ଧକା ଦେଇ ପଳାଇଗଲା ବୁଲେଟ

0 67

ବାରଙ୍ଗ, ୧୮/୧୦ (ଏସଏସନିଉଜ) ଫକିରପଡା ଛକରେ ବୁଲେଟ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଫକୀରପଡା ଗ୍ରାମ ଭୋଇ ସାହିର ବସନ୍ତ ଭୋଇ(୫୫) ନାମକ ବ୍ୟକ୍ତିଘରୁ ତ୍ରିଶୂଳିଆ ବଜାରକୁ ସାଇକେଲ ଯୋଗେ ଯାଉଥିଲେ।ଫକିରପଡା ଛକରେଓଡି ୦୫ବିକେ ୨୦୨୫ ନମ୍ୱରର ଏକ ବୁଲେଟ ପଛପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବସନ୍ତଙ୍କ ଡାହାଣଗୋଡ ଉପରେ ବୁଲେଟ ଚଢ଼ିଯିବାରୁ ଗୋଡ଼ଟି ଭାଙ୍ଗି ଯାଇ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇ ଖସି ପଳାଉଥିବା ବୁଲେଟକୁ ଅଟକାଇଥିଲେ।ସ୍ଥାନୀୟ ଲୋକମାନେ ଗୁରୁତର ଆହତ ବସନ୍ତକୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ।ଏହି ସମୟରେ କୌଶଳ କ୍ରମେବୁଲେଟ ଚାଲକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Leave A Reply

Your email address will not be published.