ମଦୁଆ ପୋଲିସ ବାବୁଙ୍କ ଗାଡି ଧକାରେ ୩ଆହତ

0 49

କଟକ,୩୦ା୬ (ଏସଏସନିଉଜ) ମଦପିଇ କାର ଚଳାଇବା ସାଜିଛି କାଳ। ମଦ୍ୟପକାରଚାଳକ ଦୁଇଟି ମୋଟରସାଇକେଲଓ ଗୋଟିଏ ସାଇକେଲକୁ ଧକ୍କା ଦେବାରୁ ତିନିଜଣ ଗୁରୁତରଆହତ ହୋଇଥିବାର ଜଣାପଡିଛି ।ଏହିଭଳିଘଟଣା ରବିବାରଦିନ ଅପରାହ୍ନ ୪ଟା ସମୟରେ ନରାଜ ଆନିକଟ ନିକଟରେ ଘଟିଛି ।ତେବେ ମଦ୍ୟପ କାର ଚାଳକଜଣଙ୍କ ଜଣେ ପୋଲିସ କର୍ମଚାରୀ ବୋଲି ଜଣାପଡିଛି ।
ପ୍ରକାସ ଯେ,ରବିବାର ଅପରାହ୍ନ ୪ଟା ସମୟରେ ମଦ୍ୟପ ପୋଲିସ କାରରେ ଦୁଇଜଣ ସହଯୋଗୀଙ୍କୁ ସାଙ୍ଗରେ ନେଇ ନରାଜ ପଟୁ ସିଡ଼ିଏ ଅଭିମୁଖେ ଯାଉଥିଲେ ।ନରାଜଆନିକଟ ନିକଟରେ କାରଟି ସାମ୍ନାରୁ ଆସୁଥିବା ଗୋଟିଏ ମୋଟର ସାଇକେଲକୁ ପ୍ରଥମେ ଧକ୍କା ଦେଇଥିଲା ପରେ ଆଉ ଗୋଟିଏ ମୋଟର ସାଇକେଲକୁ ଧକ୍କାଦେଇ କିଛି ବାଟ ଘୋଷାଡି ନେଇଥିଲା।ଏହାପରେ ଜଣେ ସାଇକେଲ ଆରୋହିକୁ ଧକା ଦେଇଥିଲା।ନିଶାଶକ୍ତଅବସ୍ଥାରେ କାରଚାଳକ ଥିବାରୁ କାରଟି ଧକ୍କା ଦେବା ଫଳରେ ଦୁଇଟି ମୋଟର ସାଇକେଲ ଭାଙ୍ଗି ଚୁରମାର ଯାଉଥିବା ବେଳେ ୨ମୋଟର ସାଇକେଲରେଥିବା ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ।ସେଠାରେ ଉପସ୍ଥିତଥିବା ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାକୁପଠାଇଥିଲେ ।ଏହାପରେ ମଦ୍ୟପ ଗାଡ଼ି ଚାଳକ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଅଟକ ରଖି ସିଡ଼ିଏ ଫେଜ୍ ୨ ଥାନା ପୋଲିସ କୁ ଡାକି ହସ୍ତାନ୍ତର କରିଥିଲେ । ତେବେ ଗୁରୁତରଆହତମାନଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ଦୁର୍ଘଟଣାଗ୍ରସ୍ଥଗାଡିକୁ ଜବତ କରିଛି । ଦୁର୍ଘଟଣାଘଟାଇଥିବା କାରରୁ କାରଚାଳକ ଜଣେ ପୋଲିସକର୍ମଚାରୀବୋଲି ତାଙ୍କର ପରିଚୟପତ୍ର ସହ କାରରେ ମଦବୋତଲ ଥିବାର ପୋଲିସ କାର ଯାଂଚ ବେଳେ ଦେଖିବାକୁ ପାଇଥିଲା ।

Leave A Reply

Your email address will not be published.