ଜଟଣୀ ,୧୨ା୯(ଏସଏସନିଉଜ)ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କରନ ଅଗ୍ରୱାଲଙ୍କ ଅଭିଯୋଗ ଭିତ୍ତିରେ ୩୪୪ା୨୪କେସନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ସହ ବଛିରାପାଟଣା ଜଗନ୍ନାଥବିହାରର ରବିନ୍ଦ୍ରପୃଷ୍ଟି(ବିଟୁ)ନାମକ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାରରେ “ମା ଦୁର୍ଗା ଷ୍ଟୋର” ନାମରେ ଏକ ଗ୍ରୋସରୀ ଦୋକାନ ଅଛି । କରନ ଅଗ୍ରୱାଲଙ୍କ ଦୋକାନରେ ପୂର୍ବରୁ ରବିନ୍ଦ୍ର କାମ କରୁଥିଲେ । ମଝିରେ ଏକ ଲୋନ ଶୁଝିବା ଲାଗି ସେ କରନଙ୍କୁ କିଛି ଟଙ୍କା ମାଗିଥିଲେ ମଧ୍ୟ, କରନ ଟଙ୍କା ଦେବା ଲାଗି ମନା କରିଦେଇଥିଲେ । ଘଟଣା ଦିନ ଗତ ତା.୦୫.୦୯.୨୦୨୪ ରିଖ ରାତିରେ କରନ ଏବଂ ଦୋକାନର କର୍ମଚାରୀ ମାନେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିବା ବେଳେ, ବିଳମ୍ବିତ ରାତିରେ ରବିନ୍ଦ ଦୋକାନ ବାଲକୋନୀରେ ଲାଗିଥିବା କାଚ ଝରକା ଭାଙ୍ଗି ଦୋକାନ ଭିତରେ ପଶିବା ସହିତ ଟଙ୍କା ବାକ୍ସରୁ ୨୫,୦୦୦ ଟଙ୍କା ଚୋରିକରି ନେଇଯାଇଥିଲେ । ପରଦିନ ଅର୍ଥାତ ତା.୦୬.୦୯.୨୦୨୪ ରିଖ ସକାଳେ ଦୋକାନରୁ ଟଙ୍କା ଚୋରୀ ହୋଇଥିବା ଜାଣିବା ପରେ କରନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ, ଏବଂ ପୂର୍ବରୁ ତାଙ୍କ ଦୋକାନରେ କାମ କରୁଥିବା କର୍ମଚାରୀ ବିଟୁ ଏହି ଟଙ୍କା ଚୋରୀକରିଥିବା ଜାଣିବାକୁ ପାଇଥିଲେ । ପରେ ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କରନଙ୍କ ଅଭିଯୋଗ ଆଧାରରେ, ପୁଲିସ ୩୪୪ା୨୪କେସନଂରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ରବିନ୍ଦଙ୍କୁ ଆଇଓସିଏଲ ନିକଟରୁ ଗିରଫ କରିଥିଲେ । ଛାନଭିନ ସମୟରେ ପୁଲିସ ରବିନ୍ଦଙ୍କ ନିକଟରୁ ଚୋରୀଯାଇଥିବା ଟଙ୍କାରୁ ମାତ୍ର ୭,୫୦୦ ଟଙ୍କା ଜବତ କରିଥିବା ବେଳେ, ବାକି ଟଙ୍କାକୁ ସେ ସାଙ୍ଗ ମାନଙ୍କ ସହ ମିଶି ଖର୍ଚ୍ଚ କରିଦେଇଥିବା ସ୍ଵୀକାର କରିଥିଲେ । ରବିନ୍ଦଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ୪ଗୋଟି ଭିନ୍ନ ଅପରାଧିକ ମାମଲାମାନ ରହିଥିବା ତଦନ୍ତ ବେଳେ ପୁଲିସ ଜାଣିବକୁ ପାଇଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ଦୋକାନରୁ ଚୋରିକରି ଧରାହେଲେ ରବିନ୍ଦ୍ର
Prev Post