ଯନ୍ତ୍ରୀଙ୍କର ୩୪ ପ୍ଲଟ୍‌!

0 35

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ସୁକତେଲ୍ ମୁଖ୍ୟ ନିର୍ମାଣଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଲୋୟର ସୁକତେଲପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ୯ଟି ଜାଗା ଭୁବନେଶ୍ବର ନୀଳାଦ୍ରିବିହାରର ୩ ମହଲାଘର, ପୁରୀର ୨ଟି ଫ୍ଲାଟ,କଟକସ୍ଥିତ ପୈତୃକଘର,ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର,ଅନୁଗୁଳରେ ଥିବା ସୁନୀଲଙ୍କ ପୁଅଙ୍କ ଘର, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ ଜାରି ରହିଛି।ଚଢ଼ାଉରେ ୨ ଅତିରିକ୍ତ ଏସ୍‌ପି, ୮ DSP, ୬ ଇନ୍‌ସ୍ପେକ୍ଟର, ୧୦ ASI ସାମିଲ ହୋଇଛନ୍ତି।ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରେ ୩୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।୨ଟିଟ୍ରକ୍‌, ୨ଟିଚାରିଚକିଆ ଯାନ,୪ ବାଇକ୍ ସହ ୧୭୬ ଗ୍ରାମ ସୁନା, ୨ ଲକ୍ଷ ୩୪ ହଜାର ଟଙ୍କା ଏଯାବତଚଢ଼ାଉ ବେଳେ ମିଳିଥିବାର ଜଣାପଡିଛି।

Leave A Reply

Your email address will not be published.