ଆଜିର ରାଶିଫଳ

ଦେବୀପୁରାଣରେ ୫୧ଟି ଶକ୍ତିପୀଠ...

ସେପ୍ଟେମ୍ବରମାସ ୦୪ତାରିଖ୨୦୨୪ ମସିହା (ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ୦୯/୪୫ଗତେଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭ /୦୨,ଯୋଗିନୀପୂର୍ବେ ଦିବା ଘ୦୯/୪୫ ଗତେ ଉତ୍ତରେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ମୃତେ ଦିବା ୦୯/୪୬ ଗତେ ଦ୍ଵୀପାଦ ପୁଷ୍କର ଦୋଷ, କାଳବେଳା -ଦିବା ଘ୦୮/୪୦ ଗତେଘ ୧୦/୧୩ ମଧ୍ୟେ,ବାରବେଳା – ଦିବା ଘ୧୧/୪୪ ଗତେ ଘ୦୧/୧୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୧୩ ମଧ୍ୟେ ଓ ଘ୦୧/୧୮ ଗତେ ଘ୦୧/୩୮ ମଧ୍ୟେ ଓ ରାତ୍ରି ଘ୦୬/୪୦ ଗତେ ଘ୦୯/୦୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୦ ଗତେ ଘ୦୫/୩୮ ମଧ୍ୟେ ଓ ଘ୦୯/୦୫ ଗତେ ଘ୧୦/୪୦ ମଧ୍ୟେ,ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ-ଆଜି ପରିବହନ ତଥା ବାଣିଜ୍ୟ,ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ ।କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତିକ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାରଅନ୍ତ ଘଟିବ।ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
ବୃଷ-ଆଜି କର୍ମକ୍ଷେତ୍ରରେ ସହ କର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭକରିବେ।ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇପାରେ ପ୍ରତିଯୋଗିତାରେ ସଫଳତାପାଇବେ ।କୌଣସିଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
ମିଥୁନ-ଆଜି ନୂତନକର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ ।ପ୍ରତ୍ୟେକକ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ ।ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
କର୍କଟ-ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ ।ବିଶେଷ ଭ୍ରମଣଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦରକାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ।ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
ସିଂହ-ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
କନ୍ୟା-ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟାଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
ତୁଳା-ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକଭାବରେ ବିବ୍ରତ ହୋଇପାରନ୍ତି।ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
ବିଛା-ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କପାଇଁ ସମସ୍ୟାକୁ ବଢ଼ାଇଦେବ।
ଧନୁ-ଆଜି ଅତୀତସ୍ମୃ ତି ରୋମନ୍ଥନ କରି ମାନସିକଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟଏକ କାରଣ ହୋଇପାରେ।ଆପଣଙ୍କକାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନଭାବପୋଷଣ କରିପାରେ।
ମକର-ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋରବାକ୍ୟ ନିଜ ଲୋକ ମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ-ଆଜି ନୀଚବ୍ୟକ୍ତିଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।ନିକଟସମ୍ପର୍କୀୟମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକକାମକୁ ନିର୍ବିଘ୍ନରେ ସମାପନ କରିପାରିବେ ।ପରିବାରର ଆବଶ୍ୟକତା ପୂରଣ କରିବାସକାଶେ ଧାରଉଧାରକରିବାକୁ ପଡ଼ିପାରେ।
ମୀନ-ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ।

ଦେବୀପୁରାଣରେ ୫୧ଟି ଶକ୍ତିପୀଠ…
ଦେବୀପୁରାଣରେ ୫୧ଟି ଶକ୍ତିପୀଠ ରହିଛି , ସେଥିମଧ୍ୟରୁ କେତେକଶକ୍ତିପୀଠ ବିଦେଶରେମଧ୍ୟରହିଛି ।ଭାରତରେ ୪୨ଟିଶକ୍ତିପୀଠ ଥିବାବେଳେ ପାକିସ୍ତାନରେ ୧ଟି, ବାଂଲାଦେଶରେ୪ଟି, ଶ୍ରୀଲଙ୍କାରେ୧ଟି, ତିଵବତରେ୧ଟି ଓ ନେପାଳରେ ୨ଟିଶକ୍ତିପୀଠ ରହିଛି ।ମାଙ୍କ ୫୧ଟି ମୁଖ୍ୟ ଶକ୍ତିପୀଠ ଵ୍ୟତୀତ ଆହୁରି ଶକ୍ତିପୀଠ ମଧ୍ୟ ରହିଛି ।ମାତାଜଗଦମ୍ଵା ରାଜା ପ୍ରଜାପତିଦକ୍ଷଙ୍କ ଝିଅ ମାସତୀ ରୂପେ ଜନ୍ମଗ୍ରହଣ ହୋଇଥିଲେ । ପିତାଙ୍କ ଅରାଜିସତ୍ତ୍ୱେ ଭଗବାନଶିଵଙ୍କୁ ବିଵାହକରିଥିଲେ ମାସତୀ ।ରାଜାଦକ୍ଷ ଏକଯଜ୍ଞ ଆୟୋଜିତ କରିଥିଲେ ।ଭଗବାନଶଙ୍କର ଓ ମା ସତୀଙ୍କୁ ଏହି ଯଜ୍ଞକୁ ସେ ନିମନ୍ତ୍ରଣକରିନଥିଲେ ।ମାତାସତୀ ଭଗବାନଶଙ୍କରଙ୍କ ଵାରଣସତ୍ତ୍ୱେ ଯଜ୍ଞସ୍ଥଳକୁଗଲେ ।ଦକ୍ଷ ପ୍ରଜାପତି ସତୀଙ୍କ ସାମ୍ନାରେ ଶଙ୍କରଙ୍କର ଅପମାନିତକଲେ , ମାତା ସ୍ଵାମୀଙ୍କ ଅପମାନିତ ସହ୍ୟକରିନପାରି ଯଜ୍ଞକୁଣ୍ତରେ ଝାସଦେଲେ ।ଭଗବାନଶଙ୍କର ଏହା ଜାଣିବାପରେ କ୍ରୋଧରେ ତାଙ୍କର ତୃତୀୟନୟନ ଖୋଲିଗଲା ।ସର୍ଵତ୍ର ପ୍ରଳୟଙ୍କରୀ ଦେଖାଦେଲା ।ଭଗବାନଶଙ୍କରଙ୍କ ଆଦେଶରେ ବୀରଭଦ୍ର ଦକ୍ଷଙ୍କମୁଣ୍ଡକୁ କାଟିଦେଲେ ।ଭଗବାନଶିଵଙ୍କ ଯଜ୍ଞକୁଣ୍ତରୁ ସତୀଙ୍କ ପାର୍ଥିବଶରୀରକୁ ଆଣି କାନ୍ଦରେଧରି ତାଣ୍ଡବଲୀଳା ନୃତ୍ୟକଲେ ।ନୃତ୍ୟର ପ୍ରଖର ଏପରିଥିଲାଯେ ମାଙ୍କ ଵିଭିନ୍ନଅଙ୍ଗ ଓ ଭୂଷଣ ଛିଡିପଡ଼ିଥିଲା ପୃଥିବୀର କୋଣଅନୁକୋଣରେ ।ଯେଉଁଯେଉଁ ସ୍ଥାନରେପଡ଼ିଲା ସେହି ସ୍ଥାନମାନଙ୍କରେ ଗୋଟିଏଗୋଟିଏ ଶକ୍ତିପୀଠ ସୃଷ୍ଟିହେଲା ।ଶକ୍ତିପୀଠଗୁଡିକ ହେଲା-
୧-ବିମଳା ଓ ବିରଜା ଓଡ଼ିଶାର ପୁରୀ ଓ ଯାଜପୁରରେ ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର ନାଭି ପଡିଥିଲା
୨-କିରୀଟପଶ୍ଚିମବଙ୍ଗ ହୁଗୁଳିନଦୀ ତଟରେ କିରୀଟଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର ମୁକୁଟ ପଡ଼ିଥିଲା
୩-କାତ୍ୟାୟନୀ ମଥୁରାରେ ଏହି ଶକ୍ତିପୀଠ ରହିଛି ।ଏଠାରେ ମା’ଙ୍କର କେଶ ପତିତ ହୋଇଥିଲା ।
୪-କରବୀର ମହାରାଷ୍ଟ୍ରର କେହ୍ଲାପୁରରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମା’ଙ୍କର ତ୍ରିନେତ୍ର ପଡିଥିଲା ।
୫-ଶ୍ରୀପର୍ଵତ କାଶ୍ମୀରର ଲଦାଖରେ ଏହିଶକ୍ତିପୀଠ ଅବସ୍ଥିତ ।ଏଠାରେ ମା’ଙ୍କର ବାମ କାନ ପଡ଼ିଥିଲା
୬-ବିଶାଳାକ୍ଷୀ ଉତ୍ତରପ୍ରଦେଶର ବାରାଣସୀରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମା’ଙ୍କର ଡାହାଣ କାନ ପଡ଼ିଥିଲା ।
୭- ଗୋଦାବରୀ ତଟ ଆନ୍ଦ୍ରପ୍ରଦେଶର ଗୋଦାବରୀ ତଟରେ ଏହି ଶକ୍ତିପୀଠ ଅଵସ୍ଥିତ ଏଠାରେ ମା’ଙ୍କର ଵାମ ଗାଲ ପଡିଥିଲା ।
୮-ସୁଚିନ୍ଦ୍ରମ ତାମିଲନାଡୁ କନ୍ୟା କୁମାରୀର ତ୍ରିସାଗର ସଂଗମ ସ୍ଥଳରେ ଏହି ଶକ୍ତିପୀଠ ଅବସ୍ଥିତ
ଏଠାରେ ମାଙ୍କର ମେଦ ଅଂଶ ପଡ଼ିଥିଲା । ଏହି ଶକ୍ତିପୀଠରେ ନାରାୟଣୀ ଓ ଭୈରବ ସଂହାର ଶକ୍ତି ରହିଛି ।
୯-ପଞ୍ଚସାଗର ଉତ୍ତରପ୍ରଦେଶର ଵାରାଣସି ଠାରେ ଏହି ଶକ୍ତିପୀଠ ରହିଛି ।ଏଠାରେ ମା’ଙ୍କର ଦାନ୍ତ ପଡିଥିଲା
୧୦-ଜ୍ଵାଳାମୁଖୀ ହିମାଚଳପ୍ରଦେଶ କାଙ୍ଗ୍ରା ରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମା’ଙ୍କର ଜିଭ ପଡିଥିଲା
୧୧-ଭୈରବପର୍ଵତ ମଧ୍ୟପ୍ରଦେଶର ଉଜ୍ଜ୍ୱୟନୀ ନିକଟରେ ଅଵସ୍ଥିତଏଠାରେ ଓଠ ପତିତ ହୋଇଥିଲା
୧୨-ଅଟ୍ଟହାସ ପଶ୍ଚିମବଙ୍ଗର ଲାଵପୁରରେ ଏହି ଶକ୍ତିପୀଠ ଅବସ୍ଥିତ ।ଏଠାରେ ମା’ଙ୍କର ଓଠ ପଡିଥିଲା
୧୩-ଜନସ୍ତାନ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ପଞ୍ଚବଟୀରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମା’ଙ୍କର ଥୋଡ଼ ପଡିଥିଲା ।
୧୪-ଅମରନାଥ ଜମ୍ମୁ ଓ କାଶ୍ଚୀରର ଅମରନାଥରେ ଏହି ଶକ୍ତିପୀଠ ଅଵସ୍ଥିତ।ଏଠାରେ ମା’ଙ୍କର କଣ୍ଠ ପଡ଼ିଥିଲା
୧୫-ନନ୍ଦୀପୁର ପଶ୍ଚିମବଙ୍ଗର ସୈନ୍ଥୟାଠାରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମା’ଙ୍କର କଣ୍ଠହାର ପତିତ ହୋଇଥିଲା ।
୧୬- ଶ୍ରୀ ଶୈଳ ଆନ୍ଦ୍ରପ୍ରଦେଶର କୁର୍ନୁଲ ନିକଟରେ ଶ୍ରୀ ଶୈଳ ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମା’ଙ୍କର ଵେକ ପଡିଥିଲା
୧୭-ନଳହଟୀ ପଶ୍ଚିମବଙ୍ଗ ଵୋଲପୁରରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମା’ଙ୍କର ଭଦର ନଳୀ ପତିତ ହୋଇଥିଲା ।
୧୮-ମିଥିଳା ନେପାଳ କନକପୁରଠାରେ ଏହି ଶକ୍ତିପୀଠ ଅବସ୍ଥିତ ।ଏଠାରେ ମା’ଙ୍କର ଵାମ କାନ୍ଧ ପଡିଥିଲା ।
୧୯-ରତ୍ନାବଳୀ ତାମିଲନାଡୁର ଚେନ୍ନାଇଠାରେ ଏହି ଶକ୍ତିପୀଠ ଅବସ୍ଥିତ ।ଏଠାରେ ମା’ଙ୍କର ଡାହାଣ କାନ୍ଧ ପଡିଥିଲା ।
୨୦-ଅମ୍ଵାଜୀ ଗୁଜୁରାଟ,ଜୁନାଗଡ଼ ଗିରନାର ପର୍ଵତ ଉପରେ ମାଙ୍କ ଭବ୍ୟ ମନ୍ଦିର ଅଵସ୍ଥିତ ।ଏଠାରେ ମା’ଙ୍କର ଉଦର ପତିତ ହୋଇଥିଲା ।
୨୧-ଜଳଦ୍ଧର ପଞ୍ଜାବରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର ଵାମସ୍ତନ ପଡିଥିଲା ।
୨୨-ରାମଗିରି ଉତ୍ତରପ୍ରଦେଶର ଚିତ୍ରକୂଟରେ ଏହି ଶକ୍ତିପୀଠ ଅଵସ୍ଥିତ।ଏଠାରେ ମା’ଙ୍କର ଡାହାଣ ସ୍ତନ ପଡିଥିଲା ।
୨୩-ବୈଦ୍ୟନାଥ ଝାଡ଼ଖଣ୍ଡର ଗିରିଡିହରେ ଏହି ଶକ୍ତିପୀଠ ଅବସ୍ଥିତ ।ଏଠାରେ ମା’ଙ୍କର ହୃତପିଣ୍ଡ ପତିତ ହୋଇଥିଲା ।
୨୪-ବକ୍ରେଶ୍ଵର ପଶ୍ଚିମବଙ୍ଗ ଵୀରଭୂମିରେ ଏହି ଶକ୍ତିପୀଠ ଅବସ୍ଥିତ ।ଏଠାରେ ମା’ଙ୍କର ମସ୍ତିଷ୍କ ପଡିଥିଲା ।
୨୫-କନ୍ୟାକୁମାରୀ ତାମିଲନାଡୁର କନ୍ୟାକୁମାରୀ ତିନିସାଗର ସଂଗମରେ ଏହି ଶକ୍ତିପୀଠ ଅବସ୍ଥିତ ।ଏଠାରେ ମା’ଙ୍କର ପିଠି ପଡିଥିଲା
୨୬-ବହୁଳା ପଶ୍ଚିମବଙ୍ଗର କଟବା ଜଙ୍କସନ୍ କେତୁ ଗ୍ରାମରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର ଵାମ ଵାହୁ ପଡିଥିଲା ।
୨୭- ଉଜ୍ଜୟିନୀ ମଧ୍ୟପ୍ରଦେଶ ଉଜ୍ଜୟିନୀ ସିପ୍ରା ନଦୀକୂଳରେ ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର କହୁଣୀ ପଡ଼ିଥିଲା ।
୨୮-ମଣି ବୈଦିକା ରାଜସ୍ଥାନର ପୁଷ୍କରଠାରେ ଅଵସ୍ଥିତ।ଏଠାରେ ମାଙ୍କର ମଣିଦ୍ଧ ପଡିଥିଲା ।ଏହା ଗାୟତ୍ରୀ ମନ୍ଦିର ଭାବରେ ପରିଚିତ ।
୨୯-ପ୍ରୟାଗ ଉତ୍ତରପ୍ରଦେଶର ଆହ୍ଲାବାଦଠାରେ ଅବସ୍ଥିତ ।ଏଠାରେ ମାଙ୍କର ଆଙ୍ଗୁଠି ଖସିଥିଲା ।
୩୦-କାଞ୍ଚୀ ତାମିଲନାଡୁର କାଞ୍ଚୀବରମ୍ ଠାରେ କାଞ୍ଚୀଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର କଙ୍କାଳ ପଡିଥିଲା ।
୩୧-କକାଳ ମାଧଵ ମଧ୍ୟପ୍ରଦେଶର ଅମର କାନ୍ତଠାରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର ନିତମ୍ବ ପଡିଥିଲା ।
୩୨-ସୈନଦେଶ ମଧ୍ୟପ୍ରଦେଶର ଉମରକୋଟ ଠାରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର ଵାମ ନିତମ୍ବ ପଡିଥିଲା ।
୩୩-କାମାକ୍ଷା ଆସାମର ଗୋହାଟୀର କାମାକ୍ଷାଗିରି ପର୍ଵତଉପରେ ଏହିଶକ୍ତିପୀଠ ଅବସ୍ଥିତ ଏଠାରେ ମାଙ୍କର ଯୋନି ପଡିଥିଲା।
୩୪-ଜୟନ୍ତୀ ମେଘାଳୟ ଜୟଦ୍ରିୟା ପାହାଡ ଉପରେ ଅଵସ୍ଥିତ ।ଏଠାରେ ମାଙ୍କର ଜଘଂ ପଡିଥିଲା
୩୫-ମଗଧ ଵିହାରର ପାଟଣାରେ ଅଵସ୍ଥିତ ।ଏଠାରେ ମାଙ୍କର ଶକ୍ତିସର୍ଵନନ୍ଦ କରି ତଥା ଭୈରବ ଵ୍ୟୋମକେଶ ରହିଛନ୍ତି ।
୩୬-ତ୍ରିସ୍ତେତାପଶ୍ଚିମବଙ୍ଗ ଜଲପାଇଗୁଡିର ଶାଳବାଡିଗ୍ରାମର ତିସ୍ତାନଦୀତଟରେ ଅଵସ୍ଥିତ।ଏଠାରେ ମାଙ୍କର ଵାମପାଦ ପଡ଼ିଥିଲା ।ବିଭାଷାପଶ୍ଚିମବଙ୍ଗ ମିଦନାପୁରରେ ଏହିଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର ଵାମପାଦରଗୋଇଠି ପଡିଥିଲା ।ଏଠାରେ ମାକପାଳିନୀ ଭାବରେ ପୂଜା ପାଉଛନ୍ତି ।
୩୯-କୁରୁକ୍ଷେତ୍ର ହରିୟାଣା କରୁକ୍ଷେତ୍ର ଜଙ୍କସନ ନିକଟରେ ଦୈପାୟନ ସରୋବର ନିକଟରେ ଏହି ଶକ୍ତିପୀଠ ଅଵସ୍ଥିତ ।ଏଠାରେ ମାଙ୍କର ଡାହାଣପାଦ ପଡିଥିଲା ।ଏଠାରେ ମାତାସାବିତ୍ରୀ ଭୈରବରୂପରେ ରହିଛନ୍ତି।
୪୦-ଯୁଗାଧା ପଶ୍ଚିମବଙ୍ଗ ବର୍ତ୍ତମାନଜିଲ୍ଲାର ଶ୍ରୀରଗ୍ରାମ ଅବସ୍ଥିତ ।ଏଠାରେ ମାତା ଡାହାଣପାଦ ଆଙ୍ଗୁଠି ପଡିଥିଲା ।
୪୧-ବିରାଟ ରାଜସ୍ଥାନ ଜୟପୁର ବୈରାଟଗ୍ରାମ ଅବସ୍ଥିତ ।ଏଠାରେ ମାତାଙ୍କ ଵାମପାଦର ଆଙ୍ଗୁଠି ପଡିଥିଲା ।
୪୨-କାଳୀଘାଟ୍ କୋଲିକତାଠାରେ ଅବସ୍ଥିତ ।ଏଠାରେ ମାଙ୍କର ଡାହାଣପାଦ ଆଙ୍ଗୁଠିର କିଛିଅଂଶ ପଡିଥିଲାଏଠାରେ ମାତା କାଳୀକା ନାମରେ ପୂଜା ପାଉଛନ୍ତି !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.