ଭିଜିଲାନ୍ସ ଜାଲରେ ଗ୍ରାମ୍ୟଉନ୍ନୟନ ବିଭାଗର ସହ ଅଧୀକ୍ଷଣଯନ୍ତ୍ରୀ

0 50

ସମ୍ବଲପୁର , ୨୪ା୭(ଲିଙ୍ଗରାଜରାତ)ଆଜି ଜଣେ ଠିକାଦାରଠାରୁ ଠିକାଦାରଙ୍କ ଠାରୁ ୫ଠ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହ ଅଧୀକ୍ଷଣ ଯନ୍ତ୍ରୀ ସୁଜିତ କୁମାର ପାଠୀ । ଏକ ବକେୟା ବିଲ୍ ଫାଇନାଲ କରାଇ ଦେବା ପାଇଁ କହି ଠିକାଦାରଙ୍କ ଠାରୁ ୧ଲକ୍ଷ ଟାଙ୍କା ଲାଂଚ ମାଗିଥିଲେ ।ପ୍ରଥମକିସ୍ତି ଟଙ୍କା ନେଇସାରିବାପରେ ମଧ୍ୟ ଦ୍ୱିତୀୟ କିସ୍ତି ଟଙ୍କା ନଦେଲେ ବିଲ କରାନଯିବବୋଲି ଠିକାଦାରକୁ ସହ ଅଧୀକ୍ଷଣ ଯନ୍ତ୍ରୀ କହିଥିଲେ ।ତେବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଠିକାଦାରଠାରୁ ଦ୍ୱିତୀୟ କିସ୍ତି ୫ଠ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡିବସିଥିଲା ।ସମ୍ବଲପୁର ଭିଜିଲାନ୍ସ କେଶ ନମ୍ବର ୧୭/୨୩.୦୭,୨୦୨୪ ରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ନାମରେ ଏକ ମୁକଦ୍ଦମା ରୁଜୁହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.