ବାରଙ୍ଗ,୨୯ା୭(ଏସଏସନିଉଜ)ବାରଙ୍ଗ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵରେ ଲାଗୁଛି ବଡବଡ ହୁଡ଼ିଂ।ଠିକା ସଂସ୍ଥାମାନେ ଏହାକୁନେଇ କାମ କରୁଛନ୍ତି।ନିଜେ ଲାଭବାନ ହେବା ଉଦ୍ଦେଶ୍ୟରେ ଶ୍ରମିକ ମାନଙ୍କୁ କାମରେ ଲଗାଉଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ଦୃଷ୍ଟି ଦେଉନଥିବାର ଦେଖିବାକୁ ମିଳିଛି।ସୋମବାର ଦିନ ତ୍ରିଶୂଳିଆରୁ ଓଡିଶା ଉଚ୍ଚନ୍ୟାୟାଳୟକୁ ସଂଯୋଗ କରୁଥିବା ସୁବାଷସେତୁ ନିକଟରେ ଏକ ବିଜ୍ଞାପନ ହୋର୍ଡିଂକାର୍ଯ୍ୟ ଚାଲୁ ରହିଛି। ବିପଦସଙ୍କୁଳ ଅବସ୍ଥାରେ ଏକ ବିଜ୍ଞାପନ ହୋର୍ଡିଂକାର୍ୟ୍ୟରେ ଶ୍ରମିକମାନେ କାମ କରୁଥିବାର ଦେଖିବାକୁ ମିଳିଛି।ବହୁ ଉଚ୍ଚରେରହି କାମ କରୁଥିବାରୁ ସେମାନଙ୍କ ସୁରକ୍ଷାସାମଗ୍ରୀ (ବେଲ୍ଟ, ହେଲମେଟ,ଯୋତା)ନପିନ୍ଧି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି।ଠିକାସଂସ୍ଥା ଶ୍ରମିକ ସୁରକ୍ଷା ଆଇନକୁ ଖାତିରିନକରି ନିଜେ ଲାଭବାନ ହେବା ଉଦ୍ଦେଶ୍ୟରେ ଶ୍ରମିକଙ୍କୁ ଜୀବନକୁ ବାଜିଲଗାଇ କାମ କରୁଥିବାର ଦେଖିବାକୁ ମିଳିଛି।କିଛିଦିନ ପୂର୍ବରୁ ହୋର୍ଡିଂରେ କାମକରୁଥିବା ବେଳେ ଜଣେ ଶ୍ରମିକ ଖସିପଡ଼ି ମୃତ୍ୟୁବରଣ କରିଥିଲା ।ଏହାପରେ ବି ପ୍ରଶାସନିକ ଅଧିକାରୀ କି ଠିକାସଂସ୍ଥାର ଚେତା ପାଇନଥିବାର ଜଣାପଡିଛି।