୋର୍ଦ୍ଧାଜିଲ୍ଲାରେ ୨୩ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ସହିତ ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ୱ ଦେଉଛନ୍ତି।

Leave A Reply

Your email address will not be published.