ବାଲେଶ୍ବର,୧୨/୧୦(ଏସଏସନିଉଜ)ବ୍ୟାଙ୍କ୍ ଛୁଟି ବେଳେ ସ୍କାଏ ଲାଇଟ୍ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି । ସିମୁଳିଆ ଥାନା ଅନ୍ତରାଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି ।ଏସବିଆଇ ୧୦ ତାରିଖଠାରୁ ବନ୍ଦ ଥିବା ବେଳେ ଆଜି ମଧ୍ୟାହ୍ନରେ ବ୍ୟାଙ୍କ୍ ଶାଖା ପରିଚାଳକ କୌଣସି କାମରେ ବ୍ୟାଙ୍କକୁ ଆସିଥିଲେ ।ତେବେ ବ୍ୟାଙ୍କ୍ ଖୋଲିବା ପରେ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା ହୋଇ ପଡ଼ିଥିବା ବେଳେ ସ୍କାଏ ଲାଇଟ୍ ଭାଙ୍ଗିଥିବା ଦେଖାଯାଇଥିଲା ।ଏନେଇ ସେ ସାଙ୍ଗେସାଙ୍ଗେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ।ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟି.ଭିକ୍ୟାମେରା ଯାାଞ୍ଚ କରିବାସହିତ ତଦନ୍ତ ଆରମ୍ଭ କରିଛି।