ଆଜିର ରାଶିଫଳ

ଭଲ ନିଦ ହେଉନାହିଁ କି?

0 125

ଅକ୍ଟୋବରମାସ ୦୨ତାରିଖ ୨୦୨୪ ମସିହା (ବୁଧବାର) ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ୧୨/୦୬ଗତେ ପ୍ରତିପଦ,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୧/୦୦ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୫୬,
ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୦୬ ଗତେ ପୂର୍ବେ,
ଅମାବାସ୍ୟାର ସାମ୍ବତ୍ସରିକଶ୍ରାଦ୍ଧ, ମହାଳୟା ବିଧିରେ ହେବ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୧୧ ଗତେ ଘ୧୦/୧୧ ମଧ୍ୟେ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୦୯ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୩୧ ମଧ୍ୟେ ଓ ଘ୦୭/୧୯ ଗତେ ଘ୦୮/୦୯ ମଧ୍ୟେ ଓ ଘ୧୦/୩୧ଗତେ ଘ୧୧/୪୦ମଧ୍ୟେ,
ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୩୨ଗତେ ଘ୦୭/୧୮ ମଧ୍ୟେ ଓ ଘ୦୧/୪୩ଗତେ ଘ୦୪/୦୮ ମଧ୍ୟେ, ଆମିଷ ଭକ୍ଷଣ ନିଷେଧ।
ମେଷ:-ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ।କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ।ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିପାରନ୍ତି।
ମିଥୁନ:-ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ।ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗମିଳିବ।ଅଫିସରେ କୌଣସି ଖୁସି ଖବରମିଳିବ।ପ୍ରେମବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:- କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି।ଧର୍ମସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ।ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ।ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ।

ଭଲ ନିଦ ହେଉନାହିଁ କି? ବାସ୍ତୁଅନୁସାରେ ଶୋଇବାଘରେ ରଖନ୍ତୁ ଏହିସବୁ ଗଛ…
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଆବଶ୍ୟକ। ବ୍ୟସ୍ତବହୁଳ ଜୀବନରେ ଭଲ ନିଦ ହେବା ପାଇଁ ଲୋକେ ଅନେକ ଉପାୟ ଆପଣାଇଉଛନ୍ତି। ଚିକିତ୍ସା ବିଜ୍ଞାନୀଙ୍କ ମତରେ ଆବଶ୍ୟକ ନିଦ ନ ହେବା ଏକ ପ୍ରକାର ରୋଗ। ଲମ୍ୱା ସମୟ ଧରି ନିଦ ନ ହେବା ଯୋଗୁ ଜଣେ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼େ। ଭଲ ନିଦ ପାଇଁ ଚିକିତ୍ସା ବିଜ୍ଞାନରେ ଅନେକ ଉପାୟ ଥିବା ବେଳେ ବାସ୍ତୁଶାସ୍ତ୍ରରେ ମଧ୍ୟ ଏନେଇ କିଛି ଉପାୟ କୁହାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ଭଲ ନିଦ ପାଇଁ ବେଡ୍‌ ରୁମ୍‌ରେ କିଛି ଗଛ ରଖିବାକୁ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ କେଉଁ ୬ଟି ଗଛ ବିଷୟରେ କୁହାଯାଇଛି।
୧. ଶୋଇବା ଘରେ ମଲ୍ଲୀ ଗଛ ଲଗାଇଲେ ଭଲ ନିଦ ହୋଇଥାଏ। ଏହାବ୍ୟତୀତ ମଲ୍ଲୀ ଫୁଲର ସୁଗନ୍ଧରେ ଭଲ ନିଦ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
୨- ବେଡ୍‌ ରୁମ୍‌ରେ ଲାଭେଣ୍ଡର ଗଛ ରଖିପାରିବେ। ଏହା ଦ୍ୱାରା ନିଦ୍ରାଜନିତ ସମସ୍ୟା ଦୂର ହୋଇଥାଏ। ଏହି ଫୁଲର ବାସ୍ନା ମନକୁ ଶାନ୍ତ ରଖେ। ଏହା ସହିତ ଏହି ଫୁଲରେ ଯନ୍ତ୍ରଣା ନିବାରଣର ସମସ୍ତ ଗୁଣ ରହିଛି।
୩- ଗାର୍ଡେନିଆ ନାମକ ଫୁଲ ଗଛକୁ ଆପଣ ବେଡ୍‌ରୁମ୍‌ରେ ରଖିପାରିବେ। ଏହି ଫୁଲର ସୁଗନ୍ଧ ମସ୍ତିଷ୍କକୁ ଶାନ୍ତ କରିଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ ଏହି ଫୁଲକୁ ବେଡ୍‌ରୁମ୍‌ରେ ରଖିଲେ ଭଲ ନିଦ ହୋଇଥାଏ।
୪- ସ୍ନେକ ପ୍ଲାଣ୍ଟକୁ ମଧ୍ୟ ଆପଣ ନିଜ ବେଡ୍‌ ରୁମ୍‌ରେ ରଖିପାରିବେ। ଏହି ଗଛ ଦୂଷିତ ପବନକୁ ନିଜ ଆଡ଼କୁ ଟାଣି ନେଇଥାଏ। ଏଥିପାଇଁ ଏହି ଗଛକୁ ବେଡ୍‌ ରୁମ୍‌ରେ ରଖିଲେ ଭଲ ନିଦ ହୋଇଥାଏ।
୫- ଆପଣ ଏଲୋଭେରା ବା ଘିକୁଆଁରୀ ଗଛକୁ ବେଡ ରୁମ୍‌ରେ ରଖିପାରିବେ। ଏହି ଗଛର ଅନେକ ଔଷଧୀୟ ଗୁଣ ରହିଛି। ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହାକୁ ଶୋଇବା ଘରେ ରଖିଲେ ଘରର ପରିବେଶ ଶୁଦ୍ଧ ରହିଥାଏ ଏବଂ ଭଲ ନିଦ ମଧ୍ୟ ହୋଇଥାଏ।
୬- ବାସ୍ତୁ ବିଜ୍ଞାନୀଙ୍କ ମତରେ, ଆପଣ ବାଉଁଶ ଗଛକୁ ବେଡ୍‌ ରୁମ୍‌ରେ ରଖିପାରିବେ। ଏହା ଦ୍ୱାରା ଘରର ପରିବେଶ ଶୁଦ୍ଧ ରହିଥାଏ। ପରିବେଶରେ ଥିବା କାର୍ବନ୍‌ ମନୋକ୍ସାଇଡ୍‌ ଏବଂ ବେଞ୍ଜିମ୍‌ ପରି କ୍ଷତିକାରକ ତତ୍ତ୍ୱକୁ ମଧ୍ୟ ଏହା ନଷ୍ଟ କରିଥାଏ। ପରିଣାମ ସ୍ୱରୂପ ଭଲ ନିଦ ହୋଇଥାଏ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.