ଆଜିର ରାଶିଫଳ

ଜାଣନ୍ତୁ କେଉଁ ଦିନ କି ପ୍ରକାର ଜିନିଷ କିଣିବା ହୋଇଥାଏ ଶୁଭ...

0 110

ଅକ୍ଟୋବରମାସ ୦୧ତାରିଖ ୨୦୨୪ମସିହା (ମଙ୍ଗଳବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୯/୩୩ ଗତେ ଅମାବାସ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୩୨/୫୬,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୩୩ ଗତେ ଐଶାନ୍ୟେ,ଚତୁର୍ଦ୍ଦଶୀର ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେହେବ,ବୃଷରାଶିର ଘାତଚନ୍ଦ୍ର, ମକର ରାଶି ର ଘାତବାର,କାଳବେଳା -ଦିବା ଘ୦୧/୦୨ ଗତେ ଘ୦୨/୩୨ମଧ୍ୟେ,ବାରବେଳା – ଦିବା ଘ୦୭/ ୧୨ ଗତେ ଘ୦୮/୪୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବାଘଘ୦୬/୩୨ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧ /୨୦ମଧ୍ୟେ ଓ ରାତ୍ରି ଘ୦୭/୫୩ଗତେ ଘ୧୧/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ସନ୍ଧ୍ୟା ଘ୦୫/୩୩ଗତେ ଘ୦୭/୫୦ମଧ୍ୟେ,ବିରି ଭକ୍ଷଣ ନିଷେଧ।
ମେଷ-ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ ।ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।
ବୃଷ-ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ ।କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବ୍ୟାପାରରେ ନୂତନନିବେଶ ଶୁଭରହିବ। ପରିବାର ରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
ମିଥୁନ- ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।
କର୍କଟ-ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ।ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ।
ସିଂହ- ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦ ମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ।
କନ୍ୟା-ଆଜି ଶତ୍ରୁ ପରାଜୟ ହୋଇପାରେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ | ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
ତୁଳା-ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ ।ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀ ଙ୍କ ସହ ବାକବିତଣ୍ଡା ହୋଇପାରେ । ବ୍ୟାପାରରେ ହାନି ହୋଇପାରେ ।ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।
ବିଛା-ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ ।କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ ।ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ।ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
ଧନୁ- ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ ।ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ।କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ ।ବ୍ୟାପାରରେ ଦିନଟି ମଧ୍ୟମ ରହିବ।ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ।
ମକର -ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ। ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ।ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ।ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ।
କୁମ୍ଭ-ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ ।କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ନିବେଶ ଶୁଭ ରହିବ ।ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ ।
ମୀନ- ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ | ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁନାହିଁ ।କାର୍ଯ୍ୟ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।ବ୍ୟାପାରରେ ବାଧା ଆସିପାରେ।ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ।

ଜାଣନ୍ତୁ କେଉଁ ଦିନ କି ପ୍ରକାର ଜିନିଷ କିଣିବା ହୋଇଥାଏ ଶୁଭ…
ହିନ୍ଦୁଧର୍ମରେ ସପ୍ତାହର ସାତଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ିହୋଇ ରହିଛି । ତେଣୁ ବାରସହ ଯେଉଁଠାକୁରଙ୍କ ସମ୍ପର୍କଥାଏ, ସେଦିନ ସେହିଠାକୁରଙ୍କ ପ୍ରିୟଜିନିଷ କିଣିଲେ ଶୁଭହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସକରିଥାନ୍ତି।ଅବଶ୍ୟ ତାରଅର୍ଥ ନୁହେଁ ଯେ, ଜରୁରୀ ପରିସ୍ଥିତିରେବି ଆମେ ଶୁଭ-ଅଶୁଭ ଦେଖିବା।ଜାଣିବା, କେଉଁଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ।
ସୋମବାର:-ଏହିଦିନ ଭଗବାନଶିବଙ୍କର ଦିନ ।ତେଣୁ ସୋମବାରରେ କମ୍ପ୍ୟୁଟର,ବହିପତ୍ର,ମୋବାଇଲ୍‌ କିମ୍ବା କୌଣସିପ୍ରକାରର ଷ୍ଟେସନାରୀ ଜିନିଷକିଣିବା ଉଚିତ୍‌ ନୁହେଁ।ଏହିଦିନ ଚାଉଳ, କ୍ଷୀରଜାତୀୟ ଜିନିଷ ଓ ବାସନକୁସନ କିଣିବା ଲାଭଦାୟକ ହୋଇଥାଏ।
ମଙ୍ଗଳବାର:-ଏହିଦିନ ଭଗବାନହନୁମାନଙ୍କୁ ଆରାଧାନା କରାଯାଏ। ତାଙ୍କର ପ୍ରିୟରଙ୍ଗ ହେଉଛିଲାଲ।ତେଣୁ ଏହିଦିନ ଲାଲରଙ୍ଗର ଜିନିଷ କିଣିବା ଶୁଭ ହୋଇଥାଏ। କିନ୍ତୁ ଏହିଦିନ ଜୋତା କିମ୍ବା ଲୁହାଜିନିଷ କିଣିବାରୁ ଯଥାସମ୍ଭବ ଦୂରେଇରୁହନ୍ତୁ।
ବୁଧବାର:-ବୁଧବାର ଭଗବାନଗଣେଶ ଓ ବିଦ୍ୟାଦେବୀ ସରସ୍ୱତୀଙ୍କଦିନ ।ତେଣୁ ଏହିଦିନ ଚାଉଳ,ଔଷଧ,ବାସନ ଓ ଆକ୍ୱାରିୟମକିଣିବା ଉଚିତ୍‌ ନୁହେଁ। କିନ୍ତୁ ଏହିଦିନ ଷ୍ଟେସନାରୀ କିମ୍ବା କଳାସହ ସମ୍ବନ୍ଧିତବସ୍ତୁ କିଣିବା ଶୁଭ ହୋଇଥାଏ।
ଗୁରୁବାର:-ଏହିଦିନ ଚଷମା, ଦକାଜଲ,ବାସନ କିଣିବା ଅଶୁଭହୋଇଥାଏ।କିନ୍ତୁ ଇଲୋକ୍‌ଟ୍ରୋନିକ ଜିନିଷ,ସମ୍ପତ୍ତି,କପଡ଼ା ଓ ଫର୍ଣ୍ଣିଚରଆଦି ଜିନିଷ କିଣିପାରିବେ।
ଶୁକ୍ରବାର:-ଶୁକ୍ରବାରଦିନ ଇଲୋକ୍‌ଟ୍ରୋନିକ୍‌ ଜିନିଷ, ସମ୍ପତ୍ତି କିଣିବା ଭଲନୁହେଁ। କିନ୍ତୁ ସୌନ୍ଦର୍ଯ୍ୟସମ୍ବଦ୍ଧିତ ଜିନିଷ, ପୂଜାପାଠ ଜିନିଷ, ସୁନାଗହଣା କପଡ଼ା କିଣିବା ଶୁଭ ହୋଇଥାଏ।
ଶନିବାର:-ଏହିଦିନଟି ଶନିଦେବଙ୍କୁ ସମର୍ପିତ ହୋଇଛି।ଏହିଦିନରେ ଲୁଣ,ଚମଡ଼ାଜିନିଷ, ଲାଲ୍‌ କପଡ଼ା, ସୋରିଷତେଲ କିଣିବା ଉଚିତ୍‌ ନୁହେଁ। ବରଂ ଏଇଦିନରେ ଫର୍ଣ୍ଣିଚରକିଣିବା ଶୁଭ ହୋଇଥାଏ।
ରବିବାର:-ରବିବାରଦିନ ଲୁହା କିମ୍ବା ସେସମ୍ବନ୍ଧୀୟ କୌଣସିଜିନିଷ କିଣିବା ଅଶୁଭହୋଇଥାଏ। ଏହିଦିନ ନାଲିରଙ୍ଗର ଜିନିଷ କିଣିଲେ ଶୁଭ ।
!!ଜୟଜଗନ୍ନାଥ, ଜୟସୋମନାଥ ,ଜୟମାଯୋଗମାୟା!!

Leave A Reply

Your email address will not be published.