ଚିକିଟି ବିଷାକ୍ତ ମଦ ପ୍ରସଙ୍ଗ

ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ-ମନ୍ତ୍ରୀ

0 36

ଗଞ୍ଜାମ,୨୦/୮(ଏସଏସନିଉଜ)ଗତକାଲିରାତିରେ ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡିଛନ୍ତି।ଏହି ଘଟଣାକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି ଯେ, ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକିହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ ।ତେବେ ଚିକିଟିରେ ଯେଉଁମାନେ ମଦପିଇ ଅସୁସ୍ଥ ସେମାନଙ୍କ ସ୍ୱାସ୍ୟାବସ୍ଥା ଭଲ ଅଛି ବୋଲି ମନ୍ତ୍ରୀ ସୂଚନାଦେଇଛନ୍ତି ।

- Advertisement -

Leave A Reply

Your email address will not be published.