ସେପ୍ଟେମ୍ବରମାସ ୨୭ତାରିଖ ୨୦୨୪ମସିହା (ଶୁକ୍ରବାର),ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ୦୧/୩୦ଗତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/ ୨୬,ଯୋଗିନୀ ଉତ୍ତରେ ଦିବା ଘ୦୧/୩୦ ଗତେ ଅଗ୍ନିକୋଣେ, ଦଶମୀର ଏକୋଡ଼ିଷ୍ଟଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛା,ଧନୁ ଓ ମୀନରାଶିର ଘାତବାର, କାଳବେଳା ଓ ବାରବେଳା -ଦିବା ଘ୦୮/୩୮ ଗତେ ଘ୧୧/୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୩୦ ମଧ୍ୟେ ଓ ଘ୦୭/୧୨ ଗତେ ଘ୦୮/୩୭ ମଧ୍ୟେ ଓ ଘ୧୨/୦୫ଗତେ ଘ୦୩/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ କଳମଶାଗ ଦିବା ଘ୦୧/୩୦ ଗତେ ଶିମ୍ବ ଭକ୍ଷଣ ନିଷେଧ।
ମେଷ:-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
ବୃଷ:-ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
ମିଥୁନ:-ଦିନଟି ଠିକ୍ଠାକ୍ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ।ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସିରହିବେ।ବ୍ୟବସାୟରେ ନିଜଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ।ମହିଳାଙ୍କର ଅଫିସରେ ଉନ୍ନତିହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।
ସି˚ହ:-ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍ କରିବେ।ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
କନ୍ୟା:-ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।
ତୁଳା:-ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।
ବିଛା:-ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
ଧନୁ:-ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତହେବ।ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।
ମକର:-ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।
କୁମ୍ଭ:-ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ:-ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।
ମନର ଏକାଗ୍ରତାକୁ ବଢ଼ାଇବାରେ ସହାୟକ ହୋଇଥାଏ ତିଳକ-ହିନ୍ଦୁ ଧର୍ମରେ ଯେ କୌଣସି ପୂଜା ପାଠ ଅଥବା ମାଙ୍ଗଳିକ କାର୍ୟ୍ୟ ବେଳେ ଆମେ ସିନ୍ଦୂର ତିଳକ ଲଗାଇଥାଉ। ଏହା ଆମ ସଂସ୍କୃତିରେ ବହୁତ ଶୁଭ ବୋଲି ଧରାଯାଏ। ପୂଜା ଥାଳିରେ ଥିବର ସିନ୍ଦୂରର କେବଳ ଧାର୍ମିକ ମହତ୍ତ୍ୱ ନ ଥାଏ। ଏହା ପଛରେ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ତାହାଲେ ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ ବିଷୟରେ।
ବୈଜ୍ଞାନିକ ମହତ୍ୱ-ପୂଜାରେ ବ୍ୟବହାରହେଉଥିବା ସିନ୍ଦୂର ଏକପ୍ରକାର ଔଷଧମଧ୍ୟ। ଯାହାକୁ ଆର୍ୟୁବେଦରେ ତ୍ୱଚା ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ।ମୁଣ୍ଡରେ ଲଗାଉଥିବା ସିନ୍ଦୂରତିଳକ କେବଳ ସୌନ୍ଦର୍ୟ୍ୟ ବୃଦ୍ଧି କରେନାହିଁ, ଏହା ଆମମନର ଏକାଗ୍ରତାକୁ ବି ବଢ଼ାଇଥାଏ।
ଷୋଳଶୃଙ୍ଗାର ସହ ଜଡ଼ିତ ତିଳକ-ଷୋଳଶୃଙ୍ଗାର ସହ ଜଡ଼ିତତିଳକ ସୁନ୍ଦରତାବଢ଼ାଇବା ସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ। ସୌଭାଗ୍ୟକୁ ବଢ଼ାଉଥିବା ସିନ୍ଦୂର ଆମ ଜୀବନରେ ବିଶେଷ ମହତ୍ତ୍ୱ ରଖିଥାଏ। କେବଳ ତିଳକ ନୂହେଁ, ମଥାରେ ଲାଲ୍ ବିନ୍ଦି ଲଗାଇବା ମଧ୍ୟ ଶୁଭ ବୋଲି ଧରାଯାଏ। ଲାଲ୍ ରଙ୍ଗ ଉତ୍ସାହ, ଶୁଭ ଏବଂ ସାହସର ପ୍ରତୀକ ହୋଇଥାଏ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!