ଭୁବନେଶ୍ବର,୨୩/୯(ଏସଏସନିଉଜ) ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଛନ୍ତିଏଣିକି ‘ନମସ୍ତେ’ ବି ଲୋକାଲରୁ ଗ୍ଲୋବାଲ ହୋଇଗଲାଣି।ଆପଣଙ୍କ ଭଲପାଇବା ମୋପାଇଁ ସବୁଠୁ ବଡ଼ ସୌଭାଗ୍ୟ ଯେତେଥର ଆମେରିକା ଆସିଛି, ଅପାର ସ୍ନେହ ପାଇଛି।ଆଜି ଭାରତ 6G ଉପରେ କାମକରୁଛି।ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି।ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ବ ଦେଲୁ।ହଜାରହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି ବୋଲି କହିଛନ୍ତି ମୋଦି।ମେଡ୍ ଇନ୍ ଇଣ୍ଡିଆ ଆଜି ବିଶ୍ବର ସବୁଠୁ ବଡ଼ ବ୍ରାଣ୍ଡ।ଦେଶର UPI ପୂରା ବିଶ୍ବକୁ ଆକର୍ଷିତ କରୁଛି- ମୋଦି।ଏକବିଂଶଶତାବ୍ଦୀର ଭାରତ ଶିକ୍ଷା, ସ୍କିଲ ସହଯୋଗରେ ଆଗକୁ ବଢୁଛି।୧୦ ବର୍ଷରେ IIT ସଂଖ୍ୟା ୯ରୁ ବଢ଼ି ୨୫ ହୋଇଛି।କରୋନା ସମୟରେ ୧୫୦ ଦେଶକୁ ଔଷଧ ଓ ଟିକା ପଠାଇଛୁ ବୋଲି କହିଛନ୍ତି।