କକ୍ଷତ୍ୟାଗ କଲା ବିଜେଡି

0 44

ଭୁବନେଶ୍ବର,୨୨/୭(ଏସଏସନିଉଜ)ଆରମ୍ଭ ହୋଇଛି ବିଧାନସଭାର ପ୍ରଥମ ଅଧିବେଶନ।ଅଧିବେଶନର
ପ୍ରଥମ ଦିବସରେ ଆସନ୍ତା କାଲି ଯାଏଁ ଗୃହ ମୁଲତବୀ ହୋଇଛି lକାଲି ଉପବାଚସ୍ପତି ନିର୍ବାଚନ ପାଇଁ ହେବ ଘୋଷଣା l୨୫ରେ ହେବ ପୂର୍ଣ୍ଣାଙ୍ଗ ବଜେଟ୍ ।ପ୍ରଥମ ଦିନରେ କକ୍ଷତ୍ୟାଗ କରିଛି ବିଜେଡି।ମୁଁ ଓ ମୋ ଦଳ ଅତି ଦୁଃଖିତ। କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ, ଏହା ମତେ ଆଘାତ ଦେଇଛି । ରାଜ୍ୟରେ ଆଇନଶୃଙ୍ଖଳା ଭାଙ୍ଗିଯାଇଛି । ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି । ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇଥିବାରୁ ଆମେ ଗୃହ ପରିତ୍ୟାଗ କଲୁ ବୋଲି କହିଛନ୍ତ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ।

Leave A Reply

Your email address will not be published.