ଆଜିର ରାଶିଫଳ

କାହିଁକି ପାଳନହୁଏ କୁମାରପୂର୍ଣ୍ଣିମା?

0 42

ଅକ୍ଟୋବରମାସ ୧୬ତାରିଖ ୨୦୨୪ ମସିହା (ବୁଧବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୮/୪୩ଗତେ ପୂର୍ଣ୍ଣିମା,ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ୦୭/୫୬ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୧୯,
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୮/୪୩ ଗତେ ବାୟବ୍ୟେ,
ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଦ୍ୟ କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୦୮ମଧ୍ୟେ,ବାରବେଳା – ଦିବା ଘ୧୧/୩୪ ଗତେ ଘ୦୧/୦୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୪ ମଧ୍ୟେ ଓ ଘ୦୭/୨୨ ଗତେ ଘ୦୮/୧୧ମଧ୍ୟେ ଓ ଘ ୧୦/୩୪ ଗତେ ଘ୧୧/୩୩ମଧ୍ୟେ,୯୯ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୩୪ ଗତେ ଘ୦୭/୨୧ ମଧ୍ୟେ ଓ ଘ ୦୧/୪୭ ଗତେ ଘ୦୪/୧୧ମଧ୍ୟେ,ଅଦ୍ୟ ବିରି ଭକ୍ଷଣ ନିଷେଧ।
ମେଷ :-ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ।ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରିପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ।ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ :-ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ:-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ।ପରିବାରରେ ସୁଖଶାନ୍ତି ରହିବ।ଉତ୍ତମ ଭୋଜନର ପ୍ରାପ୍ତି ହେବ।ନିର୍ଦ୍ଧାରିତ କାମରେ ସଫଳତା ମିଳିବ।ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା :-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିରଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦପ୍ରାପ୍ତି ହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବ ଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନରଶାନ୍ତି ଭଙ୍ଗକରିବ। ଆଧ୍ୟାତ୍ମିକବଚନ କିମ୍ବା ଈଶ୍ଵରଙ୍କରନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର :-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ :-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ :-ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀ ଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ
କୁଆଁରୀ ମାନେ ଯେ ପୁଚି ଖେଳୁଛନ୍ତି…..
ରାତିପାହିଲେ କୁମାର ପୂର୍ଣ୍ଣିମା ।ଓଡ଼ିଶାର ଘରେଘରେ ଏହିପର୍ବ ପାଳନହୁଏ ।କାହିଁ କେତେକାଳରୁ ଏହିପର୍ବ ପାଳନକରାଯାଉଛି ।ଓଡ଼ିଆଘରେ ଏହିପର୍ବ ବହୁଆଡମ୍ୱରରେ ପାଳନକରାଯାଏ ।୧୨ମାସରେ ଓଡ଼ିଆଘରେ ୧୩ପର୍ବ ପାଳନହୁଏ ।ଆଉ କୁମାରପୂର୍ଣ୍ଣିମା ବି ସେହିଭଳି ମହା ଆଡିମ୍ବରରେ ପାଳନ କରାଯାଏ ।ଏହିପୂର୍ଣ୍ଣିମା ଶରତଋତୁରେ ପଡ଼ୁଥିବାରୁ କେତେକସ୍ଥାନରେ ଏହାକୁ ଶରତପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମାଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ ।
କାହିଁକି ପାଳନ ହୁଏ କୁମାର ପୂର୍ଣ୍ଣିମା ?
ସର୍ବଗୁଣସମ୍ପନ୍ନ ଜୀବନସାଥୀ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା କରାଯାଇଥାଏ । ଏହି ପୂଜା ଗଲେ ଭଲ ବର ମିଳେ ବୋଲି ବିଶ୍ଵାସ ରହିଛି । ଏହି ପୂଜାରେ ଜହ୍ନ ଆସିଲେ ତାକୁ ଦେଖି ଚାନ୍ଦ ପୂଜା ହୁଏ । କାରଣ ଏମିତି କଲେ ଚାନ୍ଦ ପରି ବର ମିଳେ । ଆଉ ସନ୍ଧ୍ୟା ସମୟରେ ଏହି ପର୍ବ ପାଳିତ ହୁଏ ।
ପୂଜା ଦିନ କଣ କଣ ହୁଏ ?
କୁମାରୀମାନେ ଭୋର୍‌ରୁ ଉଠି ଗାଧୋଇ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ବୃନ୍ଦାବତୀଙ୍କ ପାଖରେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହାକୁ ଆଞ୍ଜୁଳାଟେକା କୁହାଯାଏ । ଏହିପର୍ବରେ କୁମାରୀମାନେ ଦିନସାରା ଭୋଗଖାଇ ରହିଥାନ୍ତି ।ଚଉରା ମୂଳ ଲିପାଲିପି କରି ମୁରୁଜପକାଇ ପୂଜାକରନ୍ତି । ଖଇ,ଗୁଆ,କଦଳୀ,ନଡ଼ିଆ,କସିକାକୁଡ଼ି, କସିଜହ୍ନି ଓ ଆଖୁ ଆଦି ଫଳ ପୂଜାକରନ୍ତି । ଏହାକୁ ସୂର୍ଯ୍ୟ ଦେବତାଙ୍କୁ ଚାହିଁ ଆଞ୍ଜୁଳାଟେକନ୍ତି ।ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ ଚାନ୍ଦ ପୂଜା କରନ୍ତି । ଚାନ୍ଦ ଉଇଁଲେ ଆରମ୍ଭ ହୋଇଯାଏ ଏହି ପୂଜା । ଏହି ଦିନ ତୁଳସୀ ଗଛରେ ନାଲିଶଙ୍ଖା ଓ ସାଲୁକନା ସ‌ହ ନୂଆବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ ।ଚଉରାଆଗରେ ପିଢ଼ାରେ ଗୁଆରଖି ତାଉପରେ ଦୁବଘାସ, ଫୁଲ, ବରକୋଳିପତ୍ର ଦେଇ ସଜାଯାଇଥାଏ ।ଚଉରାପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ,ସିନ୍ଦୁର,ଚନ୍ଦନ ଇତ୍ୟାଦି ସଜାଯାଇଥାଏ ।ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ,ଛେନା,ଦ‌ହି,କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦଚକଟା କୁହାଯାଏ ।ଖଇ, ନଡ଼ିଆ,କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ । ଭୋଗପରେ ନିଜନିଜ ପ୍ରିୟସାଙ୍ଗକୁ ସେହି ଚାନ୍ଦଖୁଆଇ “ଚାନ୍ଦ” ବସନ୍ତି । ଆଉ ଟିକେ ରାତିହେଲେ ଖଇ ଆଣି ଚାନ୍ଦକୁ ସମର୍ପଣ କରନ୍ତି। କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ ।କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି ।
କୁମାରପୂର୍ଣ୍ଣିମା ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହିଦିନ ସମୃଦ୍ଧିରଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସ‌ହ ପୂଜା କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନସ୍ଥାନରେ ସୁନ୍ଦର ଲକ୍ଷ୍ମୀମେଢ଼ମାନ ତିଆରି ହୋଇଥାଏ ।

ଖଡ଼ିରତ୍ନ ପଞ୍ଜିକା ଅନୁସାରେ ଯେହେତୁ ପୂର୍ଣ୍ଣିମା ଏବଂ ସଂକ୍ରାନ୍ତି ଗୋଟେ ଦିନରେ ପଡୁଅଛି ତେଣୁ ଆସନ୍ତାକାଲି ମା ଗଜଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯିବ ଏବଂ ଝିଅମାନେ କୁମାରପୂର୍ଣ୍ଣିମାର ଵିଧି ଗୁଡିକ ପାଳନ କରିବେ ।କିନ୍ତୁ ପୁରୀ ଶ୍ରୀମନ୍ଦିରରେ ପହରଦିନ ବା ଗୁରୁବାର ଦିନ ପୂର୍ଣ୍ଣିମା ନୀତି ଗୁଡିକ ପାଳନ କରାଯିବ ।କୁମାରପୂର୍ଣ୍ଣିମା,ଗଜଲକ୍ଷ୍ମୀପୂଜା କୋଜାଗରବ୍ରତ,ଜହ୍ନିଓଷା ସମାପନ ବିଷୟରେ ସଂକ୍ଷିପ୍ତ ସୂଚନା
( ତା ୧୬/୧୦/୨୦୨୪, ବୁଧବାର ହିଁ ପୂଣ୍ୟକାଳ)ତା ୧୬/୧୦/୨୦୨୪ ରିଖ ରାତ୍ରି ଘ୮-୪୩ ମିଠାରୁ ପୂର୍ଣ୍ଣିମା ଭୋଗ ହେଉଥିବାରୁ ଏବଂ ତା୧୭/୧୦/୨୦୨୪ରିଖ ଦିବା ଘ ୪/୫୫ପରେ ଅର୍ଥାତ ରାତିରେ ପୂର୍ଣ୍ଣିମା ରହୁନଥିବାରୁ ତା ୧୬/୧୦/୨୦୨୪ କୁମାର ପୂର୍ଣିମା,ଗଜଲକ୍ଷ୍ମୀପୂଜା ଓ କୋଜାଗରବ୍ରତ କରଣୀୟ ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.