ଭୁବନେଶ୍ବର,୨୦/୮(ଏସଏସନିଉଜ)ଭାରତୀୟ ହକି ଦଳ ଆସନ୍ତାକାଲି ଓଡ଼ିଶାରେ ରୋଡ଼ସୋ କରିବାକୁ ଯାଉଛି।ଚଳିତବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ହକିରେ କାଂସ୍ୟପଦକ ଭାରତୀୟ ହକିଦଳ ଜିତିବାପରେ ଓଡ଼ିଶା ସରକାର ପ୍ରତିଟି ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ମନ୍ତ୍ରୀଙ୍କ ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକିଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ପରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଶୋଭାଯାତ୍ରା ଆୟୋଜନ କରାଯିବ। କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।