ଭିଡିଓକଲ୍ ରେ ପ୍ରେମ ନିବେଦନ କରି ଧରାପଡିଲେ ଚୋର

0 186

ବାରଙ୍ଗ,୩/୧୦(ଏସଏସନିଉଜ )ମୋବାଇଲ ଚୋରି କରି ବନ୍ଧା ହେଲେ ଯୁବକ।ଯୁବକ ଜଣକୁ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲେ ସ୍ଥାନୀୟଲୋକେ । ଏଭଳି ଘଟଣା ବାରଙ୍ଗଥାନା ଅଧିନସ୍ତ ତ୍ରିଶୁଲିଆ ଛକରେ ଗୁରୁବାର ରାତିରେ ଦେଖିବାକୁ ମିଳିଛି । ଗିରଫ ଯୁବକ ଜଣକ ହେଉଛନ୍ତି ସଦର ଥାନା ଅଞ୍ଚଳର ବଡ଼ ଝରିଲୋ ଗ୍ରାମର ଦିପୁ ପଣ୍ଡା ବୋଲି ସୂଚନା ମିଳିଛି । ପ୍ରକାଶ ଯେ , ଭରତପୁର ଅଞ୍ଚଳର ସୁବ୍ରତ ଦାସ ଓ ଅଞ୍ଜନ ଦାସ ଓଲା ଅଟୋ ଡ୍ରାଇଭର ଅଟନ୍ତି । ବୁଧବାର ଦିନରେ ଭୁବନେଶ୍ଵର ଅଶୋକ ନଗରରେ ଅଟୋ ରଖି ଦୁଇଜଣ ଗୋଟିଏ ଅଟୋରେ ସୋଇଥିଲେ । ଦିପୁ ଶୋଇବାର ସୁଯୋଗ ନେଇ ସୁବ୍ରତ ଓ ଅଞ୍ଜନଙ୍କ ୨ ଫୋନ ଚୋରି କରି ଫେରାର ହୋଇଯାଇଥିଲା । ମୋବାଇଲ ନପାଇ ଉଭୟ ଡ୍ରାଇଭର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ  ଏବଂ ନିଜ ମୋବାଇଲ ନମ୍ବରକୁ ବାରମ୍ବାର କଲ କରିଥିଲେ ।ଗୁରୁବାରଦିନ ସୁବ୍ରତଙ୍କ ଖୁଡି ଚୋରି ହୋଇଥିବା ମୋବାଇଲ୍ ନମ୍ୱରକୁ କଲ କରିବାରୁ ଦିପୁ ଫୋନ ଉଠାଇଥିଲା। ଫୋନ ଫେରାଇବାକୁ କହି ଦିପୁ ଟଙ୍କା ମାଗିଥିଲା । ସୁବ୍ରତଙ୍କ ଖୁଡି ଚତୁରତାର ସହିତ ଦିପୁକୁ ପ୍ରେମ ଜାଲରେ ଫସାଇ ବାରଙ୍ଗ ତ୍ରିଶୁଲିଆ ଛକକୁ ଡାକିଥିଲା ।ଦିପୁ ପ୍ରେମରେ ଉବୁଟୁବୁ ହୋଇ ତ୍ରିଶୁଲିଆ ଛକକୁ ଆସିଥିଲା ।ପୂର୍ବରୁ ପ୍ରସ୍ତୁତ ଥିବା ସୁବ୍ରତ, ଅଞ୍ଜନ ଓ ସୁବ୍ରତଙ୍କ ଖୁଡି ଦିପୁ ଆସିବା ବେଳେ ପିସିଆରକୁ ଖବର ଜଣାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଦିପୁକୁ ମାଡି ବସିଥିଲେ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦିପୁକୁ ଗିରଫକରି ତାଠାରୁ ୨ଟି ମୋବାଇଲ୍ ଜବତ କରିଛି ।

Leave A Reply

Your email address will not be published.