ଆଜିର ରାଶିଫଳ

ମହିଳାଙ୍କର ଏହି ଖରାପ ଅଭ୍ୟାସ ଘରେ ଦାରିଦ୍ର ଆଣିଥାଏ......

ଅଗଷ୍ଟମାସ ୨୭ତାରିଖ ୨୦୨୪ ମସିହା(ମଙ୍ଗଳବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ନବମୀ ରାତ୍ରି ଘ ୦୧/୪୩ ଗତେ ଦଶମୀ,ନକ୍ଷତ୍ର- ରୋହିଣୀ ଦିବା ଘ୦୪/୩୦ ଗତେ ମୃଗଶିରା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/ ୨୨,ଯୋଗିନୀପୂର୍ବେ ରାତ୍ରି ଘ ୦୧/୪୩ ଗତେ ଉତ୍ତରେ,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମକରରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର, କାଳବେଳା -ଦିବା ଘ୦୧/୨୦ ଗତେ ଘ୦୨/୫୩ ମଧ୍ୟେ,ବାରବେଳା – ଦିବା ଘ୦୭/୦୭ ଗତେ ଘ୦୮/୪୦ ମଧ୍ୟେ,ଅଦ୍ୟ ମୃତେଏକପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୧ ଗତେ ଘ୧୦/୨୨ ମଧ୍ୟେ ଓ ଘ୧୨/୪୧ ଗତେ ଘ୦୧/୧୯ ମଧ୍ୟେ ଓ ଘ୦୩/୧୦ ଗତେ ଘ୦୪/୪୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ଲାଉ ଭକ୍ଷଣ ନିଷେଧ।
ମେଷ:-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।
ବୃଷ:-ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ।ଗୃହସୀମା,ଗାଡିମୋଟର,ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।
ମିଥୁନ:-ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।
କର୍କଟ:-ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
ସିଂହ:-ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ ।କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ।
କନ୍ୟା:-ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।
ତୁଳା:-ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇ ପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
ବିଛା:-ଆଜି ସୁଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପନେଇ କାର୍ଯ୍ୟହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟକ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
ଧନୁ:- ଆଜିଦିନରେ ମନ ଭଲ ରହିବନାହିଁ ।ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍‌କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।
ମକର:-ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।
କୁମ୍ଭ:-ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ,ନିର୍ମାଣ,କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ।ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।
ମୀନ:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।

ମହିଳାଙ୍କର ଏହି ଖରାପ ଅଭ୍ୟାସ ଘରେ ଦାରିଦ୍ର ଆଣିଥାଏ……
ହିନ୍ଦୁ ଧାର୍ମିକଶାସ୍ତ୍ରରେ ମହିଳାମାନଙ୍କୁ ଦେବୀରମାନ୍ୟତା ମିଳିଛି ଏବଂ ମହିଳାମାନଙ୍କୁ ଘରର ଲକ୍ଷ୍ମୀକୁହାଯାଏ ।ଲକ୍ଷ୍ମୀଙ୍କର ଅନୁଗ୍ରହ ସୁଖ ଏବଂ ସମୃଦ୍ଧିର କାରଣବୋଲି ବିବେଚନା କରାଯାଏ, କିନ୍ତୁ ମହିଳାମାନଙ୍କର କିଛି ଖରାପଅଭ୍ୟାସ ହେତୁ ଲକ୍ଷ୍ମୀ କ୍ରୋଧିତହୁଅନ୍ତି ଏବଂ ପରିବାରର ସୁଖ ଏବଂ ଶାନ୍ତି ଛଡ଼ାଇନିଅନ୍ତି ।ଆର୍ଥିକସଙ୍କଟ ଆରମ୍ଭହୁଏ ।ହିନ୍ଦୁବିଶ୍ୱାସ ଅନୁଯାୟୀ ସେହି କୁକର୍ମ ଏବଂ ଅଭ୍ୟାସ କଣ ଯାହା ମହିଳାମାନେ ଆଜି ନିଜେ ଛାଡିବାଉଚିତ, କାରଣ ଏହା ପରିବାରର ଅବନତି ଘଟାଇପାରେ ।ମହିଳାମାନଙ୍କର ଏହି ଖରାପ ଅଭ୍ୟାସ….
ଏହି କାମକୁ ଦ୍ୱାରରେ କରନାହିଁ-ଘରରସୀମା ଦେବୀଲକ୍ଷ୍ମୀଙ୍କ ସହ ଜଡିତବୋଲି ଧରାଯାଏ ।ବିଶ୍ୱାସକରାଯାଏଯେ ମାତା ସର୍ବଦା କେବଳ ପ୍ରବେଶଦ୍ୱାର ଦେଇ ଘରେ ପ୍ରବେଶକରନ୍ତି ।ଏପରିପରିସ୍ଥିତିରେ ଦେବୀଲକ୍ଷ୍ମୀ ସେହିମହିଳାମାନଙ୍କ ଉପରେ କ୍ରୋଧିତହୁଅନ୍ତି, ଯେଉଁମାନେ ଘରର ଦ୍ୱାରରେ କିମ୍ବା ମୁଖ୍ୟଦ୍ୱାର ପାଖରେ ଘର ଓଳାଇ ଅଳିଆ ଛାଡିଥାନ୍ତି ।ମହିଳାମାନେ ଘରରଦ୍ୱାରରେ ବସି ନିଜକୁସଜାଇବା, ଖାଇବା କିମ୍ବା କୌଣସିପ୍ରକାରର କାରବାର କରିବା ଉଚିତ୍ ନୁହେଁ ।ଏହା ଦାରିଦ୍ୟର କାରଣ ହୋଇଥାଏ ।
ଅଟାପ୍ରତି ସାବଧାନ ରୁହନ୍ତୁ-ପ୍ରାୟତଃ ମହିଳାମାନେ ରାତିରେ ଅଟାଦଳି ଫ୍ରିଜରେରଖନ୍ତି ଏବଂ ପରଦିନ ଏଥିରୁ ରୁଟି ତିଆରିକରନ୍ତି, ଆଜି ଏହି ଅଭ୍ୟାସ ଛାଡିଦିଅନ୍ତୁ ।ଏହିକାରଣରୁ ରାହୁଙ୍କ ଖରାପପ୍ରଭାବ ଭୋଗିବାକୁପଡିବ ।ସ୍ୱାସ୍ଥ୍ୟସହିତ ସମୃଦ୍ଧତା ମଧ୍ୟ ପ୍ରତିକୂଳ ପ୍ରଭାବିତ ହୁଏ ।
ଏହି ଜିନିଷକୁ ତୁମରପାଦରେ ସ୍ପର୍ଶ କରନାହିଁ-ମହିଳାମାନେ କେବେବି ପାଦରେ ଝାଡୁକୁ ସ୍ପର୍ଶକରିବା ଉଚିତ୍ ନୁହେଁ ।ସେ ମାତାଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ ।ଏହିକାରଣରୁ ଅର୍ଥରଅଭାବ ଦେଖାଯାଏ ।ସୂର୍ୟ୍ୟୋଦୟପୂର୍ବରୁ ଘରସଫା କରନ୍ତୁ ଏବଂ ସନ୍ଧ୍ୟାରେ ସୂର୍ୟ୍ୟାସ୍ତପରେ ସଫା କରନ୍ତୁନାହିଁ ।ଘରର ମୁଖ୍ୟଦ୍ୱାର ମଧ୍ୟ ପାଦରେ କେବେବି ଖୋଲାଯିବା ଉଚିତ୍ ନୁହେଁ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.