ସେପ୍ଟେମ୍ବରମାସ ୨୨ତାରିଖ ୨୦୨୪ ମସିହା (ରବିବାର)ଆଶ୍ୱିନମାସ- କୃଷ୍ଣପକ୍ଷ,
ତିଥି-ପଞ୍ଚମୀ ଦିବା ଘ୦୩/୪୬ଗତେ ଷଷ୍ଠୀ,ନକ୍ଷତ୍ର- କୃତ୍ତିକା ରାତ୍ରି ଘ୧୧/୪୦ଗତେ ରୋହିଣୀ,
ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୨୯,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୧୦,
ଯୋଗିନୀ ଦକ୍ଷିଣେ ଦିବା ଘ୦୩/୪୫ ଗତେ ପଶ୍ଚିମେ,ପଞ୍ଚମୀର ସାମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛାରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୦୯ଗତେ ଘ୦୧/୧୦ ମଧ୍ୟେ,
ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୨୬ ଗତେ ଘ୦୮/୫୦ ମଧ୍ୟେ ଓ ଘ୦୧/୧୧ ଗତେ ଘ୦୩/୧୭ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୪ ଗତେ ଘ୦୪/୫୩ ମଧ୍ୟେ,ଅଦ୍ୟ ବେଲ ଦିବା ଘ୦୩/୪୫ ଗତେ ନିମ୍ବ ଭକ୍ଷଣ ନିଷେଧ।
ମେଷ:-ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀହେବେ। ଅର୍ଥ ମିଳିବ।ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!
ହିନ୍ଦୁଧର୍ମରେ ପିଣ୍ତଦାନର ପରଂପରା ବେଦକାଳରୁ ପ୍ରଚଳିତ ଅଛି । ମରିବା ପରେ ପିଣ୍ତଦାନ କରାଯାଏ । ଦଶଦିନ ପର୍ଯ୍ୟନ୍ତ ଦିଆଯିବା ପିଣ୍ତରେ ଶରୀର ତିଆରି ହୁଏ । କ୍ଷୁଦା ର ଜନ୍ମ ହେବାକ୍ଷଣି ଏକାଦଶ ଓ ଦ୍ବାଦଶ ଦିନ ସୁକ୍ଷ୍ମଜୀବ ଶ୍ରାଦ୍ଧ ଭୋଜନ କରେ । ଏପରି ମାନ୍ୟତା ରହିଛି ଯେ ତ୍ରୟୋଦଶ ଦିନ ଯମଦୂତଙ୍କ ଆଦେଶ ଅନୁସାରେ ଯମଲୋକଚାଲିଯାଏ । ପିତୃଗଣଙ୍କ ମୋକ୍ଷପାଇଁ ଏହା ଏକ ଅନିବାର୍ଯ୍ୟ ପରଂପରା ଏବଂ ଏହାର ବହୁତ ଅଧିକ ଧାର୍ମିକମହତ୍ତ୍ଵ ରହିଛି । ପିଣ୍ତଦାନପାଇ ପିତୃଗଣ ପ୍ରସନ୍ନହୋଇ ସୁଖ ସମୃଦ୍ଧିର ଆଶୀର୍ବାଦଦେଇ ପିତୃଲୋକକୁ ଫେରିଯାଆନ୍ତି। ଯେଉଁ ପୁତ୍ର ଏହିକାର୍ଯ୍ୟ କରେନାହିଁ, ତାହାର ପିତୃଗଣ ତାକୁ ଶାପ ମଧ୍ୟ ଦେଇଦିଅନ୍ତି । କୁହାଯାଏ ସର୍ବପ୍ରଥମେ ସତ୍ୟଯୁଗରେ ବ୍ରହ୍ମଦେବ ଗୟାରେ ପିଣ୍ତଦାନ କରିଥିଲେ । ସେହିଦିନଠାରୁ ଏହି ପରଂପରା ରହିଛି।