ଓଆଇଏସଏଫ ନଜରରେ ରହିବ ନନ୍ଦନକାନନ

ବାରଙ୍ଗ,୧ା୮(ଏସଏସନିଉଜ)ଗୁରୁବାରଠାରୁ ନନ୍ଦନକାନନ ଜଗିବେ ଓଆଇଏସଏଫ । ଓଆଇଏସଏଫର ୩୫ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଏକ ପ୍ଲାଟୁନ ଫୋର୍ସର ନଜରରେ ରହିବ ନନ୍ଦନକାନନ ।ନନ୍ଦନକାନନର ସୁରକ୍ଷାନେଇ ଏଭଳି ପଦକ୍ଷପ ନେଛନ୍ତି କର୍ତୁପକ୍ଷ ।ଏହି ପ୍ଲାଟୁନ ଫୋର୍ସରେ ଜଣେ ଇନ୍ସପେକ୍ଟର, ୪ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳ ରହିଛନ୍ତି ।ପର୍ଯ୍ୟଟକମାନଙ୍କ ସହ ଅନ୍ୟାନ୍ୟ ସୁରକ୍ଷା ପାଇଁ ଏଭଳି ଯୋଜନା କରିଛି ନନ୍ଦନକାନନ ।ତେବେ ଏନେଇ ନନ୍ଦନକାନନ କର୍ତୁପକ୍ଷ ଓ ଓଆଇଏସଏଫ(ଓଡିଶା ଶିଳ୍ପ ସେବା ବାହିନୀ) ମଧ୍ୟରେ ଜୁଲାଇରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ପ୍ରକାଶ ଥାଉକି ଯେ, ଅପ୍ରେଲ୨୯ତାରିଖ ସୋମବାର ଦିନ ସନ୍ତୋଷ ପାହଡସିଂ ଓ ସନ୍ତୋଷ ସାମଲ ନାମକ ଦୁଇ ଯୁବକ ମାରଣାସ୍ତ୍ର ଧରି ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅଧଘଂଟାକାଳ ଉପ୍ତାତ କରିବାସହ ଦୁଇଜଣ ଏସିଏଫଙ୍କୁ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲୋ ଏହି ଘଟଣାରେ ସନ୍ତୋଷ ଓ ତାର ସହଯୋଗୀଙ୍କୁ ପୋଲିସ କୋର୍ଟଚାଳଣ କରିଛି ।ଏହାପରେ ନନ୍ଦନକାନନର ସୁରକ୍ଷାକୁ କର୍ତୁପକ୍ଷ ବଢାଇ ଦେଇଥିଲେ ।ମାସିକ ୫ଲକ୍ଷ୩୦ହଜାରେଟଙ୍କା ବିନିମୟରେ ୧୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କୁ ଦୁଇଟି ଗେଟର ପ୍ରବେଶପଥ ଏବଂ ଭିତରେ ମୃତୟନ କରାଯାଇଥିଲା ।ଏହାପରେ ପୁଣି ୩୫ଜଣ ଓଡିଶା ଶିଳ୍ପ ସେବା ବାହିନୀ ନିୟୋଜିତ ହୋଇଛନ୍ତି।

- Advertisement -

Leave A Reply

Your email address will not be published.