୨୦୨୪ମସିହା ଜୁଲାଇମାସ ୩୧ତାରିଖ ବୁଧବାର ।ଶ୍ରୀମନ୍ଦିରେ ଓ ସର୍ବସମ୍ମତ କାମଦା (ଚକ୍ର ବୁଲା) ଏକାଦଶୀ।ସୁର୍ଯ୍ୟୋଦୟ- ଘ୫/୨୫/୪୭ ,ସୂର୍ଯ୍ୟାସ୍ତ- ଘ୬/୨୦/୯ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ପଣ୍ଡିତବାସତିଥି- ଏକାଦଶୀ ଦିବା ଘ୪/୧୪ମିପର୍ଯ୍ୟନ୍ତ ତଦନ୍ତେଦ୍ବାଦଶୀ।ନକ୍ଷତ୍ର-ରୋହିଣୀ ନକ୍ଷତ୍ର ଦିବାଘ୧୧/୮ମି ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୪/୧୪ମିପରେ ନୈର୍ଋତକୋଣରେ।ଅଗନ୍ତବ୍ୟ ତିଥି, ପାପଯୁକ୍ତପରେ ପାପମଧ୍ୟଚନ୍ଦ୍ର ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ବୃଷ,ମିଥୁନ,କର୍କଟ,ସିଂହ,ଧନୁ, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୧୧/୧୪ମିପରେ ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ବିଛା ରାଶିର ଏବଂ ରାତ୍ରି ଘ୧୧/୧୪ମି ପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ତାରାଶୁଦ୍ଧି- ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୧୧/୮ମି ପରେ ୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଏବଂ ଦିବା ଘ୪/୧୪ମି ପରେ ପୋଇଶାଗଭକ୍ଷଣ ନିଷେଧ।ଅଶୁଭବେଳା— (କାଳବେଳା) ଦିବା ଘ୮/୪୦ମି ରୁ ଘ୧୦/୧୬ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧୧/୫୩ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୨/୪୦ମି ରୁ ଘ୪/୪ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୪ମି ମଧ୍ୟେ, ଘ୧୧/୫୨ମି ରୁ ଘ୧/୨୮ମି ମଧ୍ୟେ, ରାତ୍ରି ଘ୭/୬ମି ରୁ ଘ୯/୩୦ମି ମଧ୍ୟେ, ଘ୨/୧୭ମି ରୁ ରାତ୍ରି ଶେଷ ଘ୫/୨୬ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୩/୩୨ମି ରୁ ଘ୫/୮ମି ମଧ୍ୟେ, ରାତ୍ରି ଘ୯/୩୦ମି ରୁ ଘ୧୧/୬ମି ପର୍ଯ୍ୟନ୍ତ।ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ଅପରାହ୍ନ ଘ୪/୧୪ମି ପରେ ୧ପାଦ ତିଥି ପୁଷ୍କରଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟା ଶ୍ରୀମତୀ ଲକ୍ଷ୍ମୀଯୁକ୍ତା (ଶୁଭ)। ଶୁଭକର୍ମ- ନାହିଁ ।
🐏ମେଷ-ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦରସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତକରୁଛି, ତାପାଇଁ ସବୁକିଛି ଆଜି ତ୍ୟାଗକରିବା ସ୍ୱାଭାବିକ ଅଟେ ।ସେ ଆପଣଙ୍କ ମାଆ ମଧ୍ୟ ହୋଇପାରନ୍ତି ।ପାରିବାରିକ ତଥା ଘରବିଷୟରେ ଆଲୋଚନା ମଙ୍ଗଳମୟ ହେବ ।ଯଦି କିଛି ପାଇନାହାନ୍ତି ତେବେ ଆଶା ଛାଡନ୍ତୁନାହିଁ ।
🐮ବୃଷ-ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କଠାରୁ। ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ର ମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
👩❤️👨ମିଥୁନ-କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ । ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ ।
🦀କର୍କଟ-ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍ନର୍ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।
🦁ସିଂହ-ଆଜି ଦିନଟି ଆପଣଙ୍କ ପାଇଁ ଏତେ ଟା ଶୁଭ ନୁହେଁ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।
🙎♀️କନ୍ୟା-ଆଜି ଦିନରେ ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି, ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
⚖️ତୁଳା-ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତ ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।
🦂ବିଛା-ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ , ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣତା ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବ ନାହିଁ ; ସାବଧାନ ରୁହନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ, ତଥାପି ଆପଣ ଶାନ୍ତ ରୁହନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।
🏹ଧନୁ-ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ
🐊ମକର-ଦିନଟି ଆଶ୍ଚର୍ଯ୍ୟମୟ ରହିବ । ଗୋଟିଏ ପ୍ରାର୍ଥନା ସହ ଦିନ ଆରମ୍ଭ କରନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍ ସ୍ଥାନ ଏବଂ ସଠିକ୍ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ସଠିକ୍ ହୁଅନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।
🏺କୁମ୍ଭ-ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ, ଶେଷରେ ଆଜି ସେ ତା’ର ପ୍ରଭାବ ଦେଖାଇବ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନେବାପାଇଁ ଯଦିସମ୍ଭବ, ଅସୁସ୍ଥତା କାରଣରୁ ଛୁଟି ନେଇ ପାରନ୍ତି। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅ। ଆଜି ନିଜ ପ୍ରିୟଜନ ତୁମକୁ ବିରୋଧ କରିବେ। ଏଥିରେ ଗୁରୁତ୍ୱ ଦିଅନାହିଁ, ବରଂ ସେମାନଙ୍କ ନିର୍ଦେଶ କୁ ନିରିକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ବଦଳି ଯାଆନ୍ତୁ।
🐟ମୀନ-ହଠାତ୍ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶା କରାଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ ।
ପାଇବ ସ୍ୱର୍ଗସୁଖ,ଯଦିଅଛି…
ପାଇପାରିବେ ଜୀବନର ସମସ୍ତ ଖୁସି; ଯଦି ଆପଣଙ୍କ ପାଖରେ ଅଛି ଏହି ଜିନିଷ…
ଆଚାର୍ଯ୍ୟଚାଣକ୍ୟ ତାଙ୍କ ଜୀବନକାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । କୁହାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନୀତିର ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଅନୁସରଣ କରନ୍ତି, ସେତେବେଳେ ତାଙ୍କୁ ସଫଳ ହେବା ଏବଂ ସୁଖମୟ ଜୀବନଯାପନ କରିବାକୁ କେହି ଅଟକାଇ ପାରିବେ ନାହିଁ । ଚାଣକ୍ୟ କହିବା ଅନୁଯାୟୀ ଯଦି ଆପଣଙ୍କ ପାଖରେ ଏହି ୩ଟି ଜିନିଷ ଅଛି ତେବେ ଆପଣ ଜୀବନରେ ସମସ୍ତ ପ୍ରକାର ଖୁସି ପାଇ ପାରିବେ ।ତେବେ ଆସନ୍ତୁଜାଣିବା ସେ ତିନୋଟିଜିନିଷ କଣକଣ …
ପୁଅ ଯଦି ଆଜ୍ଞାକାରୀ ହୁଏ…ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କର ପୁଅ ଆଜ୍ଞାକାରୀ, ତେବେ ସେହି ବ୍ୟକ୍ତି ଅନୁମାନ କରିବା ଉଚିତ୍ ଯେ ସେ ପୃଥିବୀର ସ୍ବର୍ଗ ସୁଖ ପାଇଛିନ୍ତି ବୋଲି । କାରଣ ଜଣେ ଆଜ୍ଞାକାରୀ ପୁଅ ଯେକୌଣସି ବାପାଙ୍କ ପାଇଁ ମୂଲ୍ୟବାନ ରତ୍ନ ସଦୃଶ ବୋଲି କୁହାଯାଇପାରିବ । ଜଣେ ଆଜ୍ଞାକାରୀ ପୁଅ ପାଇବାନ ପରେ , ପିତାଙ୍କର ସମସ୍ତ ଉଚ୍ଛା ପୂରଣ କରିପାରନ୍ତି ।ଅନ୍ୟଅର୍ଥରେ କହିବାକୁଗଲେ ପିତା ପୃଥିବୀରେ ସ୍ବର୍ଗର ସୁଖପ୍ରାପ୍ତ କରନ୍ତି ।
ଯିଏ ନିଜ ରୋଜଗାର ଧନରେ ସନ୍ତୁଷ୍ଟ ଥାଏ… ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତି ରୋଜଗାର କରୁଥିବା ଅର୍ଥରୁ ସନ୍ତୁଷ୍ଟ ହୁଅନ୍ତି ତା’ଠାରୁ କେହି ଅଧିକ ଖୁସି ହୋଇପାରିବେ ନାହିଁ । ଏପରି ସନ୍ତୁଷ୍ଟ ବ୍ୟକ୍ତି ସ୍ୱୀକାର କରିବା ଉଚିତ୍ ଯେ ତାଙ୍କ ପାଇଁ ପୃଥିବୀରେ ସ୍ୱର୍ଗ ସୁଖ ରହିଛି ।
ଯାହାରପତ୍ନୀ ତାଙ୍କ କଥାମାନେ… ଆଚାର୍ଯ୍ୟଚାଣକ୍ୟଙ୍କ କହିବାଅନୁଯାୟୀ, ଯେଉଁବ୍ୟକ୍ତିଙ୍କପତ୍ନୀ ତାଙ୍କ ଆଦେଶଅନୁଯାୟୀ ଆଚରଣକରନ୍ତି । ସେ ଅନୁମାନକରିବା ଉଚିତଯେ ସେ ପୃଥିବୀରେ ସ୍ୱର୍ଗକୁ ସୁଖକୁ ଯାଇଛନ୍ତି ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!