ମା ହେଲା ମୈାସୁମୀ

0 31

ବାରଙ୍ଗ,୩୦ା୭(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନ ପାଇଁ ଖୁସିଖବର ।ପ୍ରଥମଥରପାଇଁ ମା ହୋଇଛି ଧଳାବାଘୁଣୀ ମୈାସୁମି ।ଆର୍ନ୍ତଜାତିକ ବ୍ୟାଘ୍ରଦିବସରେ ଗୋଟିଏ ଛୁଆକୁ ଜନ୍ମଦେଇଥିବା ବେଳେ ମଙ୍ଗଳବାରଦିନ ଆଉ ୨ଟିଛୁଆକୁ ଜନ୍ମଦେଇଥିଲା ୮ବର୍ଷର ଧଳାବାଘୁଣୀ ବାଘୁଣୀ ମୈାସୁମି ।୩ଟିଛୁଆମଧ୍ୟରୁ ୨ ମଲା ଛୁଆକୁ ଓ ଅନ୍ୟଟି ଜିବିତ ଥିବାର ଜଣାପଡିଛି ।ସୋମବାର ରାତିରେ ଗୋଟିଏ,ମଙ୍ଗଳବାର ସକାଳେଗୋଟିଏ ଓ ରାତିରେ ଆଉ ଗୋଟେଛୁଆକୁ ମୈାସୁମି ଜନ୍ମଦେଇଛି । ମହାବଳବାଘ ରାଜେଶ ସହ ମିଳନ ଘଟି ପ୍ରଥମ ଥରପାଇଁ ମାହେବାର ସୈାଭାଗ୍ୟ ଅର୍ଜନ କରିଛି ମୈାସୁମି । ଗତ ଜୁଲାଇମାସ୨୭ରୁ୨୯ ମଧ୍ୟରେ ରାଜେସ ସହ ମୈାସୁମିର ମିଳନ ହୋଇଥିବା ବେଳେ ଜୁଲାଇ୧ତାରିଖରେ ଅଲଟ୍ରା ସୋନୋଗ୍ରାଫିମାଧ୍ୟମରେ ଏଠାକାର ଡାକ୍ତରମାନେ ମୈାସୁମି ଗର୍ଭବତୀ ଥିବାର ଜାଣିବାକୁ ପାଇଥିଲେ ।ପ୍ରଥମଥର ପାଇଁ ମା ହେବାକୁ ଯାଉଥିବା ମୈାସୁମୀ ଗର୍ଭଧାରଣ କରିବାର ଜଣାପଡିବା ପରେ ସିସିକ୍ୟାମେରା ଲଗାଯାଇ ତାର ଗତିବିଧିଉପରେ କର୍ତୁପକ୍ଷ ତିକ୍ଷ୍ମଣ ଦୃଷ୍ଟି ଦେବାସହ ଏଠାକାର ଡାକ୍ତରମାନଙ୍କ ନଜରବନ୍ଦିରେ ରଖା ଯାଇଥିଲା ।ମଙ୍ଗଳବାର ସକାଳେ ଦାୟିତ୍ୱରେ ଥିବା କର୍ମଚାରୀ ସିସିକ୍ୟାମେରା ଯାଂଚ କରିବାପରେ ମୈାସୁମି ଛୁଆଦେଇଥିବାର ଜଣାପଡିଥିଲା ।ତେବେ ଡାକ୍ତରମାନଙ୍କ ଆକଳନ ଅନୁସାରେ ମୈାସୁମୀ ୫ଦିନଆଗରୁ ଛୁଆକୁ ଜନ୍ମଦେଇଥିବାର ଜଣାପଡିଛି ।ମନିଶ ଓ ସ୍ନେହା ଗର୍ଭରୁ ୨୦୧୬ ମସିହାରେ ମୈାସୁମି ଜନ୍ମଗ୍ରହଣ କରିଥିଲା । ତେବେ ସୋମବାରରାତିରେ ଏକ ମଲାଛୁଆକୁ ଜନ୍ମଦେବାପରେ ମା ତାକୁ ଖାଇଦେଇଥିବାର କର୍ମଚାରୀମାନେ ଚର୍ଚ୍ଚା ଆରମ୍ଭ କରିଦେଇଥିଲେ ।ମଙ୍ଗଳବାରଦିନ ସକାଳେଗୋଟିଏ ସାଧାରଣରଙ୍ଗର ଛୁଆକୁ ଜନ୍ମଦେଇଥିଲା ।ତାକୁ ମା ପାଖରେ ରଖି ଜତ୍ନ ନେଉଥିବାର ନନ୍ଦନକାନନ ପକ୍ଷରୁ କୁହାଯାଇଥିଲା ।ପୁନର୍ବାର ରାତିରେ ଆଉ ଏକ ମଲାଛୁଆକୁ ଜନ୍ମଦେବାପରେ କର୍ତୁପକ୍ଷଙ୍କ ଚିନ୍ତା ବଢିଯାଇଥିଲା ।ମୈାସୁମିଠାରୁ ନବଜାତକକୁ ଅଲଗା କରି ଲାଳନପାଳନକେନ୍ଦ୍ରକୁ ଅଣାଯାଇଛି ।ତେବେ ମୈାସୁମିର ଶାବକ ଜନ୍ମପରେ ନନ୍ଦନକାନନରେ ବାଘସଂଖ୍ୟାବୃଦ୍ଧିପାଇ ୨୬ରେ ପହଁଚିଛି ।ସେଥିମଧ୍ୟରେ ୫ଟି ଧଳା ବାଘ (୩ଅଣ୍ଡିରା ୨ମାଈ), ୪ଟି କଳାଲୋମ ଯୁକ୍ତ ବାଘ (୩ଅଣ୍ଡିରା୧ମାଈ) ୧୬ଟି ସାଧାରଣ ନାଲି ବାଘ(୮ଅଣ୍ଡିରା୮ମାଈ)ଥିବାବେଳେ ମୌସୁମୀଠାରୁ ଜନ୍ମିତ ଛୁଆର ଲିଙ୍ଗ ନିରୂପଣ ହୋଇପାରିନାହିଁ।

- Advertisement -

Leave A Reply

Your email address will not be published.