ଭୁବନେଶ୍ୱର,୧୩/୯(ଏସଏସନିଉଜ)ବିବାହ ନାଁରେ ଏକାଧିକ ମହିଳାଙ୍କୁ ଠକେଇ କରିଥିବା ରିସିକିଆ ପ୍ରେମିକକୁ ଧରିଲା କ୍ରାଇମବ୍ରାଞ୍ଚ।ଅଭିଯୁକ୍ତ ହେଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ରଥ। ମହିଳା ମାନଙ୍କୁ ଫସେଇବା ପାଇଁ ସୋସିଆଲ ମିଡ଼ିଆରେ ଖୋଲିଥିଲା ଫେକ ଆକାଉଣ୍ଟ। ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ କରୁଥିଲା ଠକେଇ ।ଭିଡିଓ କଲରେ ଅଶ୍ଳୀଳକଥା ହୋଇ ସ୍କ୍ରିନସଟ ରଖି କରୁଥିଲା ବ୍ଲାକମେଲ।ମାଟ୍ରିମୋନି ଆଲ ସାଇଡରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ। କେତେବେଳେ ନିଜକୁ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକସାଇଜ ଅଧିକାରୀ କହୁଥିଲା। ମଧ୍ୟ ବୟସ୍କା ମହିଳା ମାନଙ୍କୁ ଟାର୍ଗେଟ କରୁଥିଲା ବିରଞ୍ଚି ।
ଯେଉଁଥିରେ ଥିଲେ ଅବିବାହିତ, ଛାଡ଼ପତ୍ର, ବିଧବା ମହିଳା। ସେମାନଙ୍କୁ ମେଟ୍ରିମୋନିଆଲ ସାଇଡରେ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲା। ଏପରିକି ଯେଉ ମହିଳା ମାନଙ୍କର ପିଲାଛୁଆ ଥିଲେ ସେମାନଙ୍କୁ ନିଜର କରିବାକୁ କହି ନିକଟତର ହେଉଥିଲା ।ଯେଉଁମାନ ଙ୍କୁ ବିବାହ ପ୍ରସ୍ତାବ ଦେଉଥିଲା ସେମାନଙ୍କୁ ଚାକିରି ଦେବାପାଇଁ ପ୍ରତିଶୃତି ଦେଉଥିଲା।ଅନେକ ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲା।ବିବାହପରେ ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟକରୁଥିଲା ଅଭିଯୁକ୍ତ। ଆଉକିଛି ମହିଳାଙ୍କୁ ଭିଡିଓ କଲରେ ଅଶ୍ଳୀଳ କଥାହୋଇ ସ୍କ୍ରିନସଟ ରଖି ବ୍ଲାକମେଲ କରୁଥିଲା। ସେମାନଙ୍କୁ ଟଙ୍କା,ସୁନା ଗହଣା ମାଗୁଥିଲା। ନଦେଲେ ସୋସିଆଲ ମଡ଼ିଆରେ ଭିଡ଼ିଓ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲା।
୨୦୨୨ରେ ଏନେଇ କଟକର ଜଣେ ମହିଳା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ।ଅଭିଯୁକ୍ତ ଜଣକ ପ୍ରଭାକର ଶ୍ରୀ ବାସ୍ତବ। ନିଜକୁ TTI କହି ବିବାହ ନାଁରେ ଠକିଥିଲା। ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ୩୨ଗ୍ରାମ ସୁନା ନେଇଥିଲା ଠକ।
କେବଳ ଓଡିଶାନୁହେଁ ରାଜସ୍ଥାନ,ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ,ହରିଆଣା ଓ ଦିଲ୍ଲୀରେ ତା ନାଁରେ ମାମଲାଥିବା ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତଠାରୁ ଅନ୍ତରଙ୍ଗମୁହୂର୍ତ୍ତରଫୋଟ,ଭିଡ଼ିଓ,ଫେକ ଆଇଡିକାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ।
Prev Post
Next Post