ଢାବା ଭିତରକୁ ପଶିଲା କାର

0 79

ବାରଙ୍ଗ, ୪।୭(ଏସଏସନିଉଜ) ଗୋଡିସାହିଫାଣ୍ଡି ଅଧିନସ୍ତ ଷଣ୍ଢପୁରଛକରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀକାର ଢାବାର କାନ୍ଥ ଭାଙ୍ଗି ଭିତରକୁ ପଶିଯାଇଛି ।ଯାହାଫଳରେ ଢାବର ଜଣେ କର୍ମଚାରୀ ଆହତହୋଇଥିବାବେଳେ କାରଟିଭାଙ୍ଗିରୁଜି ଯାଇଛି ଓ କାରଚାଳକ ସୁରକ୍ଷିତ ଥିବାର ଜଣାପଡିଛି ।
ପ୍ରକାଶଯେ, ଗୁରୁବାର ସଂନ୍ଧ୍ୟା ରେ ଏକ ଘରୋଇ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀ କାର୍ଯ୍ୟସାରି ଓଡି ୦୨ଏକେ ୯୨୦୮ କାର ଯୋଗେ ଘରକୁ ଫେରୁଥିଲେ।ଦ୍ରୁତଗତି ରେ କାରଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ଷଣ୍ଢପୁର ଛକରେ ଥିବା ଏକ ଢ଼ାବାର କାନ୍ଥ ଭାଙ୍ଗି କାରଟି ଭିତରକୁ ପଶି ଯାଇଥିଲା।ଏହି ସମୟରେ ଢ଼ାବାରେ କେହି ଗ୍ରାହକ ନଥିବାବେଳେ ଜଣେ ମାତ୍ର କର୍ମଚାରୀ କାମ କରୁଥିଲେ।କାରଟି ଢ଼ାବାର କାନ୍ଥ ଭାଙ୍ଗି ଭିତରେ ଥିବା ଟେବୁଲ ଓ ଚେୟାର ଭାଙ୍ଗି ଚୁରମାର କରିଦେଇଥିଲା । ସେଠାରେ କାମ କରୁଥିବା ଢାବାରଜଣେ କର୍ମଚାରୀ ଆହତ ହୋଇଥିଲେ।ଅନ୍ୟପଟେ କାରଟିର ଆଗଅଂଶ ଭାଙ୍ଗିରୁଜି ଯାଇଥିବାବେଳେ ଚାଳକଙ୍କର କୌଣସି କ୍ଷତି ହୋଇନଥିବାର ଜଣାପଡିଛି।ଖବରପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି କାରଟିକୁ ଜବତ କରିବା ସହି ଚାଳକକୁ ଅଟକ ରଖିଛନ୍ତି।

Leave A Reply

Your email address will not be published.