ବାଘ ପରେ ଚାଲିଗଲା ହାତୀ ଛୁଆର ଜୀବନ

ମାରିଦେଲେ ନା ମରିଗଲା

ବାରଙ୍ଗ,୨ା୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘଛୁଆ ମୃତ୍ୟୁକୁ ୨୪ଘଣ୍ଟା ନପୁରୁଣୁ ହାତୀଛୁଆର ମୃତ୍ୟୁ ହୋଇଛି । ତେବେ ହାତୀଛୁଆ ମରିଗଲା ନା ମାରିଦେଲେ ଏଭଳି ପ୍ରଶ୍ନ ପଶୁପ୍ରେମୀଙ୍କ ମନରେ ଉଙ୍କି ମାରୁଛି ।
ପ୍ରକାସ ଯେ, , ଆଠଗଡ଼ ବନଞ୍ଚଳ ତିଗିରିଆ ବିଟ୍ ଅଞ୍ଚଳର ସୁଦର୍ଶନପୁର ଗାଁ ନିକଟ ଏକ ଶାଗୁଆନ ଜଙ୍ଗଲରୁ ଦେଢ଼ବର୍ଷରୁ ଉର୍ଦ୍ଧବୟସ୍କା ଏକ ମାଇ ହାତୀଛୁଆ ଉଦ୍ଧାର ହୋଇ ବୁଧବାରଦିନ ନନ୍ଦନକାନନ ଆସିଥିଲା ।ହାତୀଛୁଆଟି ଗୋଟିଏଜାଗାରେ ପଡ଼ିରହିଥିଲା। ହାତୀଛୁଆର ଉନ୍ନତ ମାନର ଚିକିତ୍ସାପାଇଁ ସେଠାକାର ବନବିଭାଗ ହାତୀଛୁଆକୁ ନନ୍ଦନକାନନକୁ ହସ୍ତାନ୍ତର କରିଥିଲା ।ନନ୍ଦନକାନନରେ ଛୁଆଟି ପହଁଚିବାପରେ ତାକୁ ଡାକ୍ତରଖାନାରେ ରଖାଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଥିଲା ଏବଂ ଛୁଆଟିକୁ ଛିଡ଼ାକଲେ ଛିଡ଼ା ହେଉଥିବାବେଳେ ଶୋଇଲେ ଆଉ ଉଠିପାରୁନଥିଲା । ଚିକିତ୍ସକ ଏହି ହାତୀଛୁଆଟିକୁ ନଜରବନ୍ଦୀରେ ରଖି ଚିକିତ୍ସା କରୁଥିଲେ । ଏଠାକାର ଡାକ୍ତରମାନେ ଚିକିସ୍‌ା ଆରମ୍ଭ କରିବାସହ ଏକ ବେଲ୍ଟ ତାଶରୀରରେ ଲଗାଇ ହାତୀଛୁଆକୁ ଛିଡାକରି ରଖିଥିଲେ ।ଶୁକ୍ରବାର ସକାଳେ ଡାକ୍ତରଖାନା ଖୋଲିବାପରେ ହାତୀଛୁଆଟି ଝୁଲନ୍ତାଅବସ୍ଥାରେ ମୃତ୍ୟୁବରଣ କରିଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ ।ତେବେ ନନ୍ଦନକାନନ ବନ୍ଦ ହେବାପରେ ହାତୀଛୁଆଟିକୁ ବେଲ୍ଟରୁ କାଢି ତଳେ ଶୁଆଇଦେବାକୁ ଡାକ୍ତରମାନେ ଜନ୍ତୁବିଭାଗର କର୍ମଚାରୀମାନଙ୍କୁ କହିଥିଲେ ବୋଲି ଚର୍ଚ୍ଚା ଯୋର ଧରିଛି ।

 

- Advertisement -

Leave A Reply

Your email address will not be published.